Advertisment

ଦୁଇ ଦିନ ହେଲା ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଶୁକ୍ରବାର ରାତି ୮ଟାରୁ ନିଖୋଜ ହୋଇଯାଇଥିଲେ। ଶନିବାର ଦିନ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ।

Dead Sukanta Das

Dead Sukanta Das

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ ଅଣକା ସାହିରୁ ଦୁଇ ଦିନ ତଳେ ନିଖୋଜ ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ସାଳନ୍ଦୀ ନଦୀର ଶାଖା ନଟିଆ ଜୋରରୁ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସୁକାନ୍ତ ଦାସ (୨୨)।

Advertisment

ଗତ ଶୁକ୍ରବାର ସନ୍ଧ୍ୟାରେ ସୁକାନ୍ତ ସାଙ୍ଗମାନଙ୍କ ସହିତ ମୋବାଇଲ୍‌ ଫୋନ୍‌ରେ ଗେମ୍‌ ଖେଳୁ ଥିଲେ। ରାତି ପ୍ରାୟ ୮ଟାରୁ ସେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ସୁକାନ୍ତଙ୍କ ପତ୍ତା ନ ମିଳିବାରୁ ପରିବାର ଲୋକେ ଶନିବାର ଦିନ ଚନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ଚାନ୍ଦବାଲି ଆଇଆଇସି ପଞ୍ଚାନନ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସୁକାନ୍ତଙ୍କ ମୋବାଇଲ ଟ୍ରାକିଂ ମଧ୍ୟ କରାଯାଇଥିଲା। ମୋବାଇଲ ଫୋନ୍ ଗାଁ ପାଖାପାଖି ଥିବା ପୁଲିସ୍ ଜାଣିବାକୁ ପାଇଥିଲା। ପରେ ଚାଷ ଜମିରୁ ମୋବାଇଲ ଫୋନ୍‌ଟି ମିଳିଥିଲା।

Advertisment

ଆଜି ସକାଳେ ଗାଁ ନିକଟ ସାଳନ୍ଦୀ ନଦୀର ଶାଖା ନଟିଆ ଜୋରରେ ଏକ ଶବ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ପାଣିରୁ ଉଦ୍ଧାର କରିଥିଲା। ତାହା ସୁକାନ୍ତଙ୍କ ମୃତଦେହ ଭାବେ ଚିହ୍ନଟ କରାଯାଇଥିଲା। ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

Murder Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe