Advertisment

ଲିଭ ଇନ ପାର୍ଟନରଙ୍କୁ ହତ୍ୟା ପରେ ଶବ ସହ ୨ ଦିନ ଶୋଇଲା, ମଦ ନିଶାରେ ସବୁ କହିଦେଲା

ସଚିନ ରାଜପୁତ ନିଜର ଲିଭ ଇନ ପାର୍ଟନର ରିତିକା ସେନଙ୍କୁ କେବଳ ହତ୍ୟା କରି ନାହିଁ, ବରଂ ମୃତଦେହକୁ କମ୍ବଳରେ ଘୋଡ଼ାଇ ରଖି ଦୁଇ ରାତି ଶବ ସହ କାଟିଛି।

Ritika

Ritika

Advertisment

ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୨୯ ବର୍ଷୀୟ ମହିଳାଙ୍କୁ ତାଙ୍କ ଲିଭ ଇନ ପାର୍ଟନର ତଣ୍ଟି ଚିପି ହତ୍ୟା କରିଛି। ମଧ୍ୟପ୍ରଦେଶର ଭୋପାଲ ଅନ୍ତର୍ଗତ ଗାୟତ୍ରୀ ନଗରରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ୩୨ ବର୍ଷୀୟ ସଚିନ ରାଜପୁତ ନିଜର ଲିଭ ଇନ ପାର୍ଟନର ରିତିକା ସେନଙ୍କୁ କେବଳ ହତ୍ୟା କରି ନାହିଁ, ବରଂ ମୃତଦେହକୁ କମ୍ବଳରେ ଘୋଡ଼ାଇ ରଖି ଦୁଇ ରାତି ଶବ ସହ କାଟିଛି। ଯେମିତି କିଛି ଘଟିନାହିଁ, ସେଭଳି ସଚିନ ଦୁଇ ଦିନ କାଳ ଅଭିନୟ ମଧ୍ୟ କରିଥିଲା।

Advertisment

ହତ୍ୟାକାଣ୍ଡ ଜୁନ ୨୭ ତାରିଖ ରାତିରେ ଘଟିଥିଲା। ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ସଚିନ ତା’ର ଲିଭ ଇନ ପାର୍ଟନରଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ସଚିନ କୌଣସି ଚାକିରି କରୁ ନଥିଲା। ରିତିକା କିନ୍ତୁ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ। ରିତିକା ତାଙ୍କ ଅଫିସର ବସ୍‌ଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ସଚିନ ସନ୍ଦେହ କରୁଥିଲା। ଏଥିଯୋଗୁ ଜୁନ ୨୭ରେ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ସଚିନ ତଣ୍ଟି ଚିପି ରିତିକାଙ୍କୁ ହତ୍ୟା କରିଥିଲା।

କିନ୍ତୁ ହତ୍ୟାକାଣ୍ଡ ପରେ ଘଟିଥିବା ଘଟଣା ଅତ୍ୟନ୍ତ ବିଚଳିତ କରିବା ଭଳି। ରିତିକାଙ୍କୁ ହତ୍ୟା କରିବା ପରେ ସଚିନ ବେଶ ଯତ୍ନର ସହ ମୃତଦେହକୁ ଗୋଟିଏ କମ୍ବଳ ଦ୍ୱାରା ଘୋଡ଼ାଇ ଦେଇଥିଲା। ଏହାକୁ ବେଡରେ ରଖି ସେ ସେଠାରେ ରହିଥିଲା। ଦୁଇ ଦିନ କାଳ ସଚିନ ମୃତଦେହ ସହ ରାତି କାଟିବା ସହ ପ୍ରବଳ ମଦ ପିଇଥିଲା।

Advertisment

ତେବେ ଭୟରେ ଥରୁଥିବା ସଚିନ ରବିବାର ପୁଣି ମଦ ପିଇଥିଲା। ଏହାପରେ ମିସରୋଡରେ ଥିବା ନିଜର ବନ୍ଧୁ ଅନୁଜ ଆଗରେ ହତ୍ୟାକାଣ୍ତକୁ ସ୍ୱୀକାର କରିଥିଲା। କିନ୍ତୁ ଅନୁଜ ପ୍ରଥମେ ଏହାକୁ ବିଶ୍ୱାସ କରି ନଥିଲେ। ମଦ ନିଶାରେ ସେ ଏମିତି ମଜା କରୁଥିବା ଅନୁଜ ଭାବି ନେଇଥିଲେ। ପରବର୍ତ୍ତୀ ସମୟରେ ସଚିନ ବାରମ୍ବାର ଅପରାଧ ଘଟାଇଥିବା କହିବାରୁ ଅନୁଜ ସୋମବାର ସନ୍ଧ୍ୟା ୫ଟାରେ ପୁଲିସ୍‌କୁ ଏନେଇ ଖବର ଦେଇଥିଲେ। ବଜାରିଆ ପୁଲିସ୍‌ ଖବର ପାଇ ସଚିନ ଓ ରିତିକା ରହୁଥିବା ଭଡ଼ା ଘରେ ପହଞ୍ଚିଥିଲା। ସେଠାରୁ ରିତିକାଙ୍କ ଗଳିତ ଶବକୁ ଜବତ କରିଥିଲା। ମୃତଦେହ ଗୋଟିଏ କମ୍ବଳ ଭିତରେ ଘୋଡ଼ା ହୋଇ ରହିଥିଲା।

ପୁଲିସ ଅଫିସର ଶିଳ୍ପା କୌରଭ କହିଛନ୍ତି, “ମୃତ ମହିଳା ଜଣଙ୍କ ରିତିକା ସେନ। ସେ ତାଙ୍କର ବୟଫ୍ରେଣ୍ଡ ସଚିନ ରାଜପୁତଙ୍କ ସହ ରହୁଥିଲେ। ସଚିନ ପୂର୍ବରୁ ବିବାହିତ ଓ ତା’ର ୨ଟି ପିଲା ରହିଛନ୍ତି। ଜୁନ ୨୭ ତାରିଖରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାରୁ ସଚିନ ରାଗରେ ତଣ୍ଟି ଚିପି ରିତିକାଙ୍କୁ ହତ୍ୟା କରିଥିଲା। ମୃତଦେହକୁ କମ୍ବଳରେ ଘୋଡ଼ାଇ ଦେଇ ସେ ସେହି ରୁମରେ ୨ ଦିନ କାଳ ରହିଥିଲା। ନିଶାସକ୍ତ ଅବସ୍ଥାରେ ସେ ତା’ର ସାଙ୍ଗଙ୍କୁ ଅପରାଧ ସମ୍ପର୍କରେ ଜଣାଇଥିଲା। ତା’ ସାଙ୍ଗ ଏହା ମିଛ ନୁହେଁ ବୋଲି ଅନୁଭବ କରିବା ପରେ ପୁଲିସ୍‌କୁ ଖବର ଦେଇଥିଲେ।”

ସଚିନର ଘର ବିଦିଶାର ସିରୋଞ୍ଜ ଠାରେ। ରିତିକା ଓ ସେ ପ୍ରାୟ ୯ ମାସ ତଳେ ଗାୟତ୍ରୀ ନଗରରେ ଘର ଭଡ଼ା ନେଇ ରହିବା ଆରମ୍ଭ କରିଥିଲେ। ରିତିକା ଗୋଟିଏ କମ୍ପାନୀରେ କାମ କରୁଥିବା ବେଳେ ସଚିନ କୌଣସି ଚାକିରି କରୁ ନଥିଲେ। ସବୁବେଳେ ସେ ମଦ ପିଇବା ସହ ରିତିକାଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ପୁଲିସ୍‌ ଏବେ ହତ୍ୟାକାଣ୍ଡ ଘଟଣାରେ ସଚିନକୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Crime Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe