Advertisment

ରାଜଧାନୀରେ ଚାଞ୍ଚଲ୍ୟ: ଘର ଭିତରେ ପତ୍ନୀ ଓ ଦୁଇ ଛୋଟ ଝିଅଙ୍କୁ ମାରିଦେଲେ

୨୮ ବର୍ଷୀୟ ପତ୍ନୀ ଜୟଶ୍ରୀଙ୍କ ସହ ରହିଥିବା ବିବାଦ କାରଣରୁ ବ୍ୟକ୍ତି ଜଣଙ୍କ ହତ୍ୟାକାଣ୍ଡ ଘଟାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଜଣେ ବ୍ୟକ୍ତି ନିଜ ଘର ଭିତରେ ପତ୍ନୀ ଓ ୨ ନାବାଳିକା ଝିଅଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ପ୍ରାଣ ହରାଇଥିବା ଗୋଟିଏ ଝିଅର ବୟସ ୫ ଓ ଅନ୍ୟର ବୟସ ୭। ଦିଲ୍ଲୀର କରାୱଲ ନଗରରେ ଶୁକ୍ରବାର ରାତିରେ ଏପରି ଘଟଣା ଘଟିଛି।

Advertisment

ପ୍ରାଥମିକ ତଦନ୍ତରୁ ଦୀର୍ଘ ଦିନର ପାରିବାରିକ ବିବାଦରୁ ଏପରି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ୨୮ ବର୍ଷୀୟ ପତ୍ନୀ ଜୟଶ୍ରୀଙ୍କ ସହ ରହିଥିବା ବିବାଦ କାରଣରୁ ସ୍ୱାମୀ ପ୍ରଦୀପ କଶ୍ୟପ ହତ୍ୟାକାଣ୍ଡ ଘଟାଇଛନ୍ତି। ତେବେ ହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି। ସେହିପରି ପ୍ରଦୀପ ବିଷ ଦେଇ ନା ତଣ୍ଟି ଚିପି ନିଜ ପରିବାରକୁ ନିଶ୍ଚିହ୍ନ କରିଛନ୍ତି, ସେକଥା ମଧ୍ୟ ଜଣାପଡ଼ିନାହିଁ। ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ପୁଲିସ ପ୍ରଦୀପଙ୍କ ନାଁରେ ମାମଲା ରୁଜୁ କରିବା ସହ ଫରେନ୍ସିକ ଟିମ ଘଟଣା ସ୍ଥଳରୁ ତଥ୍ୟ ସଂଗ୍ରହ କରିଛନ୍ତି। ଜିଟିବି ହସ୍ପିଟାଲରେ ଏବେ ଶବ ବ୍ୟବଚ୍ଛେଦ କରାଯିବ। ହତ୍ୟାକାଣ୍ଡ ଘଟଣା ପରେ ପ୍ରଦୀପ ଫେରାର ହୋଇଯାଥିଲେ। ତାଙ୍କୁ ଶନିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶ ସୀମାନ୍ତରୁ ଗିରଫ କରାଯାଇଛି। 

Advertisment

ପଡ଼ୋଶୀଙ୍କ କହିବା କଥା ଯେ ଜୟଶ୍ରୀ ଓ ପ୍ରଦୀପଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ଘଟଣା ରାତିରୁ ଘଟିଥିବା ବେଳେ ପଡ଼ୋଶୀ ଆଜି ସକାଳ ୬ଟାରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ।

ଜଣେ ପଡ଼ୋଶୀ ଯେତେବେଳେ କବାଟ ଖୋଲା ଥିବା ଦେଖି ଭିତରୁ ଚାହିଁଥିଲେ ସେତେବେଳେ ଜୟଶ୍ରୀ ଓ ତାଙ୍କର ଦୁଇ ଝିଅ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଜଣେ ପଡ଼ୋଶୀ ସେମାନଙ୍କୁ ଡାକିଥିଲେ ହେଁ କୌଣସି ଜବାବ ମିଳି ନଥିଲେ। ଏହାପରେ ପଡ଼ୋଶୀମାନେ ପୁଲିସ୍‌କୁ ଖବର ଦେଇଥିଲେ।

Delhi Crime