Advertisment

ସଇତାନ ସ୍ୱାମୀ ନେଲେ ପତ୍ନୀଙ୍କ ଜୀବନ; ମୃତଦେହ ପାଖରେ ଛୁଆକୁ ଛାଡ଼ି ଜୀବନ ହାରିଲେ

ନିଜ ଦୁଇ ବର୍ଷର ଶିଶୁ ପୁତ୍ରକୁ ରକ୍ତାକ୍ତ କରି ମା’ ମୃତଦେହ ନିକଟରେ ଛାଡ଼ି ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
undefined

Murder

ପାରିବାରିକ କଳହର ସାଂଘାତିକ ରୂପ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଦାମ୍ପତ୍ୟ କଳହ ଯୋଗୁ ଉଜୁଡ଼ିଗଲା ସଂସାର। ଅନାଥ ହୋଇଗଲା ନିଷ୍ପାପ ଶିଶୁ।  ଯୁବକଜଣକ ପତ୍ନୀଙ୍କୁ  ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଥିସହ ନିଜ ଦୁଇ ବର୍ଷର ଶିଶୁ ପୁତ୍ରକୁ ରକ୍ତାକ୍ତ କରି ମା’ ମୃତଦେହ ନିକଟରେ ଛାଡ଼ି ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଛନ୍ତି। ଏପରି ଦୁଃଖଦ ଘଟଣା ରାଜଧାନୀ ଦିଲ୍ଲୀରେ ଗତକାଲି ଘଟିଛି।

Advertisment

ମୃତକଜଣକ ୩୦ ବର୍ଷୀୟ ଗୌରବ ଶର୍ମା ବୋଲି ଜଣାଯାଇଛି।  ଗୌରବ ନିଜ ୨୪ ବର୍ଷୀୟ ପତ୍ନୀ ଲକ୍ଷ୍ମୀ ଓ ୨ ବର୍ଷର ଶିଶୁ ପୁତ୍ର ସହ ପ୍ରାୟ ୬ ମାସ ହେବ ଦିଲ୍ଲୀର ଗୁରୁଗ୍ରାମରେ ରହହି ଆସୁଥିଲେ। ପ୍ରଥମେ ସେ ଏକ ଘରୋଇ କମ୍ପାନୀରେ କାମ କରି ପରିବାର ଚଳାଉଥିବା ବେଳେ କିଛି ମାସ ହେବ ତାଙ୍କ ଚାକିରି ନ ଥିବା ଜଣାଯାଇଛି।

ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହୁଥିବା ବେଳେ ଏହା ଗତକାଲି ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗୌରବ ଏକ ଧାରୁଆ ଅସ୍ତ୍ରରେ ପତ୍ନୀଙ୍କ ଜିଭ କାଟି ଦେଇଥିବା ବେଳେ ଇଟାକୁ ମୁଣ୍ଡରେ ଛେଚି ତାଙ୍କ ହତ୍ୟା କରିଥିଲେ। ଏହାଦେଖି ପାଖରେ ଥିବା ଛୁଆଟି କାନ୍ଦିବାରୁ ନିଜ ହିତାହିତ ଜ୍ଞାନ ଭୁଲି ସାରିଥିବା ଗୌରବ କୁମାର ନିଜ ପୁଅ ମୁଣ୍ଡକୁ ବି ଇଟାରେ ଛେଚି ଦେଇଥିଲେ।

Advertisment

ଏହାପରେ ମୃତଦେହ ନିକଟରେ ଶିଶୁକୁ ଛାଡ଼ି ବାହାରୁ କବାଟ ଦେଇ ପଳାଇଥିଲେ। ଏହାପରେ ସେ ଗାଜିଆବାଦସ୍ଥିତ ମେଟ୍ରୋ ଷ୍ଟେଶନରେ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଥିଲେ। ପୁଲିସ୍‌ ପହଞ୍ଚି ଗୌରବଙ୍କ ମୃତଦେହ ଟ୍ରାକ୍‌ରୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଶିଶୁଟିର କାନ୍ଦ ଶୁଣି ଆଖପାଖ ଲୋକେ ରୁଣ୍ଡ ହୋଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି କବାଟ ଭାଙ୍ଗି ରକ୍ତ ଜୁଡ଼ୁବୁଡ଼ୁ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ଏଥିସହ ପାଖରେ ରକ୍ତାକ୍ତ ଅବସ୍ଥାରେ ଶିଶୁଟି ପଡ଼ିଥିବା ବେଳେ ପୁଲିସ୍‌ ତୁରନ୍ତ ପିଲାଟିକୁ ମେଡିକାଲ ପଠାଇଥିଲା।  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ପୁଲିସ୍‌ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ପହଞ୍ଚି ପିଲାଟିକୁ ନେଇ ଯାଇଥିବା ଜଣାଯାଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। 

Murder Family Dead Couple Murdered