Advertisment

ବିମାନ ଭିତରେ ବିଡ଼ି ଟାଣି ଜେଲ୍‌ ଗଲେ

ବ୍ୟକ୍ତି ଜଣଙ୍କ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରିଥିଲେ। ଯାତ୍ରା ସମୟରେ ସେ ବିମାନର ଟଏଲେଟକୁ ଯାଇ ବିଡ଼ି ଟାଣିଥିଲେ।

author-image
Hemant Lenka
Flight

Flight

ବିମାନରେ ଯାତ୍ରା କରୁଥିବା ବେଳେ ବିଡ଼ି ଟାଣି ବନ୍ଧା ହୋଇଛନ୍ତି ଜଣେ ବ୍ୟକ୍ତି। ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ମୁମ୍ବାଇର ଚତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଗିରଫ କରାଯାଇଛି।

Advertisment

ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମହମ୍ମଦ ଫାରକୁଦ୍ଦିନ ମହମ୍ମଦ ଅମ୍ମରୁଦ୍ଦିନ। ସେ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରିଥିଲେ। ଯାତ୍ରା ସମୟରେ ସେ ବିମାନର ଟଏଲେଟକୁ ଯାଇ ବିଡ଼ି ଟାଣିଥିଲେ।

ସେ ଟଏଲେଟରେ ବିଡ଼ି ଟାଣୁଥିବା ବେଳେ କ୍ରୁ ସଦସ୍ୟମାନେ ଧୂଆଁର ଗନ୍ଧ ଯୋଗୁ ଏହାର ଯାଞ୍ଚ କରିଥିଲେ। ବେଶ କିଛି ସମୟର ଯାଞ୍ଚ ପରେ ସେମାନେ ଅମ୍ମରୁଦ୍ଦିନଙ୍କୁ ପ୍ରଶ୍ନ କରିଥିଲେ। ବାରମ୍ବାର ପ୍ରଶ୍ନ କରାଯିବାରୁ ସେ ବିଡ଼ି ଟାଣିଥିବା ସ୍ୱୀକାର କରିଥିଲେ।

Advertisment

ଏହାପରେ ବିମାନ ମୁମ୍ବାଇରେ ପହଞ୍ଚିବା ପରେ କ୍ରୁ ସଦସ୍ୟଙ୍କ ଅଭିଯୋଗକ୍ରମରେ ସହର ପୁଲିସ୍‌ ତାଙ୍କୁ ଗିରଫ କରିଛି। ତାଙ୍କ ନାଁରେ ଆଇପିସିର ୩୬୬ ଓ ଏହାର କ୍ରାଫ୍ଟ ଆଇନର ବିଭିନ୍ନ ଦଫାରେ ମାମଲା ହୋଇଛି। ଗିରଫ ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Indigo Airlines IndiGo Flights Indigo