Advertisment

ଜମିରେ ପାଣି ମଡାରୁ ମହାଭାରତ; ପଥରରେ ଛେଚି ନେଲେ ପଡ଼ୋଶୀଙ୍କ ଜୀବନ

ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବାଉଁଶୁଣି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

author-image
Niharika Rout
DeadBody

DeadBody

ଚାଷ ଜମିରେ ପାଣିମଡାକୁ କେନ୍ଦ୍ରକରି ମୁହାଁମୁହିଁ ହେଲେ ଦୁଇ ପରିବାର। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏପରି ଏକ ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲା ତାଳସରଡା ପଂଚାୟତର କନକପୁର ଗ୍ରାମରେ ଘଟିଛି। ମୃତକ ହେଲେ ଅବଧୁତ ତରିଆ

Advertisment

କନକପୁର ଗ୍ରାମର ଅବଧୁତ ତରିଆ ଓ ବିରେନ ବିଶିଙ୍କ ପରିବାର ମଧ୍ୟରେ ଚାଷ ଜମିରେ ପାଣିମଡାଇବାକୁ ନେଇ ଦୀର୍ଘ ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା। ଗତକାଲି ଅବଧୁତ ତରିଆ କୌଣସି କାମରେ ଯାଉଥିବା ବେଳେ ବିରେନ ବିଶିଙ୍କ ପରିବାର ପକ୍ଷରୁ ଗାଁ ଦାଣ୍ଡରେ ତାଙ୍କୁ ଅଟକା ଯାଇଥିଲା।

ଏହାପରେ ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ ବିଶିଙ୍କ ପରିବାର ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ଠେଙ୍ଗାରେ ପିଟିବା ସହ ଅବଧୁତଙ୍କୁ ପଥରରେ ଛେଚିଥିଲେ।

Advertisment

ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବାଉଁଶୁଣି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଏନେଇ ବାଉଁଶୁଣି ପୁଲିସ ଥାନାରେ ଅଭିଯୋଗ ହୋଇଥିବା ବେଳେ ବିଶିଙ୍କ ପରିବାର ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି କରୁଛି ବାଉଁଶୁଣି ଥାନା ପୁଲିସ।

Murder Boudh