Advertisment

ପରକିୟାପ୍ରୀତି ସନ୍ଦେହ: ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ବେଲଚାକୁ ଜବତ କରିଛି।

UP

UP

Advertisment

ସନ୍ଦେହ ଉଜାଡ଼ି ଦେଇଛି ସୁନାର ସଂସାର। ଯାହାର ହାତ ଧରି ସାତ ଜନ୍ମର ସାଥୀ କରିଥିଲେ, ତାକୁ ହିଁ ଶେଷରେ ହତ୍ୟା କରିଛି। ସ୍ତ୍ରୀ ପର ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହରେ ସ୍ୱାମୀ ଜଣକ ଘଟାଇଛି ନର୍ମମ ହତ୍ୟାକାଣ୍ଡ। ଘର ଭିତରେ ଥିବା ବେଲଚାରେ ପତ୍ନୀଙ୍କୁ ଏକାଧିକ ଥର ଆକ୍ରମଣ କରି ହତ୍ୟା କରିଛି ସ୍ୱାମୀ। ଉତ୍ତର ପ୍ରଦେଶର ବାରାବାଙ୍କି ଜିଲ୍ଲାରେ ଏପରି ଘଟଣା ସୋମାକର ସକାଳେ ଘଟିଛି।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ବେଲଚାକୁ ଜବତ କରିଛି। ଅଭିଯୁକ୍ତି ମୋତିଲାଲର ଘର ସୀତାପୁର ଜିଲ୍ଲାରେ। ସେ ଓ ତା’ ପତ୍ନୀ ରଜନୀ ବାଦ୍ଦୁପୁରୱା ଗାଁରେ ଥିବା ଗୋଟିଏ ଇଟା ଭାଟିରେ କାମ କରୁଥିଲେ।

ସେମାନେ ଉକ୍ତ ସ୍ଥାନରେ ଥିବା ଗୋଟିଏ ଝୁମ୍ପୁଡ଼ିରେ ମଧ୍ୟ ରହୁଥିଲେ। ସବୁ କିଛି ଠିକଠାକ ଚାଲିଥିଲା। କିନ୍ତୁ ମୋତିଲାଲ ସମୟକ୍ରମେ ପତ୍ନୀ ରଜନୀଙ୍କ ଚରିତ୍ରକୁ ନେଇ ସନ୍ଦେହ ଆରମ୍ଭ କରିଥିଲେ। ରଜନୀ ପର ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ମୋତିଲାଲ ଆଶଙ୍କା କରିଥିଲେ। ଏହି ସନ୍ଦେହ ଯୋଗୁ ଦମ୍ପତିଙ୍କ ହସଖୁସିର ସଂସାରରେ ଉଠିଥିଲା ଝଡ଼। ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ମଧ୍ୟ ହେଉଥିଲା।

Advertisment

ସୋମବାର ସକାଳେ ସ୍ଥିତି ପୂରା ବିଗିଡ଼ି ଯାଇଥିଲା। ମୋତିଲାଲ ଓ ରଜନୀଙ୍କ ମଧ୍ୟରେ ପ୍ରବଳ ଝଡ଼ଗା ହୋଇଥିଲା। ଏଥିରେ ରାଗି ଯାଇ ମୋତିଲାଲ ଘରେ ଥିବା ଗୋଟିଏ ବେଲଚାରେ ରଜନୀଙ୍କୁ ଏକାଧିକ ଥର ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପତ୍ନୀ ରକ୍ତାକ୍ତ ଅବସ୍ଥାରେ ତଳା ପଡ଼ିଥିବା ବେଳେ ମୋତିଲାଲ ସେହି ସ୍ଥାନରେ ବସି ରହିଥିଲା। ପରବର୍ତ୍ତୀ ସମୟରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ବେଲଚାକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Uttar Pradesh Crime Couple Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe