Advertisment

ଭୟଙ୍କର: ସ୍ତ୍ରୀର କଟା ମୁଣ୍ଡ ଧରି ରାସ୍ତାରେ ବୁଲିଲା ସ୍ୱାମୀ

କଟାମୁଣ୍ଡକୁ ବେଧଡ଼କ ଅନ୍ଦାଜରେ ରାସ୍ତାରେ ଧରି ଦୀର୍ଘ ସମୟ ଧରି ବୁଲିଛି।

West Bengal

West Bengal

Advertisment

ନୃଶଂସର ସବୁ ସୀମା ପାର କରାଯାଇଛି ଜଣେ ବ୍ୟକ୍ତି। ସେ ନିଜ ପତ୍ନୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ମୁଣ୍ଡ କାଟି ହତ୍ୟା କରିଛି। ଖାଲି ସେତିକି ନୁହେଁ, ପତ୍ନୀର କଟାମୁଣ୍ଡକୁ ବେଧଡ଼କ ଅନ୍ଦାଜରେ ରାସ୍ତାରେ ଧରି ଦୀର୍ଘ ସମୟ ଧରି ବୁଲିଛି। ଏମିତି ଏକ ଲୋମଟାଙ୍କୁରି ଉଠିବା ଭଳି ଘଟଣା ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରା ଅଞ୍ଚଳରେ ଘଟିଛି।

Advertisment

ଏହାକୁ ନେଇ ପୂରା ଅଞ୍ଚଳରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲା ୪୦ ବର୍ଷୀୟ ଗୌତମ।

ଆଜି ସେ ଚିସ୍ତିପୁର ବସ୍‌ ଷ୍ଟାଣ୍ଡ ନିକଟରେ ବୁଲୁଥିଲା। ତା’ ଦେହ ସାରା ରକ୍ତ ଲାଗିଥିବା ବେଳେ ହାତରେ ସ୍ତ୍ରୀର କଟାମୁଣ୍ଡ ରହିଥିଲା। ଲୋକମାନେ ଏପରି ଭୟଙ୍କର ଦୃଶ୍ୟ ଦେଖି ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌କୁ ଦେଖି ମଧ୍ୟ ଗୌତମ ଡରି ନଥିଲା। ବରଂ ପୁଲିସ୍‌ ହାତରେ ଆପେଆପେ ଧରା ଦେଇଥିଲା।

Advertisment

ପୁଲିସ୍‌ ତାକୁ ଗିରଫ କରିବା ସହ କଟା ମୁଣ୍ଡକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ କହିଛି ଯେ ଗୌତମ ଜଣେ ମାନସିକ ରୋଗୀ। ସେ ଘରୋଇ କଳି ଯୋଗୁ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲା।

ଏହାପରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା। ଶେଷରେ କଟା ମୁଣ୍ଡକୁ ଧରି ରାସ୍ତାରେ ବୁଲିଥିଲା। ପୁଲିସ୍‌ ଗୌତମକୁ ଗିରଫ କରିବା ପରେ ତା’ ଘରେ ପହଞ୍ଚିଥିଲା। ସେଠାରେ ପଡ଼ିଥିବା ମୁଣ୍ଡ ବିହୀନ ମୃତଦେହକୁ ମଧ୍ୟ ପୁଲିସ୍‌ ଜବତ କରିଛି।

West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe