Advertisment

ଲକଡାଉନ ପ୍ରେମ ପରେ ବାହା ହୋଇଥିଲେ, ଏବେ ପତ୍ନୀଙ୍କ ସହ ତାଙ୍କ ବାପାମା’ଙ୍କୁ ହତ୍ୟା କଲେ

ମହାମାରୀ କରୋନା ଯୋଗୁ ପୂରା ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ନଜିବୁର ଓ ସଂଘମିତ୍ରା ପରସ୍ପର ପ୍ରେମରେ ପଡ଼ିଥିଲେ। ସେହିବର୍ଷ ଅକ୍ଟୋବରରେ ଉଭୟ ଆସାମରୁ କୋଲକାତା ଫେରାର ହୋଇଯାଇଥିଲେ।

author-image
Hemant Lenka
assam

assam

କରୋନା ଲକଡାଉନ ବେଳେ ଆରମ୍ଭ ହୋଇଥିବା ପ୍ରେମ ଏବେ ଟ୍ରିପଲ ମର୍ଡରରେ ଶେଷ ହୋଇଛି। ଜଣେ ବ୍ୟକ୍ତି ଲକଡାଉନ ବେଳେ ପ୍ରେମରେ ପଡ଼ିଥିଲେ। ଏହାପରେ ପ୍ରେମ କରୁଥିବା ଯୁବତୀଙ୍କୁ ବିବାହ କରିଥିଲେ। ହେଲେ ଏବେ ସେ ନିଜ ପତ୍ନୀ ଓ ତାଙ୍କ ବାପାମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଆସାମର ଗୋଲାଘାଟ ଜିଲ୍ଲାରୁ ଏପରି ଲୋମହର୍ଷଣକାରୀ ଘଟଣା ଆସିଛି।

Advertisment

୨୫ ବର୍ଷୀୟ ନଜିବୁର ରହମାନ ବୋରା ଓ ୨୪ ବର୍ଷୀୟ ସଂଘମିତ୍ରା ଘୋଷ ପରସ୍ପରକୁ ବିବାହ କରିଥିଲେ। ହେଲେ ସେମାନଙ୍କ ଲଭଷ୍ଟୋରୀ ସୋମବାର ହତ୍ୟାରେ ଶେଷ ହୋଇଛି। ନଜିବୁର ନିଜ ହାତରେ ସଂଘମିତ୍ରା ଓ ତାଙ୍କ ବାପା ମା’ଙ୍କୁ ହତ୍ୟା କରିଛନ୍ତି। ପତ୍ନୀଙ୍କ ପରିବାର ଲୋକଙ୍କୁ ଶେଷ କରିବା ପରେ ସେ ନିଜର ୯ ମାସର ପୁଅକୁ ଧରି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପୁଲିସ କହିଛି ଯେ ନଜିବୁର ଜଣେ ମେକାନିକାଲ ଇଞ୍ଜିନିୟର ଓ ସଂଘମିତ୍ରାଙ୍କ ସହ ତାଙ୍କର ବନ୍ଧୁତା ୨୦୨୦ ଜୁନରେ ହୋଇଥିଲା। ଫେସବୁକରୁ ଆରମ୍ଭ ହୋଇଥିବା ଏହି ବନ୍ଧୁତା ପରେ ପ୍ରେମର ରୂପ ନେଇଥିଲା।

Advertisment

ମହାମାରୀ କରୋନା ଯୋଗୁ ପୂରା ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ନଜିବୁର ଓ ସଂଘମିତ୍ରା ପରସ୍ପର ପ୍ରେମରେ ପଡ଼ିଥିଲେ। ସେହିବର୍ଷ ଅକ୍ଟୋବରରେ ଉଭୟ ଆସାମରୁ କୋଲକାତା ଫେରାର ହୋଇଯାଇଥିଲେ।

କିଛି ମାସ ପରେ ସଂଘମିତ୍ରାଙ୍କ ବାପା ମା’ ତାଙ୍କୁ ଘରକୁ ଆଣିଥିଲେ। କିନ୍ତୁ ସେତେବେଳକୁ ସେ ନଜିବୁରଙ୍କୁ କୋଲକାତାର ଗୋଟିଏ କୋର୍ଟରେ ବିବାହ କରି ସାରିଥିଲେ। ୨୦୨୧ରେ ସଂଘମିତ୍ରାଙ୍କ ବାପା ସଞ୍ଜୀବ ଘୋଷ ଓ ମା’ ଝୁନୁ ଘୋଷ ନିଜ ଝିଅ ବିରୋଧରେ ଚୋରି ଅଭିଯୋଗ ଆଣି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ପୁଲିସ୍‌ ତାଙ୍କୁ ଗିରଫ କରିଥିଲା ଓ ସେ ଗୋଟିଏ ମାସରୁ ଅଧିକ ଦିନ ବିଚାରବିଭାଗୀୟ ହାଜତରେ ରହିଥିଲେ। ଜାମିନ ପାଇବା ପରେ ସଂଘମିତ୍ରା ତାଙ୍କ ବାପା ମା’ଙ୍କ ଘରକୁ ଯାଇଥିଲେ।

୨୦୨୨ ଜାନୁଆରୀ ସଂଘମିତ୍ରା ଓ ନଜିବୁର ପୁଣି ଫେରାର ହୋଇଯାଇଥିଲେ। ଏଥର ସେମାନେ ଚେନ୍ନାଇ ପଳାଇଥିଲେ। ସେଠାରେ ଉଭୟ ୫ ମାସ ରହିଥିଲେ। ଅଗଷ୍ଟରେ ଯେତେବେଳେ ଦମ୍ପତି ଗୋଲାଘାଟକୁ ଆସିଲେ ସେତେବେଳେ ସଂଘମିତ୍ରା ଗର୍ଭବତୀ ହୋଇ ସାରି ଥିଲେ। ସେମାନେ ଏଥର ନଜିବୁରଙ୍କ ଘରେ ରହିବା ଆରମ୍ଭ କରିଥିଲେ। ନଭେମ୍ବରରେ ସଂଘମିତ୍ର ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ସବୁ କିଛି ଠିକଠାକ ଚାଲିଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚରେ ହଠାତ୍‌ ସଂଘମିତ୍ରା ନିଜ ନବଜାତ ପୁଅକୁ ଧରି ନଜିବୁରଙ୍କ ଘର ଛାଡ଼ି ଦେଇଥିଲେ। ସେ ତାଙ୍କ ବାପା ମା’ଙ୍କ ପାଖକୁ ଚାଲିଯାଇଥିଲେ। ନଜିବୁର ତାଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ସେ ପୁଲିସରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ୍‌ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ନଜିବୁରଙ୍କୁ ଗିରଫ କରିଥିଲା। ଗିରଫର ୨୮ ଦିନ ପରେ ସେ ଜାମିନରେ ମୁକୁଳିଥିଲେ।

ଜେଲରୁ ବାହାରିବା ପରେ ନଜିବୁର ନିଜ ପୁଅକୁ ଭେଟିବାକୁ ଚାହିଁଥିଲେ। କିନ୍ତୁ ସଂଘମିତ୍ରାଙ୍କ ପରିବାର ଲୋକ ଏହା କରାଇ ଦେଇ ନଥିଲେ। ଏପ୍ରିଲ ୨୯ରେ ନଜିବୁରଙ୍କ ଭାଇ ପୁଲିସ୍‌ ପାଖରେ ପହଞ୍ଚିଥିଲେ। ସଂଘମିତ୍ରା ଓ ତାଙ୍କ ପରିବାର ଲୋକ ନଜିବୁରଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ।

ଏହି ବିବାଦ ସୋମବାର ଭୟଙ୍କର ରୂପ ନେଇଥିଲା। ନଜିବୁର ପ୍ରତିଶୋଧ ପରାୟଣ ହୋଇ ସଂଘମିତ୍ରା, ତାଙ୍କ ବାପା ସଞ୍ଜୀବ ଓ ମା’ ଝୁନୁଙ୍କୁ ହତ୍ୟା କରିଥିଲେ। ଏହାପରେ ନିଜର ୯ ମାସର ପୁଅକୁ ଧରି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

ପୁଲିସ୍‌ ନଜିବୁରଙ୍କ ଠାରୁ ଟ୍ରିପଲ ମର୍ଡର କଥା ଶୁଣିବା ପରେ ସଞ୍ଜୀବଙ୍କ ଘରେ ପହଞ୍ଚିଥିଲା। ସେଠାରେ ସଂଘମିତ୍ରା, ସଞ୍ଜୀବ ଓ ଝୁନୁ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ପୁଲିସ୍‌ ଓ ଫରେନ୍ସି ଟିମ ଏବେ ଘଟଣାର ଅଧିକ ତଦନ୍ତ କରୁଛନ୍ତି। ପୁଲିସ୍‌ ନଜିବୁରଙ୍କୁ ଗିରଫ ମଧ୍ୟ କରିଛି।

Murder Assam Love Story