Advertisment

ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି

ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Pune

Pune

ପୁଣିରେ ଥିବା ଗୋଟିଏ କମ୍ପାନୀର ପାର୍କିଂ ଲଟରେ ହୋଇଛି ବୀଭତ୍ସ ହତ୍ୟା। ଜଣେ ୨୮ ବର୍ଷୀୟ ମହିଳାଙ୍କୁ ତାଙ୍କ ପୁରୁଷ ସହକର୍ମୀ ଅତ୍ୟନ୍ତ ନିର୍ମମ ଭାବେ ଚାପଡ଼ରେ ହାଣି ହତ୍ୟା କରିଛନ୍ତି। ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ପୁଲିସ୍‌ ଏହି ଘଟଣାରେ ୩୦ ବର୍ଷୀୟ କୃଷ୍ଣ କନୋଜାଙ୍କୁ ଗିରଫ କରିଛି। ସେ ପୁଣେର ୟେରାୱାଡାରେ ଥିବା WNS Global ନାମକ ଗୋଟିଏ ବିପିଓରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ସେହି ଅଫିସରେ ୨୮ ବର୍ଷୀୟ ଶୁଭଦା କୋଡାରେ ମଧ୍ୟ କାମ କରନ୍ତି। ଉଭୟଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ହେଲେ ଶୁଭଦା ବିଭିନ୍ନ ସମୟରେ ତାଙ୍କ ବାପାଙ୍କ ଚିକିତ୍ସା ଆଳରେ କୃଷ୍ଣଙ୍କ ଠାରୁ ଟଙ୍କା ଧାର କରିଥିଲେ।

ହେଲେ କୃଷ୍ଣ ଯେତେବେଳେ ତାଙ୍କୁ ଟଙ୍କା ମାଗିଥିଲେ ସେତେବେଳେ ସେ ତାଙ୍କ ବାପାଙ୍କ ଅବସ୍ଥା କଥା କହି ଟଙ୍କା ଫେରାଇ ନଥିଲେ। କୃଷ୍ଣ କିନ୍ତୁ ଶୁଭଦାଙ୍କ ଆଚରଣକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ପ୍ରକୃତରେ ତାଙ୍କ ବାପା ଅସୁସ୍ଥ କି ନାହିଁ, ସେକଥା ଜାଣିବା ପାଇଁ କୃଷ୍ଣ ସିଧା ଶୁଭଦାଙ୍କ ଗାଁରେ ପହଞ୍ଚି ଯାଇଥିଲେ। ସେଠାରେ ତାଙ୍କ ବାପା ପୂରା ସୁସ୍ଥ ଥିବା ବେଳେ ସେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ି ନଥିବା ଜଣାପଡ଼ିଥିଲା।

Advertisment

ସବୁ ଜାଣିବା ପରେ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ କୃଷ୍ଣ ଫୋନ କରି ଶୁଭଦାଙ୍କୁ ଅଫିସ ପାର୍କିଂକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ଟଙ୍କା ମାଗିଥିଲେ। ଏଥିସହ ତାଙ୍କ ମିଛର ପର୍ଦ୍ଦାଫାସ କରି ଦେଇଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ କୃଷ୍ଣ ଗୋଟିଏ ଚାପଡ଼ରେ ଶୁଭଦାଙ୍କୁ ବାରମ୍ବାର ଆକ୍ରମଣ କରି ଚାଲିଥିଲେ।

ପାର୍କିଂ ଲଟରେ ଅନେକ ଲୋକ ଉପସ୍ଥିତ ଥିଲେ ହେଁ କେହି ବି କୃଷ୍ଣଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ। ବରଂ ସେମାନେ ଘଟଣାର ରେକର୍ଡିଂ ମୋବାଇଲରେ କରିଥିଲେ। ଶୁଭଦା ନିସ୍ତେଜ ହୋଇ ତଳେ ପଡ଼ିବା ପରେ କୃଷ୍ଣ ଚାପଡ଼ ଫିଙ୍ଗି ଦେଇଥିଲେ। ଏହାପରେ କିଛି ଲୋକ ତାଙ୍କୁ କାବୁ କରିବା ସହ ମାଡ଼ ମାରିଥିଲେ।

ସେହିପରି ଶୁଭଦାଙ୍କୁ ମଧ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ରାତି ପ୍ରାୟ ୯ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ହତ୍ୟା ମାମଲା ରୁଜୁ କରି କୃଷ୍ଣଙ୍କୁ ଗିରଫ କରିଛି।

Murder Pune