Advertisment

ସ୍ତ୍ରୀ ଓ ଛୁଆଙ୍କୁ ନ ପାଇ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଶ୍ୱଶୁରଙ୍କ ଉପରକୁ ଚଳାଇଦେଲେ ଗୁଳି

ପୁଲିସ ବେଦବ୍ୟାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା’ଠାରୁ ଏକ ଦେଶୀ ବନ୍ଧୁକ ଓ ଗନ୍‌ ପାଉଡର ଜବତ କରିଛି।

author-image
Jitendra Garnayak
Vedabyas Shabara

Vedabyas Shabara

ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନପାଇ ଜଣେ ବ୍ୟକ୍ତି ଭିଆଇଛନ୍ତି ଉନ୍ମତ୍ତକାଣ୍ଡ। ଶ୍ୱଶୁରଙ୍କ ଉପରକୁ କରିଛନ୍ତି ଗୁଳିମାଡ଼। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ଶ୍ୱଶୁର। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ। 

Advertisment

ଅଭିଯୁକ୍ତଙ୍କ ନାଁ ବେଦବ୍ୟାସ ଶବର। ତାଙ୍କ ଘର ବାଉରିଗୋଡ଼ା ଗାଁରେ। ଆଜି ଘରେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନ ପାଇ ବେଦବ୍ୟାସଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଶ୍ୱଶୁର ଘର ଲୋକେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନେଇ ଯାଇଥିବେ ଭାବି ସେ ସେଠାରେ ଯାଇ ପହଞ୍ଚିଥିଲେ।

ବେଦବ୍ୟାସଙ୍କ ଶ୍ୱଶୁର ଘର ବନ୍ଧକାନୀରେ। ସେଠାରେ ପହଞ୍ଚି ସେ ତାଙ୍କ ଶ୍ୱଶୁର କୁଞ୍ଜବନ ରଣାଙ୍କୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଥିଲେ। ତେବେ ସୌଭାଗ୍ୟ ବଶତଃ ଗୁଳି କୁଞ୍ଜବନଙ୍କ ଶରୀରରେ ବାଜି ନଥିଲା।

Advertisment

ପୁଲିସ ବେଦବ୍ୟାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା’ଠାରୁ ଏକ ଦେଶୀ ବନ୍ଧୁକ ଓ ଗନ୍‌ ପାଉଡର ଜବତ କରିଛି।

Attempt To Murder Murder Attempt