Advertisment

ଦେହ ବେପାର ପାଇଁ ରାଜି ନ ହେବାରୁ ଲିଭ ଇନ ପାର୍ଟନରଙ୍କୁ ମାରିଦେଲା

୨୨ ବର୍ଷୀୟ ଲିଭ ଇନ ପାର୍ଟନର ଦେହ ବେପାର ପାଇଁ ରାଜି ହୋଇ ନଥିଲେ। ଏଥିରେ ରାଗି ଯାଇ ନିଜର ଲିଭ ଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ।

author-image
Hemant Lenka
AP

AP

ଲିଭ ଇନରେ ରହୁଥିଲେ। କିନ୍ତୁ ଲିଭ ଇନ ପାର୍ଟନରଙ୍କୁ ବେଶ୍ୟାବୃତ୍ତିରେ ଲଗାଇ ଟଙ୍କା ରୋଜଗାର କରିବା ଇଚ୍ଛା ପ୍ରକାଶ କରୁଥିଲା। ହେଲେ ୨୨ ବର୍ଷୀୟ ଲିଭ ଇନ ପାର୍ଟନର ଦେହ ବେପାର ପାଇଁ ରାଜି ହୋଇ ନଥିଲେ। ଏଥିରେ ରାଗି ଯାଇ ନିଜର ଲିଭ ଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ। ଆନ୍ଧ୍ର ପ୍ରଦେଶର ଆମ୍ବେଦକର କୋନାସୀମା ଜିଲ୍ଲାରୁ ଏପରି ଭୟଙ୍କର ଘଟଣା ସାମ୍ନାକୁ ଆସିଛି।

Advertisment

ପୂରା ଘଟଣା ବୁଧବାର ରାତିରେ ରାଜୌଲୁ ମଣ୍ଡଳ ଅଧୀନରେ ଥିବେ ସିଦ୍ଧାର୍ଥ ନଗରରେ ଘଟିଛି। ଏଠାରେ ଘର ଭଡ଼ା ନେଇ ୨୨ ବର୍ଷୀୟ ପୁଷ୍ପା ଓ ଶେଖ ଶାମ୍ମା ଲିଭ ଇନରେ ରହୁଥିଲେ। ଉଭୟଙ୍କ ବୟସ ୨୨ ବର୍ଷ। ପୁଷ୍ପା ପୂର୍ବରୁ ବିବାହ କରିଥିଲେ। କିନ୍ତୁ ଶାମ୍ମାର ପ୍ରେମରେ ପାଗଳ ହୋଇ ସେ ସ୍ୱାମୀଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ଶାମ୍ମା ସହ ଭଡ଼ା ଘରେ ୬ ମାସ ହେଲା ଲିଭ ଇନରେ ରହୁଥିଲେ।

୬ ମାସ ହେଲା ଏକାଠି ରହୁଥିଲେ ହେଁ ନିକଟରେ ଶାମ୍ମା ନିଜର ଲିଭ ଇନ ପାର୍ଟନର ପୁଷ୍ପାଙ୍କ ଚରିତ୍ରକୁ ନେଇ ସନ୍ଦେହ କରିବା ଆରମ୍ଭ କରିଥିଲା। ତାଙ୍କର ସମ୍ପର୍କ ପରପୁରୁଷଙ୍କ ସହ ରହିଥିବା ସେ ଆଶଙ୍କା କରିଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କିଛି ଦିନ ହେବ ପାଟି ତୁଣ୍ଡ ହେଉଥିଲା। ଶାମ୍ମା ମଦ ପିଇ ଘର ଆସିବା ସହ ପୁଷ୍ପାଙ୍କୁ ମାରଧର କରୁଥିଲା। ଏଥିସହ ସେ ତାଙ୍କୁ ଦେହ ବେପାର କରିବା ପାଇଁ ଚାପ ପକାଉଥିଲା।

Advertisment

ବୁଧବାର ରାତି ପ୍ରାୟ ୧୦ଟା ବେଳେ ଶାମ୍ମା ପୁଣିଥରେ ମଦ ପିଇ ଘରକୁ ଫେରିବା ସହ ପୁଷ୍ପାଙ୍କ ସହ ଝଗଡ଼ା କରିଥିଲା। ତାଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରିଥିଲା। ସବୁ ଥର ପରି ଏଥର ମଧ୍ୟ ପୁଷ୍ପା ଦେହ ବେପାର କରିବାକୁ ମନା କରି ଦେଇଥିଲେ। ଏଥିରେ ରାଗି ଯାଇ ମଦ ନିଶାରେ ଶାମ୍ମା ଗୋଟିଏ ଛୁରୀ ଦ୍ୱାରା ପୁଷ୍ପାଙ୍କୁ ଆକ୍ରମଣ କରିଥିଲା। ଛୁରୀକୁ ସେ ପୁଷ୍ପାଙ୍କ ବାମ ପଟ ଛାତି ଓ ଗୋଟରେ ଏକାଧିକ ଥର ଭୁଷିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଘଟଣା ବେଳେ ପୁଷ୍ପାଙ୍କ ମା’ ଓ ଭାଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେମାନେ ଏଥିରେ ହସ୍ତକ୍ଷେପ କରିବାରୁ ଶାମ୍ମା ସେମାନଙ୍କୁ ମଧ୍ୟ ଆକ୍ରମଣ କରି ଲହୁ ଲୁହାଣ କରିଛି। ଘଟଣା ପରେ ଶାମ୍ମା ଫେରାର ହୋଇ ଯାଇଛି। ତା’କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ଦୁଇଟି ଟିମ ଗଠନ କରାଯାଇଛି।

Live In Relation Live In Partner