Advertisment

ବିଚ୍‌ ରାସ୍ତାରେ ୨ ଯୁବକଙ୍କୁ ଖଣ୍ଡାରେ ହାଣିଲେ, ମାସକ ମଧ୍ୟରେ ଦ୍ୱିତୀୟ ଘଟଣା

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାରୁ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Hospital

Hospital

Advertisment

ବିଚ୍‌ ରାସ୍ତାରେ ୨ ଜଣ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବେ ଆକ୍ରମଣ କରାଯାଇଛି। ଆକ୍ରମଣରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କର୍ଣ୍ଣାଟକାର ମାଙ୍ଗାଲୁରୁ ଅନ୍ତର୍ଗତ କାମ୍ବୋଡି କାଲପାନେରେ ଏପରି ଘଟଣା ଘଟିଛି।

Advertisment

ଖଣ୍ଡା ଦ୍ୱାରା ହୋଇଥିବା ଆକ୍ରମଣରେ ଇମତିଆଜ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ସ୍ଥାନୀୟ ମସଜିଦର ସମ୍ପାଦକ ଭାବେ କାମ କରୁଥିଲେ। ସେହିପରି ଦକ୍ଷିଣ କନ୍ନଡ ସୁନ୍ନି ଛାତ୍ର ସଂଘର ସେ ସଭାପତି ମଧ୍ୟ ଥିଲେ। ଆକ୍ରମଣ ଯୋଗୁ ଇମତିଆଜ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଇମତିଆଜଙ୍କବନ୍ଧୁ ରେହମାନ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ପୂର୍ବ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଥାପି ପୁଲିସ୍‌ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି। ସେହିପରି ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଚାଲିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାରୁ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦିଆଯାଇଛି।

Advertisment

ଏହାପୂର୍ବରୁ ମେ’ ୧ରେ ହିନ୍ଦୁତ୍ୱ କର୍ମୀ ସୁହାସ ଶେଟ୍ଟୀଙ୍କୁ ମାଙ୍ଗାଲୁରୁର ବିଚ ରାସ୍ତାରେ ପିଟିପିଟି ହତ୍ୟା କରାଯାଇଥିଲା। ସନ୍ଧ୍ୟା ପ୍ରାୟ ୮.୩୦ରେ ସୁହାସ ଶେଟ୍ଟୀ ନିଜର ୫ ସହଯୋଗୀ-ସଞ୍ଜୟ, ପ୍ରଜ୍ୱଳ, ଅନବିତ, ଲାତୀଶ ଓ ଶଶାଙ୍କଙ୍କ ସହ ଗାଡ଼ିରେ ଯାଉଥିଲେ। ତେବେ କିନ୍ନିପାଡାଭୁ ଠାରେ ସେମାନଙ୍କ ଗାଡ଼ିକୁ କିଛି ଯୁବକ ଅଟକାଥିଲେ। ୬ ଜଣ ଯୁବକ ଗୋଟିଏ ସ୍ୱିଫ୍ଟ କାର ଓ ପିକଅପ ଟ୍ରକ୍‌ରେ ଆସି ଶେଟ୍ଟୀଙ୍କ ବାଟ ଓଗାଳିଥିଲେ। କେହି କିଛି ବୁଝିବା ଆଗରୁ ୬ ଯୁବକ ଧାରୁଆ ଅସ୍ତ୍ର ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦ୍ୱାରା ଶେଟ୍ଟୀ ଓ ଅନ୍ୟମାନଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ।

ଶେଟ୍ଟୀ ସେମାନଙ୍କ ହାତରେ ଧରା ପଡ଼ି ଯାଇଥିବା ବେଳେ ଅନ୍ୟମାନେ ଖସି ଯାଇଥିଲେ। ଶେଟ୍ଟୀଙ୍କୁ ପାଖରେ ପାଇ ଯୁବକମାନେ ତାଙ୍କୁ ବେଶ କିଛି ସମୟ ଧରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲିଥିଲେ। ଯୁବକମାନେ ଆକ୍ରମଣ କରି ସେଠାରୁ ଚାଲିଯିବା ପରେ ଶେଟ୍ଟୀଙ୍କୁ ଗୁରୁତର ଅବସ୍ଥାରେ ଏଜେ ହସ୍ପତିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଅଞ୍ଚଳରେ ଜଣେ ରାୱଡି ଭାବେ ସୁହାସ ଶେଟ୍ଟୀ ବେଶ ପରିଚିତ। ତାଙ୍କ ନାଁରେ ୪ଟି ମାମଲା ମାଙ୍ଗାଲୁରୁ ସହରରେ ଓ ଗୋଟିଏ ଦକ୍ଷିଣ କନ୍ନଡ ଜିଲ୍ଲାରେ ରହିଛି। ଶେଟ୍ଟୀ ଜଣେ ହିନ୍ଦୁତ୍ୱ କର୍ମୀ ହୋଇଥିବାରୁ ତାଙ୍କ ହତ୍ୟା ଘଟଣା ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି। ୨୦୨୨ରେ କାଟିପାଲ୍ଲାର ୨୩ ବର୍ଷୀୟ ମହମ୍ମଦ ଫଜିଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ଶେଟ୍ଟୀ। ଫଜିଲଙ୍କ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ତେଜନା ଦେଖାଯାଇଥିଲା। ଏବେ ଶେଟ୍ଟୀଙ୍କ ହତ୍ୟା ନୂଆ ବିବାଦ ସୃଷ୍ଟି କରିଛି।

ଶେଟ୍ଟୀଙ୍କ ହତ୍ୟାକାଣ୍ଡରେ ପୁଲିସ୍‌ ନୌଶାଦ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା। ସେ ମାଙ୍ଗାଲୁରୁ ଜିଲ୍ଲା ଜେଲରେ ରହିଥିବା ବେଳେ ମେ’ ୨୦ରେ ତାଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଥିଲା।

Murder Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe