Advertisment

ଅଲଗା ଜାତିରେ ବାହା ହୋଇଥିବାରୁ ଝିଅ ସାମ୍ନାରେ ଜ୍ୱାଇଁଙ୍କୁ କଲେ ହତ୍ୟା

ତନୁ ଓ ରାହୁଲଙ୍କ ଜାତି ଅଲଗା ହୋଇଥିବା ବେଳେ ଉଭୟ ପରିବାର ଲୋକଙ୍କ ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ।

Rahul

Rahul

Advertisment

ଝିଅ ମଥାର ସିନ୍ଦୂରକୁ ନିଜେ ପୋଛି ଦେଇଛନ୍ତି ବାପା। ଝିଅ ସାମ୍ନାରେ ଜ୍ୱାଇଁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ବାପା କରିଛନ୍ତି ହତ୍ୟା। ହସ୍ପିଟାଲ ଭିତରେ ୨୫ ବର୍ଷୀୟ ନର୍ସିଂ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିହାରର ଦରଭଙ୍ଗାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି।

Advertisment

ଶ୍ୱଶୁରଙ୍କ ଗୁଳିରେ ପ୍ରାଣ ହରାଇଥିବା ୨୫ ବର୍ଷୀୟ ଯୁବକ ଜଣଙ୍କ ହେଲେ ରାହୁଲ କୁମାର। ସେ ଦରଭଙ୍ଗା ମେଡିକାଲ କଲେଜ ଓ ହସ୍ପିଟାଲର ବିଏସ୍‌ସି(ନର୍ସିଂ)ର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ନବବିବାହିତ ପତ୍ନୀ ତନୁ ପ୍ରିୟାଙ୍କ ସାମ୍ନାରେ ରାହୁଲଙ୍କୁ ଅତ୍ୟନ୍ତ ନିକଟରୁ ଗୁଳି କରି ହତ୍ୟା କରାଯାଇଛି।

ତନୁ ପ୍ରିୟା ପ୍ରଥମ ବର୍ଷର ନର୍ସିଂ ଛାତ୍ରୀ। ତନୁ ଓ ରାହୁଲଙ୍କ ଜାତି ଅଲଗା ହୋଇଥିବା ବେଳେ ଉଭୟ ପରିବାର ଲୋକଙ୍କ ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ତନୁ ପ୍ରିୟାଙ୍କ ବାପା ସର୍ବସମ୍ମୁଖରେ ରାହୁଲଙ୍କୁ ଗୁଳି କରି ମାରି ଦେଇଛନ୍ତି।

Advertisment

ତନୁଙ୍କ ବାପା ପ୍ରେମ ଶଙ୍କର ଝା ହସ୍ପିଟାଲ ଭିତରେ ପଶି ରାହୁଲଙ୍କୁ ଗୁଳି କରିଥିଲେ। ଘଟଣା ପରେ ରାହୁଲଙ୍କ ସାଙ୍ଗମାନେ ପ୍ରେମ ଶଙ୍କର ଝାଙ୍କୁ ପ୍ରବଳ ପିଟିଛନ୍ତି। ଏଥିପାଇଁ ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ପାଟନା ସ୍ଥାନାନ୍ତର କରାଯାଇଛି।

ରାହୁଲ ଓ ତନୁ ପରସ୍ପରକୁ ୪ ମାସ ତଳେ ପ୍ରେମ ବିବାହ କରିଥିଲେ। ବାହାଘର ପରେ ଉଭୟ କଲେଜ ହଷ୍ଟେଲର ଗୋଟିଏ ଫ୍ଲୋରରେ ରହୁଥିଲେ। ଘଟଣାରେ ପୂରା ଡରି ଯାଇଥିବା ତନୁ କହିଛନ୍ତି ଯେ ପ୍ରଥମେ ହୁଡି ପିନ୍ଧି ଜଣେ ବ୍ୟକ୍ତି ରାହୁଲଙ୍କ ପାଖକୁ ଆସିଥିଲେ। ପରବର୍ତ୍ତୀ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ତାଙ୍କ ବାପା ବୋଲି ସେ ଜାଣିବାକୁ ପାଇଥିଲେ।

ସେ କହିଛନ୍ତି, “ତାଙ୍କ ପାଖରେ ବନ୍ଧୁକ ଥିଲା। ସେହି ବ୍ୟକ୍ତି ଜଣଙ୍କ ମୋ ବାପା ପ୍ରେମ ଶଙ୍କର ଝା ରହିଥିଲେ। ସେ ମୋ ସ୍ୱାମୀଙ୍କ ଛାତିକୁ ମୋ ଆଖି ସାମ୍ନାରେ ଗୁଳି କରିଥିଲେ। ମୋ କୋଳରେ ମୋ ସ୍ୱାମୀ ଟଳି ପଡ଼ିଥିଲେ। ମୋ ବାପା ହିଁ ରାହୁଲଙ୍କୁ ଗୁଳି କରିଛନ୍ତି। କିନ୍ତୁ ପୂରା ପରିବାର ଏହି ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି। ଆମେ କୋର୍ଟ ଯାଇ ମୋ ବାପା ଓ ଭାଇଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲୁ। ଏବେ ମୋ ବାପା ସତକୁ ସତ ରାହୁଲଙ୍କୁ ମାରିଦେଲେ।”

ଗୁଳି ମାଡ଼ ପରେ ରାହୁଲଙ୍କ ସାଙ୍ଗ ଓ ହଷ୍ଟେଲରେ ଉପସ୍ଥିତ ଥିବା ପିଲାମାନେ ମିଳିତ ଭାବେ ପ୍ରେମ ଶଙ୍କର ଝାଙ୍କୁ ପ୍ରବଳ ପିଟିଥିଲେ। ଏଥିପାଇଁ ତାଙ୍କୁ ପାଟନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାହୁଲଙ୍କ ପାଇଁ ନ୍ୟାୟ ଦାବି କରି ହଷ୍ଟେଲ ଓ ହସ୍ପିଟାଲରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଦରଭଙ୍ଗା ଜିଲ୍ଲେ ମାଜିଷ୍ଟ୍ରେଟ କୌଶଲ କୁମାର ଓ ଏସ୍‌ପି ଜଗନାଥ ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିପୁଳ ସଂଖ୍ୟାରେ ପୁଲିସ୍‌କୁ ମୁତୟନ କରାଯାଇଛି।

Crime Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe