Advertisment

ପତ୍ନୀଙ୍କୁ ମାରି ପ୍ରେସର କୁକରରେ ସିଝାଇବା ଘଟଣା ଓଡ଼ିଶାର ସୋମନାଥଙ୍କ କଥା ମନେ ପକାଇ ଦେଲା

ଆଜିକୁ ଠିକ ୧୨ ବର୍ଷ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜରେ ସମାନ ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Ex army

Ex army

Advertisment

ରାଗ ମଣିଷର ପରମଶତ୍ରୁ। ରାଗି ମଣିଷ କିଛି ବି କରିପାରେ। ସେନା ବାହିନୀର କର୍ମଚାରୀଙ୍କ କ୍ଷେତ୍ରରେ ରାଗ ଆହୁରି ଭୟଙ୍କର ରୂପ ନେଇପାରେ। ଜଣେ ସେନା କର୍ମଚାରୀ ରାଗିଲେ କେମିତି ବର୍ବର କାଣ୍ଡ ଘଟାଇ ପାରେ ଏବେ ତା’ର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି।

Advertisment

ସେନା ବାହିନୀରୁ ଅବସର ନେଇ ଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ପତ୍ନୀଙ୍କ ମୃଦଦେହକୁ ଖଣ୍ଡଖଣ୍ଡ କରି ପ୍ରେସର କୁକରରେ ସିଝାଇଛନ୍ତି। ଏହାପରେ ସିଝି ଯାଇଥିବା ହାଡ଼ ଓ ମାଂସକୁ ନିକଟସ୍ଥ ହ୍ରଦରେ ଭସାଇ ଦେଇଛନ୍ତି। ତେଲଙ୍ଗାନାର ହାଇଦ୍ରାବାଦରେ ଏପରି ଏକ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଆଜିକୁ ଠିକ ୧୨ ବର୍ଷ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜରେ ସମାନ ଘଟଣା ଘଟିଥିଲା।

ସେନା ବାହିନୀରେ ଡାକ୍ତର ଭାବେ କାମ କରି ଅବସର ନେବା ପରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ା ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ପତ୍ନୀଙ୍କୁ ଷ୍ଟିଲ ଟର୍ଚରେ ପିଟିପିଟି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ୩୦୦ ଖଣ୍ଡ କରି ଟିଫିନ ଓ ଘରେ ଥିବା ବାକ୍ସରେ ଲୁଚାଇ ରଖିଥିଲେ। ୨୦୧୩ ମସିହା ଜୁନ ମାସରେ ଘଟିଥିବା ଘଟଣା ସେତେବେଳେ ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା।

Advertisment

ହାଇଦ୍ରାବାଦରେ କ’ଣ ଘଟିଛି

ଏବେ ହାଇଦ୍ରାବାଦରେ ପୁଣି ଜଣେ ପୂର୍ବତନ ସେନା କର୍ମଚାରୀ ନିଜ ୩୫ ବର୍ଷୀୟ ପତ୍ନୀଙ୍କୁ ସମାନ ଢଙ୍ଗରେ ମାରି ଦେଇଛନ୍ତି। ୩୫ ବର୍ଷୀୟ ଭେଙ୍କଟ ମାଧବୀ କିଛି ଦିନ ଧରି ନିଖୋଜ ରହିଥିବାରୁ ତାଙ୍କ ବାପା ମା’ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଜାନୁଆରୀ ୧୮ରେ ମୀରପେଟ ପୁଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ୍‌ ମାଧବୀଙ୍କ ପତ୍ନୀ ଗୁରୁ ମୂର୍ତ୍ତିଙ୍କୁ ଗିରଫ କରିଛି। ସେ ମାଧବୀଙ୍କ ସହ ଭୟଙ୍କର କାଣ୍ଡ ଘଟାଇଥିଲେ ହେଁ କିଛି ନ ଜାଣିଲା ଭଳି ଅଭିନୟ କରିଥିଲେ। ଏପରି କି ସେ ମାଧବୀଙ୍କ ପରିବାର ଲୋକଙ୍କ ସହ ମିଶି ପୁଲିସ୍‌ ଷ୍ଟେସନରେ ନିଖୋଜ ଅଭିଯୋଗ ଦାଖଲ କରିବାକୁ ମଧ୍ୟ ଆସିଥିଲେ।

କିନ୍ତୁ ଚୋର ଘର ଅନ୍ଧାର ନଥିଲା ଭଳି ପୁଲିସ୍‌ ଘଟଣାର ଯାଞ୍ଚ କରିବା ପରେ ପୂରା ସତ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ଗୁରୁ ମୂର୍ତ୍ତି ପତ୍ନୀ ମାଧବୀଙ୍କ ଚରିତ୍ରକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ଏଥିପାଇଁ ସେମାନଙ୍କ ମଧ୍ୟରେ ପ୍ରାୟ ସବୁଦିନ ଝଗଡ଼ା ଲାଗୁଥିଲା। ଏଥିରେ ରାଗି ଯାଇ ଗୁରୁ ମୂର୍ତ୍ତି ପତ୍ନୀଙ୍କୁ ହତ୍ୟା କରିବା ପରେ ଏପରି କାଣ୍ଡ ଘଟାଇଛି।

ଗୁରୁ ମୂର୍ତ୍ତିଙ୍କ ଘର ପ୍ରକାସମ ଜିଲ୍ଲାରେ। ସେ ସେନା ବାହିନୀରୁ ଅବସର ନେବା ପରେ ଡିଆରଡିଓରେ ସିକ୍ୟୁରିଟି ଗାର୍ଡ ଭାବେ କାଞ୍ଚନବାଗ ଅଞ୍ଚଳରେ କାମ କରୁଥିଲା। ମାଧବୀ ହାଇଦ୍ରାବାଦର ଜିଲ୍ଲେଲାଗୁଡ଼ାରେ ନିଜର ଗୋଟିଏ ପୁଅ ଓ ଝିଅଙ୍କ ସହ ରହୁଥିଲେ।

ଗୁରୁ ମୂର୍ତ୍ତି ପୁଲିସ୍‌କୁ କହିଛନ୍ତି ଯେ ଝଗଡ଼ା ପରେ ପତ୍ନୀ ମାଧବୀ ତାଙ୍କ ବାପାଙ୍କ ଘର ନନ୍ଦୟାଲ ଯିବାକୁ ଜିଦ କରିଥିଲେ। ହେଲେ ଏଥିରେ ଗୁରୁ ମୂର୍ତ୍ତି ଗ୍ରହଣ କରିଥିଲେ। ତଥାପି ମାଧବୀ ଜିଦ କରିବାରୁ ସେ ରାଗି ଯାଇ ତାଙ୍କୁ ମାରି ଦେଇଥିଲେ। ପତ୍ନୀଙ୍କୁ ମାରିବା ପରେ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ମାଧବୀଙ୍କ ମୃତଦେହକୁ ବାଥରୁମରେ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ।

ଏହାପରେ ସେଗୁଡ଼ିକୁ ପ୍ରେସର କୁକରରେ ସିଝାଇଥିଲେ। ସିଝାଇବା ପରେ ସେ ହାଡ଼ ଓ ମାଂସକୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ହେମଦସ୍ତାରେ ସେ ସିଝି ଯାଇଥିବା ଶରୀରର ଖଣ୍ଡ ବିଖଣ୍ଡିତ ଅଂଶକୁ ଛେଚିଥିଲେ। ଏହାପରେ ସେଗୁଡ଼ିକୁ ପୁଣି ସିଝାଇଥିଲେ। ୩ ଦିନ ଧରି ସେ ଏକାଧିକ ଥର ମାଧବୀଙ୍କ ହାଡ଼ ଓ ମାଂସକୁ ପ୍ରେସର କୁକରରେ ସିଝାଇଥିଲେ। ଶେଷରେ ସେ ଗୋଟିଏ ଅଖାରେ ସିଝି ଯାଇଥିବା ହାଡ଼ ଓ ମାଂସକୁ ଭର୍ତ୍ତି କରିଥିଲେ। ଶେଷରେ ସେଗୁଡ଼ିକୁ ନିକଟସ୍ଥ ଚନ୍ଦନ ହ୍ରଦରେ ଫିଙ୍ଗି ଦେଇଥିଲେ।

ପୁଲିସ ଗୁରୁ ମୂର୍ତ୍ତିଙ୍କ ଭୟଙ୍କର କାଣ୍ଡ ସମ୍ପର୍କରେ ଜାଣିବା ପରେ ପୂରା ଦୋହଲି ଯାଇଛି। ପୁଲିସ୍‌ ତାଙ୍କୁ ଗିରଫ କରିଥିଲେ ହେଁ ମାଧବୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିପାରି ନାହିଁ। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି।

ଓଡ଼ିଶାର ସୋମନାଥ କ’ଣ କରିଥିଲେ?

ଏହି ଘଟଣା ଓଡ଼ିଶାରେ ସେନା ବାହିନୀର ପୂର୍ବତନ ଡାକ୍ତର ସୋମନାଥ ପରିଡ଼ା ଘଟଣାଇଥିବା କାଣ୍ଡକୁ ମନେ ପକାଇ ଦେଇଛି। ୭୮ ବର୍ଷୀୟ ସୋମନାଥ ପରିଡ଼ା ୨୦୧୩ ମସିହା ଜୁନ ମାସରେ ତାଙ୍କ ୬୧ ବର୍ଷୀୟ ପତ୍ନୀ ଉଷଶ୍ରୀ ସାମଲଙ୍କୁ ଟ୍ରର୍ଚ୍ଚ ପିଟି ମାରିଦେଇଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ ପରି ବାକ୍ସ ଓ ଟିଫିନରେ ଭର୍ତ୍ତି କରି ଦେଇଥିଲେ।

ଉଷଶ୍ରୀଙ୍କ ଭାଇ ରଞ୍ଜନ ସାମଲ ପୂରା ଘଟଣା ଉପରୁ ପ୍ରଥମେ ପରଦା ହଟାଇଥିଲେ। ଭଉଣୀଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ରଞ୍ଜନ ଓ ତାଙ୍କ ଶାଳକ ସୋମନାଥଙ୍କ ଆଇଆରସି ସ୍ଥିତ ଘରେ ପହଞ୍ଚିଥିଲେ। ଏହି ସମୟରେ ସୋମନାଥ ଘଟାଇଥିବା ବର୍ବର କାଣ୍ଡ ସାମ୍ନାକୁ ଆସିଥିଲା।

ଘଟଣାର ପ୍ରାୟ ୬ ବର୍ଷ ପରେ ଖୋର୍ଦ୍ଧା ଜିଲ୍ଲା ଓ ସେସନ୍ସ ଜଜ ରାୟ ଶୁଣାଇବା ସହ ସୋମନାଥଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହ ୭୮ ବର୍ଷୀୟ ସୋମନାଥଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ। ରାୟ ଶୁଣିବା ପରେ ସୋମନାଥ ସର୍ବସମ୍ମୁଖରେ କାନ୍ଦି ପକାଇଥିଲେ। ସାମାନ୍ୟ ରାଗ ତାଙ୍କ ସୁନା ସଂସାରକୁ କେମିତି ଭାଙ୍ଗିରୁଜି ଚୂରମାର କରି ଦେଇଲା ସମ୍ଭବତଃ ସେକଥା ସୋମାନାଥ ରାୟ ଆସିବା ପରେ ବୁଝି ପାରିଥିଲେ।

କ’ଣ ଥିଲା ପୂରା ଘଟଣା

ପତ୍ନୀ ଉଷଶ୍ରୀଙ୍କୁ ମାରିବା ପରେ ସୋମନାଥ ଅପରେସନରେ ବ୍ୟବହାର ହେଉଥିବା ଛୁରୀ, କଇଁଚି, କରତ ଓ ରୋଷେଇ ଘରେ ଥିବା ଛୁରୀ ଦ୍ୱାରା ମୃତଦେକୁ ୩୦୦ ଖଣ୍ଡ କରିଥିଲେ। ୬ ଇଞ୍ଚ ଲେଖାଏ ମୃତଦେହକୁ କାଟିବା ପରେ ଏହାକୁ ୨୨ଟି ଛୋଟ ଟିଫିନରେ ଭର୍ତ୍ତି କରିଥିଲେ। ଦୁର୍ଗନ୍ଧକୁ ଏଡ଼ାଇବା ପାଇଁ ସେ ଖଣ୍ଡବିଖଣ୍ଡିତ ହୋଇଥିବା ଶରୀରର ଅଂଶରେ ଫିନାଇଲ ମଧ୍ୟ ପକାଇଥିଲେ।

ସୋମନାଥ ଓ ଉଷଶ୍ରୀଙ୍କ ପିଲାମାନେ ବିଦେଶରେ ରୁହନ୍ତି। ପିଲାମାନେ ବାରମ୍ବାର ମା’ଙ୍କୁ ଫୋନ କରୁଥିଲେ ହେଁ ସେ କୌଣସି ପ୍ରକାରର ଜବାବ ଦେଉ ନଥିଲେ। ଏଥିପାଇଁ ଉଷଶ୍ରୀଙ୍କ ଭାଇ ଓ ଅନ୍ୟ ସମ୍ପର୍କୀୟମାନେ ୨୦୧୩ ଜୁନ ୨୨ରେ ସୋମନାଥଙ୍କ ଘରେ ପହଞ୍ଚିଥିଲେ। ହେଲେ ସେମାନଙ୍କୁ ଦେଖି ସୋମନାଥ ଘରର କବାଟ ଖୋଲି ନଥିଲେ। ସମ୍ପର୍କୀୟମାନେ ଝରକା ବାଟେ ଭିତରକୁ ଯିବାକୁ ଚେଷ୍ଟା କରିବା ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା। ଏହାପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲା।

ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୋମନାଥଙ୍କୁ ଗିରଫ କରିଥିଲା। ଘର ଭିତରେ ଥିବା ଗୋଟିଏ ବାକ୍ସ ଓ ଏକାଧିକ ଟିଫିନ ଭିତରୁ ଉଷଶ୍ରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପୁଲିସ୍‌ ଜବତ କରିଥିଲା। ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ମଧ୍ୟ ସୋମନାଥ ଆଦୌ ବିଚଳିତ ହୋଇ ନଥିଲେ। ସେ ପୂର୍ବଭଳି ଗୋଟିଏ ଘରୋଇ ହସ୍ପିଟାଲର କ୍ଲିନିକକୁ ଯାଉଥିଲେ।

ଟ୍ରାଏଲ ବେଳେ ସୋମନାଥ ହତ୍ୟାକାଣ୍ଡକୁ ସ୍ୱୀକାର କରି ନଥିଲେ। ସେ କହିଥିଲେ ଯେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ। ସେ ମୃତଦେହକୁ ଶିରିଡ଼ି ନେବାକୁ ଚାହୁଁଥିବାରୁ ଏହାକୁ ଖଣ୍ଡଖଣ୍ଡ କରି ଘରେ ରଖିଥିଲେ।

୧୯୯୨ରେ ସେନା ବାହିନୀରୁ ଅବସର ନେବା ପରେ ସୋମନାଥ ପରିବାର ବିଭିନ୍ନ ସଂଗଠନ ସହ ଯୋଡ଼ି ହୋଇ ରହିଥିଲେ। ଏପରି କି ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମଧ୍ୟ ଜଡ଼ିତ ଥିଲେ। ସବୁବେଳେ ଶୃଙ୍ଖଳିତ ଜୀବନ ବଞ୍ଚୁଥିବା ସୋମନାଥ ସନ୍ଧ୍ୟା ୬ଟାରେ ବେଡକୁ ଯାଉଥିଲେ ଓ ରାତି ୩ଟାରୁ ଉଠି ବ୍ୟାୟାମ କରୁଥିଲେ।

Murder OR Special Ex Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe