Advertisment

ମନଲାଖି କନିଆ ଖୋଜି ପାରିଲେନି ମା’, ଜୀବନ ନେଇଗଲା ପୁଅ

ବିବାହ ପାଇଁ ପୁଅ ମନ ବଳାଇଥିବା ବେଳେ ମାଟ୍ରିମୋନି ସାଇଟ୍‌ରୁ କିନ୍ତୁ ଉପଯୁକ୍ତ ପାତ୍ରୀ ବାଛି ପାରିଲେନି ମା’ । ଏଥିରେ ବିଚଳିତ ଓ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ପୁଅ ହିତାହିତ ଜ୍ଞାନ ହରାଇ ବସି ନିଜ ମା’କୁ ହତ୍ୟା କରିବାକୁ ପଛାଇଲା ନାହିଁ।

Arrest

Arrest

Advertisment

ବିବାହ ପାଇଁ ପୁଅ ମନ ବଳାଇଥିବା ବେଳେ ମାଟ୍ରିମୋନି ସାଇଟ୍‌ରୁ କିନ୍ତୁ ଉପଯୁକ୍ତ ପାତ୍ରୀ ବାଛି ପାରିଲେନି ମା’ । ଏଥିରେ ବିଚଳିତ ଓ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ପୁଅ ହିତାହିତ ଜ୍ଞାନ ହରାଇ ବସି ନିଜ ମା’କୁ ହତ୍ୟା କରିବାକୁ ପଛାଇଲା ନାହିଁ। ଏପରି ଏଜ ଜଘନ୍ୟ କାଣ୍ଡ ହାଇଦ୍ରାବାଦରେ ଘଟିଥିବା ବେଳେ ମା’ ହତ୍ୟାକାରୀ ପୁଅକୁ ବାନ୍ଧିଛି ପୁଲିସ୍‌।

Advertisment

ହାଇଦ୍ରାବାଦର ସିଡିପଟ୍‌ ଜିଲ୍ଲାର ବନ୍ଦା ମାଇଆଲରମ୍‌ ଗଁରେ ଗତ ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏନେଇ ମୃତା ମହିଳାଙ୍କ ଝିଅଙ୍କ ଆଧାରରେ ପୁଲିସ୍‌ ଖୋଳତାଡ଼ ଅରମ୍ଭ କରିଥିଲା।

ପୁଲିସ୍‌ ସୂଚନା ଅନୁଯାୟୀ, ଅଭିଯୁକ୍ତଜଣକ ତୁରନ୍ତ ବିବାହ ପାଇଁ ମନ ବଳାଇଥିଲେ। ଏଥିନିମନ୍ତେ ସେ ତାଙ୍କ ମା’ଙ୍କୁ ଜଣାଇ ତୁରନ୍ତ ଉପଯୁକ୍ତ କନିଆ ଖୋଜିବାକୁ କହିଥିଲେ। ପୁଅର ମନ କଥା ଜାଣି ମହିଳାଜଣକ ମାଟ୍ରିମୋନି ସାଇଟ୍‌ରେ ଝିଅ ଖୋଜୁଥିଲେ ମଧ୍ୟ ମନଲାଖି କନିଆ ପାଇ ପାରୁ ନ ଥିଲେ।

Advertisment

ଦୀର୍ଘ ଦିନ ପରେ ବି ମା’ ଝିଅଟିଏ ଖୋଜି ନ ପାରିବାରୁ ଅଭିଯୁକ୍ତଙ୍କର ତାଙ୍କ ମା’ଙ୍କ ସହ ପାଟିଗୋଳ ହୋଇଥିଲା। ଏହା ବୁଧବାର ରାତିରେ ଉତ୍ତ୍ୟକ୍ତ ରୂପ ଧାରଣ କରିଥିବା ବେଳେ ମା’ ପୁଅଙ୍କ ମଧ୍ୟରେ ଜୋରସୋରରେ ବଚସା ହୋଇଥିଲା। ଏହାପରେ ପୁଅ ନିଜର କିଛି ସାଙ୍ଗଙ୍କ ସହ ଇଟାରେ ଛେଚି ନିଜ ମା’ଙ୍କୁ ହତ୍ୟା କରିଥିଲା।

ମାତ୍ର ଏହାକୁ ଅନ୍ୟ ରୂପ ଦେବାକୁ ସେ ମା’ର ବେକ ସହ ଗୋଡ଼କୁ ଧାରୁଆ ଅସ୍ତ୍ରରେ କାଟିବାକୁ ପଛାଇ ନ ଥିଲା। ଏହାପରେ ପୁଲିସ୍‌କୁ ଖବର ଦେଇ କେହି ମା’କୁ ହାଣି ହତ୍ୟା କରିଥିବା କହିଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମହିଳାଙ୍କ ଝିଅଙ୍କୁ ପଚରାଉଚରା ବେଳେ ସେ ସବୁ ସତ କଥା କହି ଦେଇଥିଲେ। ଏହାପରେ ପୁଲିସ୍‌ ଅଭିଯୁକ୍ତ ପୁଅ ସମେତ ତାଙ୍କର ଜଣେ ସାଙ୍ଗଙ୍କୁ ବାନ୍ଧିଛି।

Murder Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe