Advertisment

ଭାଉଜଙ୍କ ସହ ଯୁବକଙ୍କ ଫଟୋ ଦେଖି ତାତିଗଲେ ଦିଅର, କରିଦେଲେ ଗୁଳି

ଇନଷ୍ଟାଗ୍ରାମରେ ଭାଉଜଙ୍କ ସହ ଜଣେ ଯୁବକଙ୍କ ଫଟୋ ଦେଖି ତାତିଗଲେ ଦିଅର । ଆଉ ହରାଇ ବସିଲେ ନିଜ ହିତାହିତ ଜ୍ଞାନ ।

author-image
Niharika Rout
Firing

Firing

ଇନଷ୍ଟାଗ୍ରାମରେ ଭାଉଜଙ୍କ ସହ ଜଣେ ଯୁବକଙ୍କ ଫଟୋ ଦେଖି ତାତିଗଲେ ଦିଅର । ଆଉ ହରାଇ ବସିଲେ ନିଜ ହିତାହିତ ଜ୍ଞାନ । ଉକ୍ତ ସମ୍ପର୍କ ଶେଷ କରିବାରୁ ସେ ଯୁବକଙ୍କୁ ବହୁ ବୁଝାଇବା ସତ୍ତ୍ୱେ ସେ ନ ସୁଧୁରିବାରୁ ଶେଷରେ ଗୁଳି କରି ତାଙ୍କ ଜୀବନ ନେଲେ। ଏପରି ଏକ ଚକିତ କରିବା ପରି ଘଟଣା ବିହାରର ମୁଙ୍ଗର ଜିଲ୍ଲାରେ ଘଟିଛି। ମୃତକ ହେଲେ ବିପୁଲ । ପୁଲିସ୍‌ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ କୁମାରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଛି।

Advertisment

ପୁଲିସ୍‌ ସୂଚନା ଅନୁସାରେ, ବିପୁଲ ବିବାହିତ ଥିବା ବେଳେ ସଞ୍ଜୟଙ୍କ ଭାଉଜଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା। ଏପରିକି ଉଭୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ଫଟୋ ବି ପୋଷ୍ଟ କରୁଥିଲେ। କିଛି ଦିନ ପୂର୍ବେ ଇନଷ୍ଟାଗ୍ରାମରେ ଉଭୟଙ୍କ ଫଟୋ ଦେଖି ସଞ୍ଜୟ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଏପରିକି ଭାଉଜଙ୍କ ପିଛା ଛାଡ଼ି ଦେବାକୁ ସେ ବିପୁଲଙ୍କୁ ଧମକ ଦେଇଥିଲ। ମାତ୍ର ବିପୁଲ ଏହାକୁ ଖାତିର କରି ନ ଥିଲେ। ଏହାପରେ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସଞ୍ଜୟ ଯୋଜନା କରିଥିଲେ।

ଯୋଜନା ମୁତାବକ, ସଞ୍ଜୟଙ୍କ ସାଙ୍ଗମାନେ ଏକ ଭୋଜିର ଆୟୋଜନ କରି ସେଠାକୁ ବିପୁଲଙ୍କୁ ନିମନ୍ତ୍ରଣ କରିଥିଲେ। ବିପୁଲ ସେଠାକୁ ଯାଇଥିବା ବେଳେ ସେମାନେ ତାଙ୍କୁ ପ୍ରଚୁର ମଦ୍ୟପାନ କରାଇ ଦେଇଥିଲେ। ଏହାପରେ ସଞ୍ଜୟ ସେଠାରେ ବିପୁଲଙ୍କୁ ଗୁଳି କରି ହତ୍ୟା କରିଥିଲେ।

Advertisment

ବିପୁଲଙ୍କ ପିତା ପୁଅର ହତ୍ୟା ପାଇଁ ୮ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିଛି। ଏଥିସହ ପୁଲିସ୍‌ ସଞ୍ଜୟଙ୍କ ସମେତ ତାଙ୍କ ୫ ସାଙ୍ଗଙ୍କୁ ବି ଗିରଫ କରିଛି।

Bihar Love Betrayal Family Dispute Firing