Advertisment

ଭାଇ ଟଙ୍କା ନ ଦେବାରୁ ଭାଉଜ ଓ ଝିଆରୀକୁ ହତ୍ୟା

ଦୁବାଇ ଯିବା ପାଇଁ ଭାଇକୁ ୩୦ ହଜାର ଟଙ୍କା ମାଗିଥିଲା ସାନ ଭାଇ।

ଅଦ୍ୟତନ ହୋଇଛି
(From left) Accused Zeeshan, his niece Aafiya and his sister-in-law Shaheen.

(From left) Accused Zeeshan, his niece Aafiya and his sister-in-law Shaheen.

Advertisment

ଟଙ୍କା ଓ କିଛି ପୁରୁଣା ରାଗ ପାଇଁ ଭାଉଜ ଓ ଝିଆରିକୁ ହତ୍ୟା। ଦୁବାଇ ଯିବା ପାଇଁ ଭାଇ ୩୦ ହଜାର ଟଙ୍କା ନ ଦେବାରୁ ଭାଇର ସ୍ତ୍ରୀ ଏବଂ ତିନି ମାସର ଝିଅକୁ ସାନ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତ ଭାଇକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ଅନୁସାରେ, ଏହି ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ୨୩ ବର୍ଷୀୟ ଜିଶାନ। ସେ ତାଙ୍କ ଭାଉଜ ଶାହିନ ପରବୀନ (୩୪) ଏବଂ ଝିଆରୀ ଆଫିୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ଜିଶାନ ଏବଂ ଶାହିନଙ୍କ ଘର ବିହାରରେ। ସେଠାରେ ଗୃହ ନିର୍ମାଣକୁ ନେଇ ପାରିବାରିକ ବିବାଦ ଲାଗି ରହିଥିଲା। ଦୁଇ ମାସ ତଳେ ଶାହିନଙ୍କ ଜଣେ ସମ୍ପର୍କୀୟ ଭାଇ ଅଫରୋଜ ଏହି ବିବାଦକୁ ନେଇ ଜିଶାନଙ୍କୁ ଅପମାନିତ କରିବା ସହ ତାଙ୍କ ଶାର୍ଟ କଲର୍ ଧରି ଘୋଷାଡ଼ି ନେଇଥିଲେ। 

Advertisment

ଏହାର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଜିଶାନ। ଏହା ବାଦ୍ ସେ ଦୁବାଇ ଯିବାକୁ ମଧ୍ୟ ଚାହୁଁଥିଲେ। ଏଥିପାଇଁ ଭିସା କରିବାକୁ ଭାଇଙ୍କୁ ଅର୍ଥାତ୍ ଶାହିନଙ୍କ ସ୍ୱାମୀ ବୁରହାନଙ୍କୁ ୩୦ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଜିଶାନଙ୍କୁ ଟଙ୍କା ନ ଦେବା ପାଇଁ ଶାହିନ ବୁରହାନଙ୍କୁ ମନା କରି ଦେଇଥିଲେ।

ଏହାକୁ ନେଇ ଜିଶାନ ଭାଉଜ ଏବଂ ଝିଆରୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ କହିଛି ଯେ, ଅନ୍ୟ ଜଣେ ତିନି ବର୍ଷର ଝିଆରୀକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଜିଶାନ। କିନ୍ତୁ ସେ ଘଟଣାସ୍ଥଳରୁ ଖସି ଯିବାରୁ ରକ୍ଷା ପାଇଯାଇଛନ୍ତି। 

ଗାଜିଆବାଦ ଗ୍ରାମୀଣ ଡେପୁଟି କମିଶନର (ଡିସିପି) ସୁରେନ୍ଦ୍ରନାଥ ତ୍ରିପାଠୀ କହିଛନ୍ତି ଯେ, ଗତକାଲି ୱେଭ୍ ସିଟି ପୁଲିସ ଷ୍ଟେସନ ଅନ୍ତର୍ଗତ ବମହେତା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। 

ଜିଶାନ ପ୍ରଥମେ ଦୁଇ ପିଲାଙ୍କ ଆଗରେ ଶାହିନଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଓଢଣୀ ସାହାଯ୍ୟରେ ଭାଉଜର ତଣ୍ଟି ଚିପି ହତ୍ୟା କରିବା ପରେ ତିନି ମାସର ଝିଆରୀକୁ ମଧ୍ୟ ସମାନ ଭାବେ ହତ୍ୟା କରିଥିଲା। ଏସବୁ ଦେଖୁଥିବା ତିନି ବର୍ଷର ଝିଅ ସେଠାରୁ ଖସିଯିବା ଫଳରେ ବର୍ତ୍ତି ଯାଇଛି। 

ହତ୍ୟା କରିବା ପରେ ଜିଶାନ ନୋଏଡା ଚାଲି ଯାଇଥିଲା। ସେଠାରେ ଜଣେ ମହିଳାଙ୍କଠୁ ମୋବାଇଲ୍ ଛଡାଇ ଆଣି ଭାଇ ବୁରହାନକୁ କଲ୍ କରି ତାଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା। ସେଠାରୁ ଗାଜିଆବାଦ ଫେରିବା ସମୟରେ ଜିଶାନକୁ ଗିରଫ କରିଛି ପୁଲିସ। 

UP News Ghaziabad Ghaziabad Double Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe