Advertisment

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରିଦେଲା ଜହ୍ଲାଦ ସ୍ୱାମୀ

ହତ୍ୟା କରିବା ପରେ ଅଭିଯୁକ୍ତ ମହେନ୍ଦ୍ର ପତ୍ନୀ ସ୍ୱାତୀଙ୍କ ମୃତଦେହକୁ ଗୋଟିଏ କାତି ଦ୍ୱାରା ଖଣ୍ଡଖଣ୍ଡ କରି କାଟି ଦେଇଥିଲା। ଏହାପରେ କଟା ମୁଣ୍ଡ, ହାତ ଓ ଗୋଡ଼କୁ ବ୍ୟାଗରେ ଭର୍ତ୍ତି କରି ମୁସୀ ନଦୀରେ ଫିଙ୍ଗି ଦେଇଥିଲା।

Kill

Kill

Advertisment

୫ ମାସର ଗର୍ଭବତୀ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଜହ୍ଲାଦ ସ୍ୱାମୀ। ପତ୍ନୀଙ୍କୁ ମାରିବା ପରେ ବି ତା’ର ମନ ଭରି ନଥିଲା। ମୃତଦେହକୁ ସେ ଖଣ୍ଡଖଣ୍ଡ କରି କାଟି ପକାଇଥିଲା। ଏହାପରେ ଖଣ୍ଡବିଖଣ୍ଡିତ ଶରୀରକୁ ହାଇଦ୍ରାବାଦର ଗୋଟିଏ ନଦୀରେ ଫିଙ୍ଗି ଦେଇଥିଲା। ପାରିବାର କଳହରୁ ସ୍ୱାମୀ ଜଣକ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ପୁଲିସ୍‌ ଜାଣିବାକୁ ପାଇଛି। ସେହିପରି ଖଣ୍ଡବିଖଣ୍ଡ ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି ସ୍ୱାମୀ ନେବା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

Advertisment

ପୂରା ଘଟଣା ଶନିବାର ଘଟିଥିଲା। ପାରିବାରିକ ବିବାଦ ଯୋଗୁ ୨୧ ବର୍ଷୀୟ ସ୍ୱାତୀଙ୍କ ସହ ୨୭ ବର୍ଷୀୟ ସ୍ୱାମୀ ମହେନ୍ଦ୍ର ରେଡ୍ଡୀର ସବୁବେଳେ ଝଗଡ଼ା ହେଉଥିଲା। ଏହି କାରଣରୁ ମହେନ୍ଦ୍ର ଶନିବାର ସ୍ୱାତୀଙ୍କ ଜୀବନ ନେଇଯାଇଥିଲା। ପୁଲିସ୍‌ ମହେନ୍ଦ୍ରକୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ପୁଲିସ୍‌ର କହିବା କଥା ଯେ ହତ୍ୟା କରିବା ପରେ ଅଭିଯୁକ୍ତ ମହେନ୍ଦ୍ର ପତ୍ନୀ ସ୍ୱାତୀଙ୍କ ମୃତଦେହକୁ ଗୋଟିଏ କାତି ଦ୍ୱାରା ଖଣ୍ଡଖଣ୍ଡ କରି କାଟି ଦେଇଥିଲା। ଏହାପରେ କଟା ମୁଣ୍ଡ, ହାତ ଓ ଗୋଡ଼କୁ ବ୍ୟାଗରେ ଭର୍ତ୍ତି କରି ମୁସୀ ନଦୀରେ ଫିଙ୍ଗି ଦେଇଥିଲା। ମହେନ୍ଦ୍ର ଗୋଟିଏ ବ୍ୟାଗରେ କଟା ଯାଇଥିବା ଶରୀରର ବିଭିନ୍ନ ଅଂଶକୁ ନେଇ ଯାଉଥିବାରୁ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଘର ଭିତରୁ ପୁଲିସ୍‌ ମୁଣ୍ଡ, ହାତ ଓ ଗୋଡ଼ ହୀନ ସ୍ୱାତୀଙ୍କ ମୃତଦେହକୁ ଟ୍ରଙ୍କ ଭିତରୁ ଠାବ କରିଥିବା ଡିସିପି ପିଭି ପଦ୍ମଜା କହିଛନ୍ତି।

Advertisment

ଡିସିପି ପଦ୍ମଜା କହିଛନ୍ତି, ମହେନ୍ଦ୍ର ଶରୀରକୁ ଖଣ୍ଡଖଣ୍ଡ କରିବା ପରେ ସେଗୁଡ଼ିକୁ ପୃଥକ ପୃଥକ କରି ଜରିରେ ଭର୍ତ୍ତି କରିଥିଲା। ସେ ନଦୀ ପାଖକୁ ୩ ଥର ଯାଇ ମୁଣ୍ଡ, ହାତ ଓ ଗୋଡ଼କୁ ଫିଙ୍ଗିଥିଲା। ପୁଲିସ୍‌ ଅଭିଯୁକ୍ତର ଘର ଭିତରୁ ମୃତଦେହର କିଛି ଅଂଶ ଜବତ କରିଛି। ଆଉ କିଛି ଅଂଶର ପତ୍ତା ଏଯାଏ ମିଳି ନଥିବା ସେ ସ୍ପଷ୍ଟ କରିଛନ୍ତି।

ଅଭିଯୁକ୍ତ ମହେନ୍ଦ୍ର ତା’ ଭଉଣୀଙ୍କୁ ଫୋନ କରି ପତ୍ନୀ ନିଖୋଜ ଥିବା କଥା ଜଣାଇଥିଲା। ଭଉଣୀ ଖବର ପାଇ ଜଣେ ସମ୍ପର୍କୀଙ୍କୁ ଏକଥା କହିଥିଲେ। ସମ୍ପର୍କୀୟ ଜଣଙ୍କ ମହେନ୍ଦ୍ରକୁ ଧରି ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ପୁଲିସ୍‌ ଆଗରେ ହତ୍ୟା ଘଟଣାକୁ ସେ ନିଖୋଜର ରୂପ ଦେବାକୁ ପୂରା ଉଦ୍ୟମ କରିଥିଲା। କିନ୍ତୁ ଜେରା ବେଳେ ମହେନ୍ଦ୍ର ତା’ ପତ୍ନୀଙ୍କୁ ମାରିଥିବା ସ୍ୱୀକାର କରିଥିଲା।

ପୁଲିସ୍‌ ତା’ଠାରୁ ସୂଚନା ପାଇବା ପରେ ଘର ଭିତରୁ ଖଣ୍ଡବିଖଣ୍ଡ ମୃତଦେହର କିଛି ଅଂଶକୁ ଠାବ କରି ଗାନ୍ଧି ହସ୍ପିଟାଲର ଶବାଗାରକୁ ପଠାଇଛି। ଶରୀରର ବାକି ଅଂଶକୁ ପୁଲିସ୍‌ ନଦୀରୁ ଠାବ କରିବାକୁ ଉଦ୍ୟମ କରୁଛି।

କ’ଣ ପାଇଁ ଘଟିଲା ଏତେ ବଡ଼ ଘଟଣା?

ଅଭିଯୁକ୍ତି ଓ ପୀଡ଼ିତା ଉଭୟ ତେଲଙ୍ଗାନାର ବିକାରାବାଦ ଜିଲ୍ଲାର ମୂଳବାସିନ୍ଦା। ସେମାନେ ପଡ଼ୋଶୀ ଭାବେ ରହୁଥିଲେ। ପ୍ରଥମେ ପ୍ରେମ ପରେ ଉଭୟ ଘରର ଲୋକଙ୍କ ସହମତି କ୍ରମେ ୨୦୨୪ ମସିହା ଜାନୁଆରୀ ମାସରେ ବାହା ହୋଇଥିଲେ। ହାଇଦ୍ରାବାଦର ଆର୍ଯ୍ୟ ସମାଜରେ ସେମାନଙ୍କ ବାହାଘର ହୋଇଥିଲା।

ବାହାଘର ପରେ ସ୍ୱାମୀ-ସ୍ତ୍ରୀ ହାଇଦ୍ରାବାଦ ଚାଲି ଆସିଥିଲେ। ବୋଡୌପ୍ପାଲରେ ସେମାନେ ଘର ଭଡ଼ା ନେଇ ରହିଥିଲେ। ପ୍ରାୟ ଗୋଟିଏ ମାସ ଧରି ସବୁ କିଛି ଠିକଠାକ ରହିଥିଲା। କିନ୍ତୁ ସମୟ ଗଡ଼ିବା ସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା। ୨୦୨୪ ଏପ୍ରିଲ ମାସରେ ସ୍ୱାତୀ ବିକାରାବାଦ ପୁଲିସ୍‌ ଷ୍ଟେସନରେ ପହଞ୍ଚି ସ୍ୱାମୀ ମହେନ୍ଦ୍ରଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରିଥିଲେ। ଏନେଇ ମାମଲା ମଧ୍ୟ ହୋଇଥିଲା।

କିନ୍ତୁ ଗାଁର ବରିଷ୍ଠ ଲୋକମାନେ ଏକାଠି ବସି ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା କରିଥିଲେ। ସ୍ୱାତୀ-ମହେନ୍ଦ୍ର ପୁଣି ଖୁସିର ସଂସାର ଗଢ଼ିବାକୁ ଚେଷ୍ଟା କରିଥିଲେ। ଏସବୁ ଭିତରେ ସ୍ୱାତୀ ହାଇଦ୍ରାବାଦର ପୁଞ୍ଜାଗୁଟ୍ଟା ଅଞ୍ଚଳରେ ଥିବା ଗୋଟିଏ କଲ ସେଣ୍ଟର୍‌ରେ କାମ ଆରମ୍ଭ କରିଥିଲେ। ହେଲେ ୩ ମାସ ମଧ୍ୟରେ ମହେନ୍ଦ୍ର ତାଙ୍କ ଚରିତ୍ରକୁ ସନ୍ଦେହ କରି ଚାକିରିକୁ ଛାଡ଼ି ନଥିଲା। ସ୍ୱାତୀ ମଧ୍ୟ ସ୍ୱାମୀଙ୍କ ସବୁ କଥାରେ ରାଜି ହୋଇ ଘର କାମରେ ମନ ଦେଇଥିଲେ। ସ୍ୱାତୀ ଗର୍ଭବତୀ ମଧ୍ୟ ହୋଇଥିଲେ। ତଥାପି ମଝିରେ ମଝିରେ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହେଉଥିଲା।

ଅଗଷ୍ଟ ୨୨ରେ ସ୍ୱାତୀ ବିକାରାବାଦକୁ ମେଡିକାଲ ଚେକଅପ ପାଇଁ ଯିବାକୁ ଚାହୁଁଥିବା ବେଳେ ସେଠାରୁ ନିଜ ବାପା ଘରକୁ ଯାଇ ରହିବେ ବୋଲି ମହେନ୍ଦ୍ରକୁ କହିଥିଲେ। ହେଲେ ମହେନ୍ଦ୍ର ଏଥିରେ ରାଜି ହୋଇ ନଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବାସ୍‌ ଏହି ଘଟଣା ଯୋଗୁ ଅଭିଯୁକ୍ତ ମହେନ୍ଦ୍ର ପତ୍ନୀ ସ୍ୱାତୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ଅନୁସାରେ ସେ ଅଗଷ୍ଟ ୨୩ରେ ସ୍ୱାତୀଙ୍କୁ ମାରି ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପକାଇଥିଲେ।

Murder Crime Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe