Advertisment

ଅନ୍ୟ ଜାତିର ପୁଅକୁ ଭଲ ପାଉଥିଲା ଝିଅ, ଛୁରୀ ଭୁଶିଦେଲା ବାପା

ଅନ୍ୟ ଜାତିର ପୁଅ ସହ ଝିଅର ପ୍ରେମ ସମ୍ପର୍କକୁ ସହି ପାରିଲେନି ବାପା। ପ୍ରଥମେ ବହୁତ ବୁଝାଇଲେ, ମାତ୍ର ନିଜ ଭଲ ପାଇବାକୁ ଭୁଲି ପାରିବନି ବୋଲି ସଫା ସଫା ଶୁଣାଇ ଦେଲା ଝିଅ।

Murder

Murder

Advertisment

ଅନ୍ୟ ଜାତିର ପୁଅ ସହ ଝିଅର ପ୍ରେମ ସମ୍ପର୍କକୁ ସହି ପାରିଲେନି ବାପା। ପ୍ରଥମେ ବହୁତ ବୁଝାଇଲେ, ମାତ୍ର ନିଜ ଭଲ ପାଇବାକୁ ଭୁଲି ପାରିବନି ବୋଲି ସଫା ସଫା ଶୁଣାଇ ଦେଲା ଝିଅ। ଏଥିରେ ଉତ୍ତ୍ୟକ୍ତ ବାପା ନିଜ ହିତାହିତ ଜ୍ଞାନ ଭୁଲି ଅତି ନିର୍ମମ ଭାବେ ନିଜ ଝିଅ ଜୀବନ ନେଇଗଲେ। ଏପରି ଏକ ଲୋମଟାଙ୍କୁରା ଘଟଣା ବାଙ୍ଗାଲୁରୁରେ ଘଟିଛି। କଥା ନ ମାନିବାରୁ ବ୍ୟକ୍ତିଜଣକ ନିଜ ୨୦ ବର୍ଷୀୟା ଝିଅକୁ ହତ୍ୟା କରିବାକୁ ପଛାଇ ନାହାନ୍ତି।

Advertisment

ମୃତା ଯୁବତୀଙ୍କ ନାମ କାଭନା ହୋଇଥିବା ବେଳେ ତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ବାପା ମଞ୍ଜୁନାଥଙ୍କୁ ଗିରଫ କରିଛି। ଏହି ଘଟଣା ବାଙ୍ଗାଲୁରୁ ନିକଟ ବିଦାଲୁରୁ ଗାଁରେ ଘଟିଛି।

କାଭନାଙ୍କର ଅନ୍ୟ ଜାତିର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ବେଳେ ପରିବାର ଲୋକେ ତାହାକୁ ବିରୋଧ କରୁଥିଲେ। ଏପରିକି ଉକ୍ତ ସମ୍ପର୍କର ଅନ୍ତ ଘଟାଇବାକୁ ସେମାନେ ତାଙ୍କୁ ଚେତାବନୀ ଦେଉଥିଲେ। ବାରମ୍ବାର କାଭନା କାହା କଥାକୁ ଖାତିର କରୁ ନ ଥିଲେ। କେବଳ କାଭନା ନୁହନ୍ତି, ତାଙ୍କ ସାନ ଭଉଣୀ ବି ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ବଡ଼ ଝିଅ ଯୋଗୁ ଏପରି ହେଉଥିବା ବେଳେ ଗାଁ ଲୋକଙ୍କ ଟାହିଟାପରା ଶୁଣିବାକୁ ପଡ଼ୁଥିବା ମଞ୍ଜୁନାଥ କହୁଥିଲେ।

Advertisment

ଗତ ବୁଧବାର ରାତିରେ ଏହାକୁ ନେଇ ଉଭୟ ବାପ ଝିଅଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ତାହା ଉଗ୍ର ରୂପ ଧାରଣ କରିଥିଲା। ଏହାପରେ ଉତ୍ତ୍ୟକ୍ତ ମଞ୍ଜୁନାଥ ଏକ ଛୁରୀ ଆଣି ପ୍ରଥମେ କାଭନାଙ୍କ ଜିଭ କାଟି ଦେଇଥିଲେ। ଏହାପରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ମାରି ଲହୁଲୁହାଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ମଞ୍ଜୁନାଥ ନିକଟସ୍ଥ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

Karnataka Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe