Advertisment

କାହିଁକି ମୋ ସହ ସହ ଏମିତି କଲ? ବିଚ୍‌ ରାସ୍ତାରେ ଏକ୍ସ ଗର୍ଲଫ୍ରେଣ୍ଡଙ୍କୁ ପିଟିପିଟି ମାରିଦେଲା

ସନ୍ଦେହରୁ ଏତେ ବଡ଼ ଘଟଣା ଘଟିଛି। ୨୦ ବର୍ଷୀୟ ରୋହିତ ଯାଦବ ଓ ଆରତୀ ଯାଦବ ପରସ୍ପରକୁ ଭଲ ପାଉଥିଲେ।

author-image
Hemant Lenka
Rohit

Rohit

ତମେ ମୋ ସହ ଏମିତି କାହିଁକି କଲ? ବାସ୍‌ ଏପରି ପ୍ରଶ୍ନ କରି ଜଣେ ୨୦ ବର୍ଷୀୟ ଯୁବକ ବିଚ୍‌ ରାସ୍ତାରେ ତା’ ପୂର୍ବତନ ପ୍ରେମିକାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ସର୍ବସମ୍ମୁଖରେ ଯୁବକ ଜଣକ ତା’ର ପୂର୍ବତନ ପ୍ରେମିକାଙ୍କୁ ଗୋଟିଏ ବଡ଼ ରେଞ୍ଚି ଦ୍ୱାରା ପିଟିପିଟି ମାରି ଦେଇଛନ୍ତି।

Advertisment

ମୁମ୍ବାଇର ଗୋଟିଏ ଜନଗହଳୀପୂର୍ଣ୍ଣ ରାସ୍ତାରେ ଏପରି ଘଟଣା ଘଟିଛି। ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ ମଧ୍ୟ କେହି ବି ଯୁବତୀଙ୍କୁ ସହଯୋଗ ନ କରିବା ଆଶ୍ଚର୍ଯ୍ୟ କରିଛି।

ପୁଲିସ୍ କହିଛି ଯେ ସନ୍ଦେହରୁ ଏତେ ବଡ଼ ଘଟଣା ଘଟିଛି। ୨୦ ବର୍ଷୀୟ ରୋହିତ ଯାଦବ ଓ ଆରତୀ ଯାଦବ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ କିଛି ଦିନ ତଳେ ଆରତୀ ପ୍ରେମ ସମ୍ପର୍କକୁ ଚ୍ଛିନ୍ନ କରି ଦେଇଥିଲେ। ଆରତୀ ଅଲଗା ହୋଇଯିବାରୁ ରୋହିତ ମନରେ ଅନେକ ପ୍ରକାରର ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଆଶଙ୍କା କରିଥିଲା ଯେ ଆରତୀ ଯାଦବ ଆଉ ଜଣଙ୍କ ପ୍ରେମରରେ ପଡ଼ିଛନ୍ତି।

Advertisment

ଏହି ସନ୍ଦେହ ଯୋଗୁ ଆଜି ରୋହିତ ତାଙ୍କର ପିଛାର କରିବା ସହ ବସାଇ ଠାରେ ଆରତୀଙ୍କୁ ରେଞ୍ଚିରେ ପିଟିପିଟି ମାରି ଦେଇଛି। ଘଟଣାଟି ସକାଳ ପ୍ରାୟ ୮.୩୦ରେ ଘଟିଛି। ସବୁଦିନ ଭଳି ଆଜି ମଧ୍ୟ ଆରତୀ ନିଜ କାମକୁ ଯାଉଥିଲେ। ସେ ଅନ୍ୟମାନଙ୍କ ଭଳି ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଚାଲି ଚାଲି ଯାଉଥିବା ବେଳେ ଘଟିଥିଲା ଅଘଟଣା।

ପଛପଟୁ ରୋହିତ ଦୌଡ଼ି ଦୌଡ଼ି ଆସିବା ସହ ଗୋଟିଏ ରେଞ୍ଚିରେ ଆରତୀଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫଳରେ ଆରତୀ ତଳେ ମୁହଁ ମାଡ଼ି ପଡ଼ି ଯାଇଥିଲେ। ସେ ଉଠିବାକୁ ଚେଷ୍ଟା କରୁଥିବା ବେଳେ ରୋହିତ ପ୍ରାୟ ୧୫ ଥର ତାଙ୍କ ମୁଣ୍ଡକୁ ରେଞ୍ଚିରେ ପିଟି ଚାଲିଥିଲା। ସେ ତଳେ ନିସ୍ତେଜ ହୋଇ ପଡ଼ିବା ପର୍ଯ୍ୟନ୍ତ ରୋହିତ ତାଙ୍କୁ ପିଟି ଚାଲିଥିଲା।

ଜଣେ ବ୍ୟକ୍ତି ରୋହିତକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ତାଙ୍କୁ ଧକ୍କା ମାରିବା ସହ ରେଞ୍ଚି ଦେଖାଇ ଧମକ ଦେଇଥିଲା। ଫଳରେ ଉକ୍ତ ବ୍ୟକ୍ତି ଜଣଙ୍କ ଘଟଣାରେ ହସ୍ତକ୍ଷେପ କରି ନଥିଲେ।

ଆଉ ଏକ ଭିଡିଓରେ ରୋହିତ ହାତରେ ରେଞ୍ଚି ଧରି ଆରତୀଙ୍କ ଉପରେ ଗୋଡ଼ ରଖିଛି।। ସେ ତଳକୁ ମୁହଁ କରି ନସ୍ତେଜ ହୋଇ ପଡ଼ି ରହିଥିବା ଆରତୀଙ୍କ ସହ କଥା ହେଉଛି। ରୋହିତ କହୁଛି ଯେ “ମୋ ସହ ତୁମେ କାହିଁକି ଏମିତି କଲ? କାହିଁକି ଏମିତି କଲ?” ଏପରି କହିବା ପରେ ସେ ପୁଣିଥରେ ରେଞ୍ଚିରେ ତାଙ୍କୁ ମୁଣ୍ଡକୁ ପିଟିଥିଲା।

ଶେଷରେ ସେ ସାଇଡ୍‌ରେ ରେଞ୍ଚିକୁ ପକାଇ ଦେବା ସହ ଭିଡ଼ ଭିତରେ ଚାଲିଚାଲି ଆଗକୁ ବଢ଼ିଥିଲା। ଘଟଣା ପରେ ପୁଲିସ୍‌ ରୋହିତକୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

Mumbai Mumbai Police