Advertisment

ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଉମେଶ ଓ ରୀନା ୪ ବର୍ଷ ତଳେ ବିବାହ କରିଥିଲେ। ବାହାଘର ପରେ ସେମାନେ ରୋଜା ସହରରେ ରହୁଥିଲେ।

Crime

Crime

Advertisment

ସୋଶାଲ ମିଡିଆରେ ନିଜର ଫଟୋ ପୋଷ୍ଟ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ସେ ନିଜର ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିବାରୁ ତାଙ୍କୁ ଜୀବନରୁ ମାରି ଦେଇଛି ତାଙ୍କ ସ୍ୱାମୀ। ସାମାନ୍ୟ ଫଟୋ ପୋଷ୍ଟରୁ ଏତେ ବଡ଼ ଘଟଣା ଘଟିଥିବାରୁ ଏହାକୁ ନେଇ ଉତ୍ତର ପ୍ରଦେଶର ରୋଜା ସହରରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଏଠାରେ ରହୁଥିବା ଉମେଶ ଗୁପ୍ତା ତାଙ୍କର ୨୫ ବର୍ଷୀୟ ପତ୍ନୀ ରୀନା ଗୁପ୍ତାଙ୍କୁ ହତ୍ୟା କରିଛଛି। ଉମେଶ ଓ ରୀନା ୪ ବର୍ଷ ତଳେ ବିବାହ କରିଥିଲେ। ବାହାଘର ପରେ ସେମାନେ ରୋଜା ସହରରେ ରହୁଥିଲେ। କିନ୍ତୁ ରୀନା ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିବାରୁ ଉମେଶ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛି।

ହତ୍ୟା ପରେ ଉମେଶ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା। ରାତି ସମୟରେ କିଛି ଦୁର୍ବୃତ୍ତ ଚୋରି ଉଦ୍ଦେଶ୍ୟରେ ଉମେଶର ଘରେ ପଶିଥିଲେ। ସେମାନେ ହିଁ ରୀନାଙ୍କୁ ହତ୍ୟା କରିଥିବା ଉମେଶ ପୁଲିସକୁ କହିଥିଲା।

Advertisment

ତେବେ ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହ ଉମେଶ ଉପରକୁ ଯାଇଥିଲା। ତା’କୁ ଜେରା କରିବାରୁ ସେ ଶେଷରେ ନିଜର ଅପରାଧକୁ ସ୍ୱୀକାର କରିଛି। ଘଟଣା ସମ୍ପର୍କରେ ଶାହଜାହନପୁର ଏସଏସପି ଅଶୋକ କୁମାର ମୀନା କହିଛନ୍ତି, “ଆମେ ଆଇପିସିର ଧାରା ୩୦୪-ବି ଅନୁସାରେ ଅଭିଯୁକ୍ତ ସ୍ୱାମୀ ବିରୋଧରେ ଏଫଆଇଆର ରୁଜୁ କରିଛୁ। ପୀଡ଼ତାଙ୍କ ପରିବାର ଲୋକ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏଥିପାଇଁ ଆମେ ହତ୍ୟା ସହ ୩୦୪-ବି ଦଫାରେ ଏଫଆଇଆର କରିଛୁ। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେହିପରି ଅଭିଯୁକ୍ତ ସ୍ୱାମୀକୁ ଗିରଫ ମଧ୍ୟ କରାଯାଇଛି।”

ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ରୀନାଙ୍କ ମୃତଦେହ ତାଙ୍କ ଘର ବାହାରୁ ମିଳିଥିଲା। ଖବର ପାଇ ପୁଲିସ୍‌ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍‌ ଉମେଶକୁ ଜେରା କରିବାରୁ ସେ ଭିନ୍ନ ଭିନ୍ନ ମତ ଦେଇଥିଲା।

ତେଣୁ ତାକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରିଥିଲେ। ଏହି ସମୟରେ ସେ ରୀନାଙ୍କୁ ସୋଶାଲ ମିଡିଆରେ ଫଟୋ ପୋଷ୍ଟ ପାଇଁ ହତ୍ୟା କରିଥିବା ସ୍ୱୀକାର କରିଥିଲା।

Uttar Pradesh Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe