Advertisment

ବେଲ୍‌ଚାରେ ପତ୍ନୀଙ୍କୁ ହତ୍ୟା କରିବା ପରେ ବାରମ୍ବାର ତଣ୍ଟି କାଟିଲା ସ୍ୱାମୀ

ପୁଲିସ୍‌କୁ ହତ୍ୟା ସମ୍ପର୍କରେ ରବିବାର ପ୍ରାୟ ୧୦ଟାରେ ଖବର ମିଳିଥିଲା। ସେମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ।

author-image
Hemant Lenka
Police

Police

ସନ୍ଦେହ ଉଜାଡ଼ି ଦେଇଛି ସୁନାର ସଂସାର। ପର ପୁରୁଷ ସହ ପତ୍ନୀଙ୍କ ସମ୍ପର୍କ ଥିବା ସନ୍ଦେହ କରି ଜଘନ୍ୟକାଣ୍ଡ ଘଟାଇଛି ସ୍ୱାମୀ। ଅଟୋ ଡ୍ରାଇଭର ଭାବେ କାମ କରୁଥିବା ୪୦ ବର୍ଷୀୟ ଆୟୁବ ତା’ ପତ୍ନୀଙ୍କୁ ଗୋଟିଏ ବେଲଚାରେ ପିଟି ହତ୍ୟା କରିଛି। ଏହାପରେ ତାଙ୍କ ବେକକୁ ବାରମ୍ବାର ଧାରୁଆ ଅସ୍ତ୍ରରେ କାଟି ପକାଇଛି। ଉତ୍ତର ପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ଲୋନି ଠାରେ ଏପରି ଘଟଣା ଘଟିଛି।

Advertisment

ପୁଲିସ୍‌ କହିଛି ଯେ ଶନିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଥିବା ଆୟୁବ ତା’ର ୪ ଜଣ ପିଲାଙ୍କୁ ମଧ୍ୟ ପ୍ରବଳ ପିଟିଛି। ସେମାନେ ନିଜ ମା’ଙ୍କୁ ଆୟୁବଙ୍କ କବଳରୁ ରକ୍ଷା କରିବାକୁ ଚେଷ୍ଟା କରି ମାଡ଼ ଖାଇଛନ୍ତି। ଦମ୍ପତିଙ୍କ ୫ମ ସନ୍ତାନ ଅର୍ମା(୧୯) ଘଟଣା ବେଳେ ଘରେ ନଥିଲେ। ଘଟଣା ପରେ ଆୟୁବ ଫେରାର ହୋଇ ଯାଇଥିଲା।

ଲୋନି ଏସିପି ସୂର୍ଯ୍ୟବଳୀ ମୌର୍ଯ୍ୟ କହିଛନ୍ତି, ପୁଲିସ୍‌କୁ ହତ୍ୟା ସମ୍ପର୍କରେ ରବିବାର ପ୍ରାୟ ୧୦ଟାରେ ଖବର ମିଳିଥିଲା। ସେମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ୍‌ ପହଞ୍ଚିଲା ବେଳକୁ ୩୬ ବର୍ଷୀୟ ଫରଜାନା ପୂରା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ରହିଛନ୍ତି। ତାଙ୍କର ୪ ଜଣ ପିଲା ମଧ୍ୟ ଆକ୍ରମଣରେ ଆହତ ହୋଇ ସେଠାରେ ରହିଥିଲେ।

Advertisment

ଆୟୁବ ଅଟୋ ଚଳାଇବା ସହ ସହରରେ ଶ୍ରମିକ ଭାବେ ମଧ୍ୟ କାମ କରେ। ବିଗତ ୩ ଦିନ ହେଲା ଆୟୁବ ଓ ଫରଜାନାଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏଥିପାଇଁ ଘର ଭିତରେ ଦୈନିକ ଝଗଡ଼ା ଚାଲିଥିଲା। ଶନିବାର ରାତିରେ ଆୟୁବ ପ୍ରବଳ ମଦ ପିଇ ଘରକୁ ଆସିଥିଲା। ଏହାପରେ ସିଲେଇ କରୁଥିବା ଫରଜାନାଙ୍କ ସହ ଝଗଡ଼ା କରିଥିଲା।

ଫରଜାନାଙ୍କ ସମ୍ପର୍କ ଜଣେ ପୁରୁଷଙ୍କ ସହ ଥିବା ସନ୍ଦେହ କରି ଆୟୁବ ତାଙ୍କୁ ମନଇଚ୍ଛା ଗାଳି କରି ଚାଲିଥିଲା। ଏହି ଯୁକ୍ତିତର୍କରେ ଆୟୁବ ଏତେ ରାଗି ଯାଇଥିଲା ଯେ ସେ ଫରଜାନାଙ୍କୁ ମାଡ଼ ମାରିଥିଲା। ଏହାକୁ ଦେଖି ଘରେ ଉପସ୍ଥିତ ଥିବା ୪ ପିଲା ଏହାକୁ ବିରୋଧ କରିଥିଲେ। କିନ୍ତୁ ଆୟୁବ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲା।

ଏହାପରେ ସେ ଗୋଟିଏ ବେଲଚା ଆଣି ଫରଜାନାଙ୍କୁ ମାଡ଼ ମାରିଥିଲା। ଏଥିଯୋଗୁ ସେ ତଳେ ପଡ଼ି ଯାଇଥିଲେ। କିନ୍ତୁ ଏତିକିରେ ଆୟୁବର ମନ ଭରି ନଥିଲା। ଫରଜାନା ନିସ୍ତେଜ ଅବସ୍ଥାରେ ପଡ଼ି ରହିଥିବା ବେଳେ ଆୟୁବ ତାଙ୍କ ବେକକୁ ବାରମ୍ବାର କାଟି ପକାଇଥିଲା। ଫରଜାନା ମରି ଯିବାରୁ ଆୟୁବ ମୋବାଇଲ ସୁଇଜ ଅଫ କରି ଫେରାର ହୋଇଯାଇଥିବା ଏସିପି କହିଛନ୍ତି।

ପୁଲିସ୍‌ ଫରଜାନାଙ୍କ ବଡ଼ ପୁଅଙ୍କ ଅଭିଯୋଗରେ ପୁଲିସ୍‌ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଏଥିସହ ଆୟୁବକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

Uttar Pradesh Police