Advertisment

ନିଜେ ରଚିଥିଲେ ନିଜ ହତ୍ୟା ନାଟକ; ୩ ମାସ ପରେ ମାଡ଼ି ବସିଲା ପୁଲିସ୍‌

ରୋଜଗାରଠୁ ବଳିଗଲା ଖର୍ଚ୍ଚ। ଠିକ୍‌ ସମୟରେ ଦେଇ ହେଲାନି କିସ୍ତି ଟଙ୍କା। ଏଥିସହ ସବୁବେଳେ ଅପଦସ୍ଥ ହେବାକୁ ବି ଭଲ ଲାଗିଲାନି। ତେଣୁ ଏଥିରେ ଯବନିକା ପକାଇବାକୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଜଣକ କଲେ ସାଂଘାତିକ ଷଡଯନ୍ତ୍ର ।

Accused

Accused

Advertisment

ରୋଜଗାରଠୁ ବଳିଗଲା ଖର୍ଚ୍ଚ। ଠିକ୍‌ ସମୟରେ ଦେଇ ହେଲାନି କିସ୍ତି ଟଙ୍କା। ଏଥିସହ ସବୁବେଳେ ଅପଦସ୍ଥ ହେବାକୁ ବି ଭଲ ଲାଗିଲାନି। ତେଣୁ ଏଥିରେ ଯବନିକା ପକାଇବାକୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଜଣକ କଲେ ସାଂଘାତିକ ଷଡଯନ୍ତ୍ର । ନିଜେ ରଚିଲେ ନିଜ ହତ୍ୟାର ନାଟକ । ୩ ମାସର ଲୁଚକାଳି ଖେଳ ପରେ ଏହି ଘଟଣାର ପର୍ଦ୍ଦାଫାସ କରି ସମ୍ପୃକ୍ତ ଫାଇନାନ୍ସ କର୍ମଚାରୀଙ୍କୁ ଧରିଛି ପୁଲିସ୍‌ ।

Advertisment

ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଗତ ଅଗଷ୍ଟ ମାସରେ ଘଟିଥିଲା। ନିଜ ହତ୍ୟା ନାଟକ ରଚିଥିବା ଫାଇନାନ୍ସ କର୍ମଚାରୀଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଜାମୁଦା ଗାଁର ହେମନ୍ତ ପାତ୍ର । ଇ.ଏମ୍.ଆଇ କିସ୍ତି ଟଙ୍କାର ବୋଝ ଓ ନିଜେ ଚାକିରି କରିଥିବା ଫାଇନାନ୍ସ କମ୍ପାନୀର ଇନ୍ସୁରାନ୍ସ ଟଙ୍କା ପାଇବା ପାଇଁ ଏପରି ନାଟକ କରିଥିବା ସ୍ୱୀକାର କରିଛନ୍ତି ହେମନ୍ତ ।

ଗତ ଅଗଷ୍ଟ ୮ ତାରିଖ ରାତି ୮ ଟାରେ ସୁକ୍ରୁଳି ଓ ସିଙ୍ଗଡ଼ା ରାସ୍ତା କାଶିଆ ଜଙ୍ଗଲ ନିକଟ ପୋଖୋରୀ ପାଖରେ ଏକ ରକ୍ତଭିଜା ପଲ୍ସର୍ ବାଇକ୍ ସହ ଏକ ବ୍ୟାଗ୍ ପଡ଼ି ରହିଥିବା ନେଇ ରରୁଆଁ ଥାନାକୁ ଖବର ଆସିଲା । ରରୁଆଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ତାହା ଯଶିପୁର ବ୍ରାଞ୍ଚ ସମସ୍ତା ଫାଇନାନ୍ସ କମ୍ପାନୀର ହେମନ୍ତ ପାତ୍ର ନାମକ କର୍ମଚାରୀଙ୍କ ବାଇକ୍‌ ବୋଲି ଜାଣିବାକୁ ପାଇଥିଲା। ୯ ତାରିଖ ସକାଳେ ହେମନ୍ତଙ୍କ ଶାଶୁ ଓ ସ୍ତ୍ରୀ ରରୁଆଁ ଥାନାକୁ ଆସି ହେମନ୍ତଙ୍କୁ ଅପହରଣ କରି ହତ୍ୟା କରିଥିବା ସନ୍ଦେହ କରି ଏକ ଲିଖିତ ଅଭିଯୋଗ କରିଥିଲେ।

Advertisment

ରରୁଆଁ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ବି ହେମନ୍ତଙ୍କୁ ମୃତ ଅବସ୍ଥାରେ କି ଜୀବନ୍ତ ଅବସ୍ଥାରେ ପାଇ ପାରୁ ନ ଥିଲା।  ସେପଟେ ପରିବାର ପକ୍ଷରୁ ପୁଲିସର ପାରିବାପଣିଆକୁ ନେଇ ବିଭିନ୍ନ ପ୍ରଶ୍ନ କରାଯାଇ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଯାହା ପୁଲିସକୁ ମଧ୍ୟ ଅଡ଼ୁଆରେ ପକାଉଥିଲା ।

ହେଲେ ହେମନ୍ତଙ୍କ ଏକ ଫୋନ୍ କଲ ସବୁ ଗୁମର ଖୋଲିଦେଇଥିଲା । ଗତ ୧୮ ତାରିଖରେ ହେମନ୍ତ ନିଜ ମାମୁଁ ଶ୍ଵଶୁରଙ୍କ ସହ ମୋବାଇଲରେ କଥା ହେଉଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ତାଙ୍କ ମୋବାଇଲ୍‌କୁ ଟ୍ରାକ୍‌ କରି ତାଙ୍କ ଗତିବିଧି ଉପରେ ନଜର ରଖିଥିଲା । ହେମନ୍ତ କେନ୍ଦୁଝର ଆସି ପୁଣି ନିଜ ଶାଶୁଙ୍କ ସହ ଦେଖା କରିବାକୁ ଭୁବନେଶ୍ୱରର ଶୈଳେଶ୍ରୀ ବିହାରକୁ ଯାଇଥିବା ବେଳେ ରରୁଆଁ ପୋଲିସ ତାଙ୍କୁ କାବୁ ଗତକାଲି ଥାନାକୁ ଆଣିଛି।

ଏନେଇ ପଚରାଉଚରା କରିବାରୁ ହେମନ୍ତ କହିଛନ୍ତି, ମୋ’ ରୋଜଗାରଠୁ ଖର୍ଚ୍ଚ ବଳି ଯାଇଥିଲା। ମୁଁ ବହୁତ ଲୋ଼ନ୍‌ କରିଥିବା ବେଳେ EMI ଦେଇ ପାରୁ ନ ଥିଲି। ଏହାପରେ ନିଜ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମ୍ୟାନେଜର ଓ ପତ୍ନୀଙ୍କୁ ଫୋନ୍‌ କରି ରରୁଆଁ ଥାନା ଅଞ୍ଚଳରେ ଯାଉଥିବା ବେଳେ କିଛି ଯୁବକ ମୋ’ ପିଛା କରୁଥିବା କହିଥିଲି।

ଘଟଣା ଦିନ ରାତିରେ କାଶିଆ ଜଙ୍ଗଲ ନିକଟ ଏକ ପୋଖରୀ ପାଖରେ ନିଜ ବାଇକ୍‌କୁ ରାସ୍ତା କଡକୁ ଠେଲି ଦେଇ ହାତ କାଟି ବାଇକ୍ ଉପରେ ରକ୍ତ ଛିଟା ପକାଇଥିଲି। ସେଠାରୁ ଭୁବନେଶ୍ୱର ଯାଇ ରେଳ ଷ୍ଟେସନରୁ ସିଧସଳଖ ସିକନ୍ଦରାବାଦ୍ ଚାଲି ଯାଇଥିଲି। ସେଠାରେ ଏକ ହୋଟେଲରେ କାମ କରିଥିଲି। ମାତ୍ର ଇତି ମଧ୍ୟରେ ଏକ ସଫ୍ଟୱେର କମ୍ପାନୀରେ ଚାକିରି ଯୋଗାଡ଼ କରିଥିବା  ବେଳେ ସାର୍ଟିଫିକେଟ ଜରୁରୀ ପଡ଼ିବାରୁ ଓଡ଼ିଶା ଆସିବାକୁ ବାଧ୍ୟ ହେଲି ବୋଲି ସେ କହିଛନ୍ତି।

ଏଠାରୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ପୁଣି ସିକନ୍ଦରାବାଦ୍ ଚାଲି ଯାଇ ମୋଟା ଅଙ୍କର ଟଙ୍କା ରୋଜଗାର କରିବି ବୋଲି ଭାବିଥିଲି। ମାତ୍ର ତା’ ପୂର୍ବରୁ ସବୁ ଫସର ଫାଟିଗଲା ବୋଲି କହିଛନ୍ତି ହେମନ୍ତ ।

Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe