Advertisment

ନିଶା ଉଜାଡ଼ିଦେଲା ସଂସାର; ପତ୍ନୀ ଓ ଦୁଇ ପିଲାଙ୍କୁ ମାରି ନିଜ ଜୀବନ ନେଲେ ବ୍ୟକ୍ତି

ଗତ ଶନିବାର ରାତିରେ ଦିଲୀପ ପନୱର ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ସେ ଟଳମଳ ହେଉଥିବା ଦେଖି ତାଙ୍କ ପୋଷା କୁକୁର ଭୁକିବାକୁ ଲାଗିଲା।

author-image
Niharika Rout
ଅଦ୍ୟତନ ହୋଇଛି
Family

Family

ନିଶାସକ୍ତ ବ୍ୟକ୍ତିଜଣକ ପତ୍ନୀଙ୍କ ସମେତ ପୁଅ ଓ ଝିଅଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ସେମାନଙ୍କ ଜୀବନ ନେଇଥିବା ବେଳେ ନିଜେ ବି ଆତ୍ମହତ୍ୟା କରିଛନ୍ତି। ମାତ୍ର ବ୍ୟକ୍ତିଙ୍କ ଏପରି ଉଗ୍ର ରୂପ ଦେଖି ତାଙ୍କ ଦୁଇ ପୁଅ ବାଲକୋନୀରୁ ତଳକୁ ଡେଇଁ ରକ୍ଷା ପାଇ ଯାଇଛନ୍ତି।

Advertisment

ଦିଲ୍ଲୀପ ପନୱର ନାମକ ୪୫ ବର୍ଷୀୟ ବ୍ୟକ୍ତି ବାନ୍ଧନଗରରେ ରହୁଥିବା ବେଳେ ପତ୍ନୀ ଓ ୪ ପୁଅଝିଅଙ୍କୁ ନେଇ ତାଙ୍କର ହସଖୁସିର ସଂସାର। ତାଙ୍କର ୧୭ ବର୍ଷୀୟ ଝିଅ ଥିବା ବେଳେ ପୁଅମାନଙ୍କ ବୟସ ୧୪,୧୩ ଓ ୧୧ ।

ଗତ ଶନିବାର ରାତିରେ ଦିଲ୍ଲୀପ ପନୱର ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ସେ ଟଳମଳ ହେଉଥିବା ଦେଖି ତାଙ୍କ ପୋଷା କୁକୁର ଭୁକିବାକୁ ଲାଗିଲା। ଏଥିରେ ଉତ୍ତ୍ୟକ୍ତ ଦିଲ୍ଲୀପ ପୋଷା କୁକୁରକୁ ମାରି ଦେବାକୁ ଉଦ୍ୟମ କଲେ। ଏହାକୁ ତାଙ୍କ ପତ୍ନୀ ଗୀତିଞ୍ଜଳି ବାଧା ଦେବାରୁ ସେ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କଲେ।

Advertisment

ମା’ଙ୍କ ଚିତ୍କାର ଶୁଣି ଝିଅ ନେହା ଓ ୧୪ ବର୍ଷୀୟ ପୁଅ ଯୋଗେନ୍ଦ୍ର ତାଙ୍କୁ ବଞ୍ଚାଇବାକୁ ଆସିଥିଲେ। ମାତ୍ର ସେମାନେ ବି ତାଙ୍କ ବାପାଙ୍କ କ୍ରୋଧରୁ ବର୍ତ୍ତି ପାରି ନ ଥିଲେ। ଦିଲ୍ଲୀପଙ୍କ ଖଣ୍ଡା ଚୋଟରେ ମା’ ଓ ଦୁଇ ପୁଅ ଝିଅ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଆଖି ବୁଜିଥିଲେ।

ଦିଲ୍ଲୀପଙ୍କ ଆଉ ୨ ସାନ ପୁଅ ରକ୍ତମୁଖା ବାପାଙ୍କୁ ଦେଖି ଜୀବନ ବିକଳରେ ବାଲକୋନୀରୁ ତଳକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଶରୀରରେ ଆଘାତ ଲାଗିଥିବା ବେଳେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ପତ୍ନୀ ଓ ପୁଅ, ଝିଅଙ୍କୁ ହତ୍ୟା କରିବା ପରେ ଦିଲ୍ଲୀପ ନିଜ ଜଘନ୍ୟ କାଣ୍ଡ ସମ୍ପର୍କରେ ଜାଣି ପାରି ଥିଲେ। ଏହାପରେ ସେ ନିଜ ବେକକୁ ଉକ୍ତ ଖଣ୍ଡାରେ କାଟି ଘର ଭିତରେ ଆଖି ବୁଜିଥିଲେ।

ପୁଲିସ୍‌ ପହଞ୍ଚି ୪ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Murder Suicide Madhya Pradesh Family Dispute