Advertisment

ହୋଟେଲ ଗାର୍ଲଫ୍ରେଣ୍ଡଙ୍କୁ ମାରିଲା, ମୃତଦେହକୁ ଷ୍ଟାଟସରେ ରଖିଲା ପ୍ରେମିକ

ଛାତ୍ରୀଙ୍କ ବନ୍ଧୁମାନେ ଷ୍ଟାଟସରେ ମୃତଦେହକୁ ଦେଖିବା ପରେ ପୁଲିସ୍‌କୁ ଖବର ଦେ‌ଇଥିଲେ।

Killer

Killer

Advertisment

ଜଣେ ୨୦ ବର୍ଷୀୟ ନର୍ସିଂ ଛାତ୍ରୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ତାଙ୍କ ପ୍ରେମିକ। ଚେନ୍ନାଇର ଗୋଟିଏ ହୋଟେଲ ରୁମରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ହତ୍ୟା କରିଥିଲା। ଏହାରେ ତାଙ୍କ ମୃତଦେହକୁ ହ୍ୱାଟସଆପ୍‌ ଷ୍ଟାଟସରେ ରଖିଥିଲା ବୋଲି ପୁଲିସ୍‌ କହିଛି।

Advertisment

ଛାତ୍ରୀଙ୍କ ବନ୍ଧୁମାନେ ଷ୍ଟାଟସରେ ମୃତଦେହକୁ ଦେଖିବା ପରେ ପୁଲିସ୍‌କୁ ଖବର ଦେ‌ଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତ ଯୁବକ ଆଶିକକୁ ଗିରଫ କରିଛି। ପୁଲିସ୍‌ ହୋଟେଲ ଭିତରୁ ଛାତ୍ରୀଙ୍କ ମୃତଦେକୁ ମଧ୍ୟ ଜବତ କରିଛି। ଉକ୍ତ ହୋଟେଲରେ ଉଭୟ ରହୁଥିଲେ।

ଦ୍ୱିତୀୟ ବର୍ଷର ନର୍ସିଂ ଛାତ୍ରୀ ଓ ଅଭିଯୁକ୍ତ ଆଶିକ ପରସ୍ପରକୁ ୫ ବର୍ଷ ହେଲା ଭଲ ପାଉଥିଲେ। ଛାତ୍ରୀ ଜଣଙ୍କ ୩ ଦିନ ହେଲା କଲେଜ ନ ଯିବାରୁ ତାଙ୍କ ସାଙ୍ଗମାନେ କାରଣ ଜାଣିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣାପଡ଼ିଥିଲା ଯେ ଆଶିକ ଚେନ୍ନାଇ ଆସିଛି ଓ ଗୋଟିଏ ହୋଟେଲରେ ରୁମ ବୁକ କରିଛି। ଉକ୍ତ ହୋଟେଲକୁ ସେ ତା’ ପ୍ରେମିକକୁ ମଧ୍ୟ ନେଇଛି। 

Advertisment

ତେବେ ଆଶିକ ହ୍ୱାଟସଆପ୍‌ ଷ୍ଟାଟସରେ ତା’ ପ୍ରେମିକାଙ୍କ ମୃତଦେହ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଛାତ୍ରୀଙ୍କ ସାଙ୍ଗମାନଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ହୋଟେଲରୁ ଛାତ୍ରୀଙ୍କ ମୃତଦେ ଜବତ କରିଥିଲା। ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରି ପୁଲିସ୍‌ ଆଶିକ ପାଖରେ ମଧ୍ୟ ପହଞ୍ଚିଥିଲା।

ଜେରା ବେଳେ ଆଶିକ ନିଜର ଅପରାଧକୁ ସ୍ୱୀକାର କରିଛି। ହୋଟେଲରେ ରହିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଶିକ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ତାଙ୍କ ପ୍ରେମିକା ସନ୍ଦେହ କରୁଥିଲେ। ଏହାକୁ ନେଇ ଯୁକ୍ତିତର୍କ ହେବାରୁ ଆଶିକ ରାଗି ଯାଇ ତା’ ପ୍ରେମିକାଙ୍କ ତଣ୍ଟିକୁ ଟି-ଶାର୍ଟରେ ଚିପି ମାରି ଦେଇଥିଲା।

Chennai Lover Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe