Advertisment

ସ୍ୱାମୀ ନା ଜହ୍ଲାଦ? ପତ୍ନୀଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ପୂରାଇଲା, ଗରମ ଆଇରନ ଚେଙ୍କ ଦେଲା

ପତ୍ନୀ ନିର୍ଯାତନା ସହି ନ ପାରି ଭୟଙ୍କର ଚିତ୍କାର କରିଥିଲେ ହେଁ ଜହ୍ଲାଦ ସ୍ୱାମୀର ହୃଦୟ ଆଦୌ ତରଳି ନଥିଲା।

author-image
Hemant Lenka
Bihar

Bihar

ଯେଉଁ ହାତରେ ସାତ ଜନ୍ମ ଯାଏ ସାଥୀ ହେବ ବୋଲି କହିଥିଲା, ସେହି ହାତରେ ଦେଲା ଭୟଙ୍କର ନିର୍ଯାତନା। ଜଣେ ବ୍ୟକ୍ତି ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଘଟାଇଛନ୍ତି ଜହ୍ଲାଦଙ୍କ ଭଳି କାଣ୍ଡ। ସେ ତାଙ୍କ ପତ୍ନୀଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଛନ୍ତି। ଗୋଟିଏ ରୁମରେ ବନ୍ଦ କରି ତାଙ୍କ ଜଙ୍ଘରେ ଗରମ ଆଇରନରେ ଚେଙ୍କ ଦେଇଛନ୍ତି।

Advertisment

ପତ୍ନୀ ନିର୍ଯାତନା ସହି ନ ପାରି ଭୟଙ୍କର ଚିତ୍କାର କରିଥିଲେ ହେଁ ଜହ୍ଲାଦ ସ୍ୱାମୀର ହୃଦୟ ଆଦୌ ତରଳି ନଥିଲା। ପଡ଼ୋଶୀମାନେ ମହିଳାଙ୍କ ଚିତ୍କାର ଶୁଣୁଥିଲେ ହେଁ ସାହାଯ୍ୟ ପାଇଁ କେହି ବି ଆଗକୁ ଆସି ନଥିଲେ। ଦୁଇ ଦିନ କାଳ ମହିଳା ଜଣଙ୍କ ଅମାନବୀୟ ନିର୍ଯାତନାର ଶିକାର ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ପୁଲିସ୍‌ ଏହି ଘଟଣାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ବିହାରର ମୁଜାଫରପୁର ଜିଲ୍ଲାରେ ଏପରି ଘଟଣା ଘଟିଛି। ମହିଳା ଜଣଙ୍କ ତାଙ୍କ ବୟାନରେ କହିଛନ୍ତି ଯେ ତାଙ୍କୁ ତାଙ୍କର ସ୍ୱାମୀ ଶତୃଘ୍ନ ରାୟ(୪୦) କରେଣ୍ଟ ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏପରି କି ଦୁଇ ଦିନ କାଳ ତାଙ୍କୁ ଗୋଟିଏ ରୁମରେ ବନ୍ଦ କରି ପାଣି କିମ୍ବା ଖାଇବାକୁ ଦେଇ ନଥିଲେ।

Advertisment

ଜୁନ ୧୩ରୁ ତାଙ୍କ ସହ ଏପରି ଘଟଣା ଘଟି ଚାଲିଥିବା ବେଳେ ପଡ଼ୋଶୀମାନେ ମଧ୍ୟ ସହଯୋଗ କରିବାକୁ ଆସି ନଥିଲେ। ଜୁନ ୧୫ରେ ମହିଳାଙ୍କ ଭାଇ ଘରକୁ ଆସିବାରୁ ତାଙ୍କ ସହାୟତାରେ ସେ ନର୍କ ଯନ୍ତ୍ରଣାରୁ ମୁକୁଳିଥିବା କହିଛନ୍ତି। ଉଦ୍ଧାର ହେବା ପରେ ମହିଳାଙ୍କୁ ପାରୋ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଶ୍ରୀ କ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଜୁନ ୧୬ରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ, ଶାଶୁ ଦୁଃଖିନୀ ଦେବୀ, ଦିଅର ସୁମେଶ ରାୟ ଓ ନଣଦ ପୁଷ୍ପା ଦେବୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି। ପୁଲିସ୍‌ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିବା ବେଳେ ପରିବାରର ଅନ୍ୟମାନେ ଫେରାର ରହିଛନ୍ତି।

ବରିଷ୍ଠ ପୁଲିସ୍‌ ଅଧିକାରୀ ରାମ ବିନୟ କୁମାର କହିଛନ୍ତି, “ଏହି ମାମଲା ବେଶ ଗୁରୁତର। ଘରୋଇ ହିଂସା ଓ ଶାରିରୀକ ନିର୍ଯାତନା ଭଳି ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି।”

ଚଳିତ ବର୍ଷ ଆରମ୍ଭରୁ ମହିଳାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ସେ ପରକୀୟା ପ୍ରୀତିରେ ମାତି ଥିବା ସନ୍ଦେହ କରି ଶାଶୁ ଘର ଲୋକ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ବାହାଘର ୧୦ ବର୍ଷ ତଳେ ହୋଇଥିବା ବେଳେ ଦମ୍ପତିଙ୍କ ୩ ଜଣ ପିଲା ମଧ୍ୟ ରହିଛନ୍ତି।

ମହିଳା ଜଣଙ୍କ କହିଛନ୍ତି, “ଗତ ୬ ମାସ ହେଲା ମୋ ସ୍ୱାମୀ ଓ ତାଙ୍କ ପରିବାର ଲୋକ ମୋତେ ସନ୍ଦେହ କରିବାରେ ଲାଗିଛନ୍ତି। ମୁଁ କୌଣସି ଭୁଲ କରି ନଥିବାର ପ୍ରମାଣ ଦେବା ପାଇଁ ମେଡିକାଲ ଟେଷ୍ଟର ପ୍ରସ୍ତାବ ଦେଇଥିଲି। କିନ୍ତୁ ସେମାନେ ମୋତେ ହତ୍ୟା କରିବାର ଧମକ ଦେଇଥିଲେ। ସେମାନେ ମୋ ସହ ପଶୁ ଠାରୁ ଘୃଣ୍ୟ ବ୍ୟବହାର କରିଛନ୍ତି। ମୋତେ ଭୟଙ୍କର ଢଙ୍ଗରେ ନିର୍ଯାତନା ଦେଇଛନ୍ତି।” ଦୋଷୀମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ଓ ମହିଳାଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପୁଲିସ୍‌ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

Crime Bihar Extra Marital Affair