Advertisment

ପତ୍ନୀଙ୍କ ବେକରେ ସ୍କ୍ରୁଡାଇଭର ଭୁଷି ନିର୍ମମ ଭାବେ ହତ୍ୟା କଲା ମଦୁଆ ସ୍ୱାମୀ

ଯୁବକ ଜଣଙ୍କ ପ୍ରତିଦିନ ମଦ ପିଉଥିବାରୁ ଏହାକୁ ପତ୍ନୀ ବିରୋଧ କରୁଥିଲେ। ଏଥିପାଇଁ ସେ ନିଜ ପତ୍ନୀଙ୍କୁ ସ୍କ୍ରୁଡାଇଭର ଭୁଷି ହତ୍ୟା କରିଛନ୍ତି। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଏପରି ଏକ ଘଟଣା ଘଟିଛି।

author-image
Hemant Lenka
Jaipur

Jaipur

ନିଜର ଜୀବନ ସାଥୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ୨୫ ବର୍ଷୀୟ ଯୁବକ। ଯାହାଙ୍କ ହାତକୁ ସାତ ଜନ୍ମ ପାଇଁ ଧରିଥିଲା, ତାଙ୍କୁ ହିଁ ସ୍କ୍ରୁଡାଇଭର ଭୁଷି ସବୁ ଦିନ ପାଇଁ ପରପାରିକୁ ପଠାଇ ଦେଇଛି। ଯୁବକ ଜଣଙ୍କ ବାରମ୍ବାର ପତ୍ନୀଙ୍କ ବେକରେ ସ୍କ୍ରୁଡାଇଭର ଭୁଷି ହତ୍ୟା କରିବା ପଛର କାରଣ ହେଲା ମଦ।

Advertisment

ଯୁବକ ଜଣଙ୍କ ପ୍ରତିଦିନ ମଦ ପିଉଥିବାରୁ ଏହାକୁ ପତ୍ନୀ ବିରୋଧ କରୁଥିଲେ। ଏଥିପାଇଁ ସେ ନିଜ ପତ୍ନୀଙ୍କୁ ସ୍କ୍ରୁଡାଇଭର ଭୁଷି ହତ୍ୟା କରିଛନ୍ତି। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଏପରି ଏକ ଘଟଣା ଘଟିଛି।

ପୁଲିସ୍‌ କହିଛି ଯେ ଘର ଭିତରେ ହିଁ ସବୁ କିଛି ଘଟିଛି। ଅଭିଯୁକ୍ତ ସ୍ୱାମୀ ଜଣଙ୍କ ହେଲା କାନାରାମ ସ୍ୱାମୀ। ସେ ତାଙ୍କ ପତ୍ନୀ ମମତାଙ୍କୁ ଆକ୍ରମଣ କରିବା ପରେ ନିଜେ ହିଁ ତାଙ୍କୁ କନୱାତିଆ ହସ୍ପିଟାଲକୁ ନେଇଥିଲା।

Advertisment

ସେଠାରୁ ମମତାଙ୍କୁ ଏସଏମଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବାରୁ ସ୍ୱାମୀ କାହାକୁ କିଛି ନ କହି ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲା।

ଶାସ୍ତ୍ରୀ ନଗରରେ ଥିବା ଗୋଟିଏ ହାର୍ଡୱେୟାର ଦୋକାନରେ ସ୍ୱାମୀ କାମ କରେ। ସେ ପ୍ରତିଦିନ ମଦ ପିଉଥିବାରୁ ଏହାକୁ ନେଇ ମମତାଙ୍କ ସହ ତା’ର ଝଗଡ଼ା ହେଉଥିଲା। ସେ ପ୍ରାୟ ପ୍ରତିଦିନ ନିଶାରେ ଘରକୁ ଫେରିବା ସହ ମମତାଙ୍କୁ ମାରପିଟ ମଧ୍ୟ କରୁଥିଲା। ଏହି ଘଟଣା ପାଇଁ ଦୁଇ ଜଣଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ମଧ୍ୟ ହେଉଥିଲା। ସୋମବାର ଏହି ପାଟିତୁଣ୍ଡ ଭୟଙ୍କର ରୂପ ନେଇଥିଲା।

ଶେଷରେ ସ୍ୱାମୀ ଗୋଟିଏ ସ୍କ୍ରୁଡାଇଭର୍‌ରେ ମମତାଙ୍କୁ ବେକକୁ ବାରମ୍ବାର ଆକ୍ରମଣ କରିଥିଲା। ମମତା ନିସ୍ତେଜ ହୋଇ ତଳେ ପଡ଼ିଯିବାରୁ ସ୍ୱାମୀ ଡରି ଯାଇଥିଲା। ଏଥିପାଇଁ ସେ ତାଙ୍କୁ ହସ୍ପିଟାଲ ନେଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବାରୁ ସ୍ୱାମୀ ଗିରଫଦାରୀ ଭୟରେ ଫେରାର ହୋଇଯାଇଥିଲା।

ମମତାଙ୍କ ଭାଇ ଏନେଇ ଏଫଆଇଆର ଦେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆମ୍ଭ କରିଛି। ସେହିପରି ଫରେନ୍ସିକ ଟିମ୍‌ ମଧ୍ୟ ସ୍ୱାମୀର ଘରେ ପହଞ୍ଚି ରକ୍ତ ନମୁନା ଓ ଅନ୍ୟ ପ୍ରମାଣ ମଧ୍ୟ ସଂଗ୍ରହ କରିଛି।

Murder