Advertisment

ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ, ଇନଷ୍ଟାରେ ରିଲ୍ସ ଓ ଚାଟିଂକୁ କରୁଥିଲେ ବିରୋଧ

ଯେବେଠୁ ଅପର୍ନା ରିଲ୍ସ କରିବା ସହ ସୋଶାଲ ମିଡିଆରେ ଆକ୍ଟିଭ୍ ରହିଲେ ସେବେଠାରୁ ସୃଷ୍ଟି ହୋଇଥିଲା ଝଡ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଦିନ-ରାତି ସୋଶାଲ ମିଡିଆରେ ବ୍ୟସ୍ତ ରହୁଥିଲେ ପତ୍ନୀ, ଇନଷ୍ଟାଗ୍ରାମରେ ରିଲ୍ସ ପୋଷ୍ଟ ସାଙ୍ଗକୁ ନିୟମିତ ଫଲୋର୍ସଙ୍କ ସହ ଚାଟିଂ ବି କରୁଥିଲେ। ପତ୍ନୀଙ୍କ ଏସବୁ ହରକତକୁ ନାପସନ୍ଦ କରୁଥିବା ସ୍ୱାମୀ ଶେଷରେ ହତ୍ୟାକାଣ୍ଡ ଭିଆଇଛନ୍ତି। ଘରେ କେହି ନଥିବା ବେଳେ ସ୍ତ୍ରୀର ଗଳା କାଟି ହତ୍ୟା କରି ହୋଇଯାଇଛନ୍ତି ଫେରାର୍।

Advertisment

ଏପରି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗର ହରିନାରାୟଣପୁରରେ। ସୂଚନା ଅନୁସାରେ ପରିମଳ ବୈଦ୍ୟ(38) ଏବଂ ପତ୍ନୀ ଅପର୍ନା(35) ଦୁଇ ପିଲାଙ୍କୁ ନେଇ ସୁଖର ସଂସାର କରିଥିଲେ। ହେଲେ ଯେବେଠୁ ଅପର୍ନା ରିଲ୍ସ କରିବା ସହ ସୋଶାଲ ମିଡିଆରେ ଆକ୍ଟିଭ୍ ରହିଲେ ସେବେଠାରୁ ସୃଷ୍ଟି ହୋଇଥିଲା ଝଡ। ଅପର୍ନାଙ୍କ ଚରିତ୍ରକୁ ସନ୍ଦେହ କରିବା ସହ ରିଲ୍ସ ପୋଷ୍ଟକୁ ବିରୋଧ କରୁଥିଲେ ପରିମଳ।

ପୁଲିସ କହିଛି ଯେ, ଅପର୍ନାଙ୍କର ଇନଷ୍ଟାଗ୍ରାମରେ ଏକାଧିକ ଫଲୋର୍ସ ଥିଲେ ଏବଂ ସେ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲେ। ବିଶେଷ କରି ଋୁଣ ପ୍ରଦାନକାରୀ କମ୍ପାନୀର ଜଣେ କର୍ମଚାରୀଙ୍କ ସହ କଲରେ କଥା ହେଉଥିଲେ, ଯାହା ପରିମଳଙ୍କୁ ଆଦୌ ଭଲ ଲାଗୁନଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ଗତକାଲି ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ପରିମଳ, ଅପର୍ନାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି।

Advertisment

ଖବର ଅନୁଯାୟୀ, ଏହି ଦମ୍ପତିଙ୍କ ପୁଅ ଟ୍ୟୁସନରୁ ଫେରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଆକୁ ତଳେ ପଡିଥିବାର ଦେଖିଥିଲେ। ଏନେଇ ପଡୋଶୀଙ୍କୁ ଖବର ଦେବା ପରେ ସେମାନେ ପୁଲିସଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ସ୍ୱାମୀ ମଧ୍ୟ ଫେରାର୍ ହୋଇଯାଇଛି। 

Murder Crime Man Killed Wife Instagram Reels