Advertisment

ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ହତ୍ୟା କଲେ, ଦୁଇ ଜଣଙ୍କ କଟାମୁଣ୍ଡ ଧରି ପୁଲିସ ପାଖରେ ପହଞ୍ଚିଲେ

ସ୍ୱାମୀଙ୍କୁ ଥାଇ ବି ପ୍ରେମିକ ସହ କରୁଥିଲେ ରୋମାନ୍ସ। ପରପୁରୁଷ ସହ ଅନୈତିକ ସମ୍ପର୍କ ରଖିଥିଲେ ସ୍ତ୍ରୀ। ଏକଥା ସ୍ୱାମୀ ଜାଣିବା ପରେ ଘଟାଇଛନ୍ତି ଅତ୍ୟନ୍ତ ଭୟଙ୍କର କାଣ୍ଡ।

TN

TN

Advertisment

ବିଭତ୍ସ। ଭୟଙ୍କର। ହୃଦୟ ବିଦାରକ। ସ୍ୱାମୀଙ୍କୁ ଥାଇ ବି ପ୍ରେମିକ ସହ କରୁଥିଲେ ରୋମାନ୍ସ। ପରପୁରୁଷ ସହ ଅନୈତିକ ସମ୍ପର୍କ ରଖିଥିଲେ ସ୍ତ୍ରୀ। ଏକଥା ସ୍ୱାମୀ ଜାଣିବା ପରେ ଘଟାଇଛନ୍ତି ଅତ୍ୟନ୍ତ ଭୟଙ୍କର କାଣ୍ଡ। ସେ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ସେମାନଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଛନ୍ତି। ଶେଷରେ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ କଟାମୁଣ୍ଡ ଧରି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Advertisment

ତାମିଲନାଡୁର କାଲ୍ଲାକୁରିଚି ଜିଲ୍ଲାରୁ ଏପରି ଛାତି ଥରାଇ ଦେବା ଭଳି ଘଟଣା ଘଟିଛି। ୪୮ ବର୍ଷୀୟ କୋଲାଞ୍ଜି ତାଙ୍କ ୩୭ ବର୍ଷୀୟ ପତ୍ନୀ ଓ ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ଲକ୍ଷ୍ନୀଙ୍କ ପ୍ରେମ ସମ୍ପର୍କ ଥାଙ୍ଗାରସୁ ନାମକ ଜଣେ ବ୍ୟକ୍ତିଙ୍କ ସହ ରହିଥିଲା ବୋଲି ଜାଣିବା ପରେ କୋଲାଞ୍ଜି ଏତେ ବଡ଼ କାଣ୍ଡ ଘଟାଇଛନ୍ତି।

କାଠ କଟାଳି ଭାବେ କାମ କରୁଥିବା କୋଲାଞ୍ଜି ନିୟମିତ ସହର ବାହାରକୁ ଯାଆନ୍ତି। ଘରେ ପତ୍ନୀ ଲକ୍ଷ୍ମୀ ଓ ୩ ବର୍ଷର ଝିଅ ରୁହନ୍ତି। କିନ୍ତୁ ଲକ୍ଷ୍ନୀ ପରକୀୟା ପ୍ରୀତିରେ ମାତିଥିବା କୋଲାଞ୍ଜି ସନ୍ଦେହ କରିଥିଲେ। ମଙ୍ଗଳବାର ସେ ସହର ବାହାରକୁ କାମରେ ଯାଉଥିବା କଥା କହି ଘରୁ ବାହାରି ଯାଇଥିଲେ। କିନ୍ତୁ ବାସ୍ତବରେ ସେ ସହର ବାହାରକୁ ଯାଇ ନଥିଲେ। ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି କି ନାହିଁ, ତା’ର ପରୀକ୍ଷା କରୁଥିଲେ।

Advertisment

କୋଲାଞ୍ଜି ଚାଲି ଯିବା ପରେ ଲକ୍ଷ୍ନୀଙ୍କ ଘରେ ପହଞ୍ଚିଥିଲେ ତାଙ୍କ ପ୍ରେମିକ ଥାଙ୍ଗାରସୁ। ଉଭୟ ଛାତକୁ ଯାଇ କଥା ହେଉଥିବା ବେଳେ ହଠାତ୍‌ ଘରକୁ ଫେରିଥିଲେ କୋଲାଞ୍ଜି। ଉଭୟଙ୍କୁ ଏକାଠି ଛାତ ଉପରେ ଦେଖି ତାଙ୍କ ରକ୍ତ ଗରମ ହୋଇଯାଇଥିଲା। ସେ ଗୋଟିଏ ଦା’ରେ ଉଭୟଙ୍କୁ ଆକ୍ରମଣ କରି ମାରି ଦେଇଥିଲେ। ଏହାପରେ ଦୁଇ ଜଣଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଥିଲେ।

ଦୁଇ କଟା ମୁଣ୍ଡକୁ ନିଜ ବାଇକରେ ବାନ୍ଧି ସିଧା ଭେଲ୍ଲୋର କେନ୍ଦ୍ରୀୟ ଜେଲରେ ପହଞ୍ଚିଥିଲେ। ସେଠାରେ ସେ ଆତ୍ମମର୍ପଣ କରିଥିଲେ। କୋଲାଞ୍ଜି ଜେଲରେ ପହଞ୍ଚିଥିବା ବେଳେ ଖବର ପାଇ ବଞ୍ଜାରାମ ପୁଲିସ୍‌ ସେଠାରେ ପହଞ୍ଚିଥିଲା। କୋଲାଞ୍ଜିଙ୍କ ଠାରୁ ସବୁ କଥା ଶୁଣିବା ପରେ ତାଙ୍କୁ ଗିରଫ କରିଛି। ସେହିପରି ତାଙ୍କ ଘରୁ ୨ଟି ମୁଣ୍ଡହୀନ ଶବକୁ ଜବତ କରିଛି।

ଲକ୍ଷ୍ନୀ ଓ କୋଲାଞ୍ଜିଙ୍କ ଜଣେ ୩ ବର୍ଷର ଝିଅ ରହିଛନ୍ତି। ଏହି ଘଟଣା ପରେ ତାଙ୍କୁ ସମ୍ପର୍କୀୟଙ୍କ ଘରକୁ ପଠାଇ ଦିଆଯାଇଛି।

Crime Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe