Advertisment

ଇନଷ୍ଟାରେ ରିଲ୍ସ ପୋଷ୍ଟ କରୁଥିଲେ ପତ୍ନୀ, ତଣ୍ଟି କାଟି ଦେଲା ସ୍ୱାମୀ

ପର ପୁରୁଷଙ୍କ ସହ ପତ୍ନୀଙ୍କ ଖରାପ ସମ୍ପର୍କ ଥିବା ଆଶଙ୍କା କରୁଥିଲେ। ଏହି ସନ୍ଦେହ ଓ ଆଶଙ୍କା ଭୟଙ୍କର ରୂପ ନେଇଛି। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଜଣଙ୍କ ତାଙ୍କୁ ତଣ୍ଟି କାଟି ହତ୍ୟା କରିଛନ୍ତି।

Instagarm

Instagarm

Advertisment

ବାହାଘରର ୧୭ ବର୍ଷ ପରେ ମଧ୍ୟ ପତ୍ନୀଙ୍କୁ ବିଶ୍ୱାସକୁ ନେଇ ପାରିଲେ ନାହିଁ। ପତ୍ନୀ ଇନଷ୍ଟାରେ ରିଲ୍ସ କରୁଥିବା ବେଳେ ତାଙ୍କର ଅନେକ ଜଣଙ୍କ ସହ ବନ୍ଧୁତା ସୃଷ୍ଟି ହୋଇଥିଲା। ହେଲେ ଏହି ବନ୍ଧୁତାକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ସ୍ୱାମୀ।

Advertisment

ପର ପୁରୁଷଙ୍କ ସହ ପତ୍ନୀଙ୍କ ଖରାପ ସମ୍ପର୍କ ଥିବା ଆଶଙ୍କା କରୁଥିଲେ। ଏହି ସନ୍ଦେହ ଓ ଆଶଙ୍କା ଭୟଙ୍କର ରୂପ ନେଇଛି। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଜଣଙ୍କ ତାଙ୍କୁ ତଣ୍ଟି କାଟି ହତ୍ୟା କରିଛନ୍ତି।

ଏମିତି ଏକ ଘଟଣା କୋଲକାତାର ହରିନାରାୟନପୁରରେ ଘଟିଛି। ୩୮ ବର୍ଷୀୟ ପରିମଳ ବୈଦ୍ୟ ତାଙ୍କ ୩୫ ବର୍ଷୀୟ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରିଛନ୍ତି। ଇନଷ୍ଟାଗ୍ରାମରେ ଅପର୍ଣ୍ଣା ନିୟମିତ ରିଲ୍ସ ପୋଷ୍ଟ କରୁଥିବାରୁ ସ୍ୱାମୀଙ୍କ ସହ ତାଙ୍କର ତିକ୍ତତା ଲାଗି ରହିଥିଲା। ଶେଷରେ ଶୁକ୍ରବାର ଏହା ଭୟଙ୍କର ରୂପ ନେଇଥିଲା। ଗୋଟିଏ ଛୁରୀରେ ପରିମଳ ପତ୍ନୀ ଅପର୍ଣ୍ଣାଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି।

Advertisment

ପରିମଳ ପେଶାରେ ଜଣେ ରାଜମିସ୍ତ୍ରୀ। ଘଟଣାରେ ପରେ ସେ ଫେରାର ହୋଇଯାଇଛନ୍ତି। ଦମ୍ପତିଙ୍କ ପୁଅ ୭ମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ନର୍ସରୀ ଯାଉଥିଲା। ଘଟଣା ବେଳେ ପିଲାମାନେ ଘରେ ନଥିଲେ।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଅପର୍ଣ୍ଣା ଯେବେଠାରୁ ରିଲ୍ସ ତିଆରି କରି ସୋଶାଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ ସେବେଠାରୁ ପରିମଳଙ୍କ ସହ ତାଙ୍କର ତିକ୍ତତା ଆରମ୍ଭ ହୋଇଥିଲା। ସୋଶାଲ ମିଡିଆରେ ଅପର୍ଣ୍ଣାଙ୍କ ଅନେକ ବନ୍ଧୁ ରହିଥିଲେ ଓ ସେ ନିୟମିତ ସେମାନଙ୍କ ଯୋଗାଯୋଗରେ ରହିଥିଲେ।

ବିଶେଷ କରି ଗୋଟିଏ ଟଙ୍କା ଋଣ ଦେଉଥିବା ଅଧିକାରୀଙ୍କ ସହ ଅପର୍ଣ୍ଣାଙ୍କ ଘନିଷ୍ଠତା ରହିଥିଲା। ସେ ତାଙ୍କ ସହ ନିୟମିତ ଫୋନରେ କଥା ହେଉଥିଲେ। କିନ୍ତୁ ଏହାକୁ ପରିମଳ ଆଦୌ ପସନ୍ଦ କରୁ ନଥିଲେ। ଏଥିଯୋଗୁ ପରିମଳ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି।”

ଘଟଣା ବେଳେ ଦମ୍ପତିଙ୍କ ପୁଅ ଟ୍ୟୁସନ ଯାଇଥିଲେ। ସେ ଘରକୁ ଫେରିଲା ବେଳକୁ ମା’ ଅପର୍ଣ୍ଣା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ପୁଲିସ୍‌କୁ ଖବର ଦେଇଥିଲେ।

ଦମ୍ପତିଙ୍କ ପୁଅ ପୁଲିସ୍‌କୁ କହିଛନ୍ତି ଯେ “ମୋ ବାପା-ମା’ ସବୁବେଳେ ଝଗଡ଼ା କରୁଥିଲେ। ମୋ ବାପା ସବୁବେଳେ ମୋ ମା’କୁ ହତ୍ୟା କରିବେ ବୋଲି ଧମକ ଦେଉଥିଲେ। ଗୁରୁବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା।”

ନିୟମିତ ଝଗଡ଼ା ଯୋଗୁ ଅପର୍ଣ୍ଣା ଥରେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ବାପ ଘରକୁ ଚାଲି ଯାଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ପୁଣି ପରିମଳଙ୍କ ପାଖକୁ ଫେରିଥିଲେ। ପୁଲିସ୍‌ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀକୁ ଜବତ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ପରିମଳଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

West Bengal Crime Reels Instagram Reel Kolkata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe