Advertisment

ଭାଣେଜୀ ସହ ଚାଲିଥିଲା ଚୋରାପୀରତି, ଅନ୍ୟତ୍ର ବାହା ହେବାକୁ ରାଜି ହେବାରୁ ମାରିଦେଲେ

ମାମୁଙ୍କ ପ୍ରେମ ପୁରୁଣା ହୋଇଯିବାରୁ ୨୨ ବର୍ଷୀୟ ଭାଣେଜୀ ଘରର ଲୋକଙ୍କ କଥାରେ ଅନ୍ୟତ୍ର ବାହା ହେବାକୁ ରାଜି ହୋଇଯାଇଥିଲେ।

 Man Kills Niece

Man Kills Niece

Advertisment

ଭାଣେଜୀଙ୍କୁ କରିଥିଲେ ମନର ମାନସୀ। ମାଇଁ ଥିଲେ ଭାଣେଜୀ ବି ମାମୁଙ୍କ ସହ ଜାରି ରଖିଥିଲେ ଚୋରାପୀରତି। ହେଲେ ମାମୁଙ୍କ ପ୍ରେମ ପୁରୁଣା ହୋଇଯିବାରୁ ୨୨ ବର୍ଷୀୟ ଭାଣେଜୀ ଘରର ଲୋକଙ୍କ କଥାରେ ଅନ୍ୟତ୍ର ବାହା ହେବାକୁ ରାଜି ହୋଇଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭାଣେଜୀଙ୍କୁ ହତ୍ୟା କରିଛନ୍ତି ମାମୁ।

Advertisment

ଏପରି ଏପରି ଏକ ଘଟଣା ଉତ୍ତର ପ୍ରଦେଶର ହାରଦୋଇରେ ଘଟିଛି। ପୁଲିସ୍‌ ଏହି ଘଟଣାରେ ମାମୁ ମଣିକାନ୍ତ ଦ୍ୱିବେଦୀଙ୍କୁ ଗିରଫ କରିଛି। ସେ ଭାଣେଜୀ ମାନସୀ ପାଣ୍ଡେଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଗୋଟିଏ ନିର୍ମାଣଧୀନ କୋଠା ଭିତରେ ରଖି ଦେଇଥିଲେ। ତାଙ୍କ ମୋବାଇଲକୁ ବସରେ ଅନ୍ୟ ଏକ ସ୍ଥାନକୁ ପଠାଇ ଦେଇ ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ।

ମାନସୀ ସୋମବାର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମାଇଁ(ମଣିକାନ୍ତଙ୍କ ପତ୍ନୀ)ଙ୍କ ଘରକୁ ଯାଇଥିଲା। ସେଠାରୁ ସେ ଘରକୁ ନ ଫେରିବାକୁ ତାଙ୍କ ବାପା ରାମସାଗର ପାଣ୍ଡେ ତୁରନ୍ତ ପୁଲିସ୍‌ ଷ୍ଟେସନରେ ପହଞ୍ଚି ମଣିକାନ୍ତଙ୍କ ବିରୋଧରେ ଅପହରଣ ଅଭିଯୋଗ ଆଣିଥିଲେ। ପୁଲିସ୍‌ ମଣିକାନ୍ତଙ୍କୁ ଉଠାଇ ଆଣି ଜେରା ଆରମ୍ଭ କରିଥିଲା। ପ୍ରଥମେ ସେ ପୁଲିସ୍‌କୁ ବିଭ୍ରାନ୍ତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ପୂରା ଘଟଣାର ଖୁଲାସା କରିଥିଲେ।

Advertisment

ଜିଲ୍ଲା ପୁଲିସ ମୁଖ୍ୟ ନୀରଜ କୁମାର ଜାଡାଉନ କହିଛନ୍ତି, ଜେରା ବେଳେ ମଣିକାନ୍ତ ପୁଲିସକୁ କହିଛନ୍ତି ଯେ ଭାଣେଜୀ ମାନସୀ ସହ ତାଙ୍କର ୨ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା। ନିକଟରେ ମାନସୀ ତାଙ୍କୁ କହିଥିଲେ ଯେ ସେ ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ମଣିକାନ୍ତଙ୍କୁ ଆଘାତ ଦେଇଥିଲା ଓ ସେ ମାନସୀଙ୍କୁ ବୁଝାଇବାକୁ ଲାଗିଥିଲେ। ହେଲେ ମାନସୀ କିଛି ବି ଶୁଣି ନଥିଲେ। ଶେଷରେ ରାକ୍ଷୀ ପୂର୍ଣ୍ଣିମା ଦିନ ମାନସୀଙ୍କୁ ସେ ତଣ୍ଟି ଚିପି ହତ୍ୟା କରିଥିଲେ।

ଏହାପରେ ମୃତଦେହକୁ ଗୋଟିଏ ନିର୍ମାଣଧୀନ ବିଲଡିଂରେ ଫିଙ୍ଗି ଦେଇଥିଲେ। ପୁଲିସ୍‌କୁ ବିଭ୍ରାନ୍ତ କରିବା ପାଇଁ ମାନସୀଙ୍କ ଫୋନକୁ ବସ୍‌ରେ ଅନ୍ୟ ଏକ ସ୍ଥାନକୁ ପଠାଇ ଦେଇଥିଲେ ବୋଲି ସେ କହିଛନ୍ତି।

ମାନସୀଙ୍କ ବାପା ରାମ ସାଗର ଅପରାହ୍ନ ପ୍ରାୟ ୩ଟା ବେଳେ ମାନସୀଙ୍କୁ ମାମୁ ମଣିକାନ୍ତଙ୍କ ଘରେ ଛାଡ଼ିଥିଲେ। ଏହାପରେ ସେ ଲକ୍ଷ୍ନୌ ଚାଲି ଯାଇଥିଲେ। ବୁଧବାର ମଣିକାନ୍ତ ତାଙ୍କୁ କଲ କରିଥିଲେ ଓ ମାନସୀ ନିଖୋଜ ଥିବା ଜଣାଇଥିଲେ। ମାନସୀ କାହା ସାଙ୍ଗରେ ଫେରାର ହୋଇ ଯାଇଥିବା ସେ ରାମ ସାଗରଙ୍କୁ କହିଥିଲେ।

ହେଲେ ରାମ ସାଗର ପୁଲିସ୍‌ରେ ମଣିକାନ୍ତଙ୍କ ବିରୋଧରେ ହିଁ ଅଭିଯୋଗ କରିଥିଲେ। ମାନସୀଙ୍କ ବିବାହ ନଭେମ୍ବର ୨୭ରେ ହେବାର ଥିଲା। ହେଲେ ମଣିକାନ୍ତ ଏହା ଚାହୁଁ ନଥିଲେ। ସେ ମାନସୀଙ୍କୁ ବାହା ନ ହେବାକୁ ବାଧ୍ୟ କରୁଥିଲେ ବୋଲି ରାମ ସାଗର କହିଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe