Advertisment

ବୋହୂଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା, ପରେ ୧୦ ଫୁଟ ଗାତରେ ପୋତି ଦେଇଥିଲା

ବାହାଘରକୁ ୨ ବର୍ଷ ପୂରି ନଥିବା ବେଳେ ସ୍ମିତା ନିୟମିତ ଯୌତୁକ ନିର୍ଯାତନର ଶିକାର ହୋଇ ଚାଲିଥିଲେ।

author-image
Hemant Lenka
PIT

PIT

ହତ୍ୟା କରିବା ପରେ ୧୦ ଫୁଟର ଗାତରେ ମୃତଦେହକୁ ପୋତିବା ଆଗରୁ ବୋହୂଙ୍କୁ ଅତ୍ୟନ୍ତ ଲଜ୍ଜାଜନକ ଭାବେ ଦୁଷ୍କର୍ମ କରିଥିଲା ଶ୍ୱଶୁର। ହରିୟାଣର ଫରିଦାବାଦରେ ରାସ୍ତା ଖୋଳି ପୁଲିସ୍‌ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ କରିଥିବା ବେଳେ ଏବେ ତଦନ୍ତରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ୨୪ ବର୍ଷୀୟ ଜଣେ ମହିଳାଙ୍କୁ ଏପ୍ରିଲ ମାସରେ ହତ୍ୟା କରାଯାଇଥିବା ବେଳେ ଦୀର୍ଘ ୨ ମାସ ଧରି ତାଙ୍କୁ ଶାଶୁ ଘର ଲୋକ ଫେରାର ଦର୍ଶାଇଥିଲେ। କିନ୍ତୁ ଘଟଣାର ୨ ମାସ ପରେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟର ଖୁଲାସା ହୋଇଛି।

Advertisment

ଫିରୋଜାବାଦ ଜିଲ୍ଲାର ଶିକୋହାବାଦର ମୂଳ ବାସିନ୍ଦା ସ୍ମିତା(ଛଦ୍ମ ନାମ) ୨୦୨୩ରେ ଫରିଦାବାଦର ରୋଶନ ନଗରରେ ରହୁଥିବା ବିକାଶ(ଛଦ୍ମନାମ)ଙ୍କୁ ବିବାହ କରିଥିଲେ। ବାହାଘରକୁ ୨ ବର୍ଷ ପୂରି ନଥିବା ବେଳେ ସ୍ମିତା ନିୟମିତ ଯୌତୁକ ନିର୍ଯାତନର ଶିକାର ହୋଇ ଚାଲିଥିଲେ। ଜୁନ ୨୧ରେ ଶାଶୁ ଘର ସାମ୍ନା ଦେଇ ଯାଇଥିବା ରାସ୍ତାର ସିମେଣ୍ଟ ସ୍ଲାବକୁ ଖୋଲି ପୁଲିସ ୧୦ ଫୁଟ ଗାତରୁ ସ୍ମିତାଙ୍କ ଗଳିତ ମୃତଦେହ ଜବତ କରିଥିଲା।

ଏହାପରେ ପୁଲିସ୍‌ ତାଙ୍କ ଶ୍ୱଶୁର ସମେତ ସ୍ୱାମୀ ଓ ଶାଶୁ ଘର ଲୋକଙ୍କୁ ଗିରଫ କରିଥିଲା। ଜେରା ବେଳେ ପୁଲିସ୍‌ ସ୍ମିତାଙ୍କ ଶ୍ୱଶୁର ନିଜର ଅପରାଧକୁ ସ୍ୱୀକାର କରିଛି। ପୁଲିସ୍‌ କହିଛି ଯେ ସ୍ମିତାଙ୍କୁ ମାରିବା ପାଇଁ ଏପ୍ରିଲ ୧୪ରେ ନିଷ୍ପତ୍ତି ହୋଇଥିଲା। ଯୋଜନା ଅନୁସାରେ ସ୍ମିତାଙ୍କ ଶାଶୁଙ୍କୁ ଉତ୍ତର ପ୍ରଦେଶର ଇଟାକୁ ବାହାଘରରେ ଯୋଗ ଦେବାକୁ ପଠା ଯାଇଥିଲା। ଏପ୍ରିଲ ୨୧ରେ ସ୍ମିତାଙ୍କ ସ୍ୱାମୀ ତାଙ୍କ ଖାଇବାରେ ନିଦ ବଟିକା ମିଶାଇ ଦେଇଥିଲା। ନିଦ ବଟିକା ମିଶା ଖାଇବାକୁ ସ୍ମିତା ଓ ବିକାଶଙ୍କ ଭଉଣୀ ଖାଇବା ପରେ ସେମାନଙ୍କ ଚେତା ଚାଲି ଯାଇଥିଲା।

Advertisment

ବାସ୍‌ ବିଳମ୍ବିତ ରାତିରେ ସ୍ମିତାଙ୍କୁ ଯୋଜନା ଅନୁସାରେ ହତ୍ୟା କରିବାକୁ ତାଙ୍କ ଶ୍ୱଶୁର ରୁମକୁ ଯାଇଥିଲା। କିନ୍ତୁ ଚେତା ଶୂନ୍ୟ ଭାବେ ସ୍ମିତା ବେଡରେ ପଡ଼ିଥିବା ବେଳେ ତାଙ୍କୁ ଶ୍ୱଶୁର ସେହି ଅବସ୍ଥାରେ ଦୁଷ୍କର୍ମ କରିଥିଲା। କିନ୍ତୁ ଏକଥା ଅପରାଧ ଘଟାଇବା ବେଳେ ସେ ତା’ର ପୁଅ କିମ୍ବା ପତ୍ନୀଙ୍କୁ ଜଣାଇ ନଥିଲା।

ଦୁଷ୍କର୍ମ ଓ ହତ୍ୟା କରିବା ପରେ ସେ ନିଜର ପୁଅକୁ ଉପରକୁ ଡାକିଥିଲା। ଏହାପରେ ଉଭୟ ପୂର୍ବରୁ ଘର ସାମ୍ନାରେ ଖୋଳା ଯାଇଥିବା ଗାତରେ ସ୍ମିତାଙ୍କ ମୃତଦେହକୁ ଫିଙ୍ଗି ଦେଇଥିଲେ। ପଡ଼ୋଶୀମାନେ ଏହି ଗାତ ସ୍ୱରେଜ କାମ ପାଇଁ ଖୋଳା ଯାଉଥିବା ଭାବୁ ଥିଲେ। ହେଲେ ଏହି ଗାତରେ ସ୍ମିତାଙ୍କୁ ଫିଙ୍ଗି ତୁରନ୍ତ ଏହାକୁ ତାଙ୍କ ଶ୍ୱଶୂର, ସ୍ୱାମୀ ଓ ଅନ୍ୟମାନେ ବାଲି ଓ ଇଟା ପକାଇ ପୋତି ଦେଇଥିଲେ। ପରେ ଏହା ଉପରେ ସିମେଣ୍ଟର ସ୍ଲାବ କରି ଦେଇଥିଲେ।

ଏପ୍ରିଲ ୨୫ରେ ଶ୍ୱଶୁର ଜଣକ ନିଜ ବୋହୂର ନିଖୋଜ ରିପୋର୍ଟ ପୁଲିସ୍‌କୁ ଜଣାଇଥିଲେ। କିନ୍ତୁ ଏହାପୂର୍ବରୁ ସେ ମୃତଦେହକୁ ଘର ସାମ୍ନା ଗାତରେ ପୋତି ସାରିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ସ୍ମିତାଙ୍କ ଭଉଣୀ ଝିଲି(ଛଦ୍ମନାମ)ଙ୍କ କହିବା କଥା ଯେ ତାଙ୍କ ଉଭଣୀ ୨୦୨୩ରେ ବିବାହ କରିଥିଲେ।

ବାହାଘରର କିଛି ମାସ ପରଠାରୁ ତାଙ୍କୁ ଶାଶୁ ଘର ଲୋକ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ଝିଲି ଅଭିଯୋଗ କରିଛନ୍ତି ଯେ ସ୍ମିତାଙ୍କ ସ୍ୱାମୀ ଓ ତାଙ୍କ ଘର ଲୋକ ବାହାଘରର କିଛି ମାସ ପରେ ଯୌତୁକରେ ସୁନା ଅଳଙ୍କାର ମାଗିଥିଲା। ଏହି ଦାବିକୁ ପୂରଣ କରିବା ପାଇଁ ତନୁଙ୍କ ପରିବାର ଲୋକ ଯଥା ସମ୍ଭବଃ ଚେଷ୍ଟା କରିଥିଲେ ହେଁ ଅରୁଣଙ୍କ ପରିବାର ସନ୍ତୁଷ୍ଟ ହୋଇ ନଥିଲେ।

ସେ କହିଛନ୍ତି, “ବାହାଘରର କିଛି ମାସ ପରେ ସ୍ମିତା ଆମ ସହ ଘରେ ରହିବା ଆରମ୍ଭ କରିଥିଲେ। କାରଣ ଶାଶୁ ଘରେ ତାଙ୍କୁ ନିର୍ଯାତନା ମିଳୁଥିଲା। ପ୍ରାୟ ଗୋଟିଏ ବର୍ଷ ଧରି ସେ ଆମ ସହ ରହିଥିଲେ। ଏହାପରେ ଆମେ ତାଙ୍କୁ ଶାଶୁ ଘରକୁ ପଠାଇଥିଲୁ। କିଛି ଦିନ ପରେ ପୁଣି ତାଙ୍କୁ ନିର୍ଯାତନା ମିଳିଥିଲା। ଆମ ସହ ତାଙ୍କୁ ଶାଶୁ ଘର ଲୋକ କଥା ହେବାକୁ ଦେଉ ନଥିଲେ। ଫୋନ କରିବାକୁ ମଧ୍ୟ ସ୍ମିତାଙ୍କୁ ଅନୁମତି ମିଳୁ ନଥିଲା।

ଏପ୍ରିଲ ୨୩ରେ ଆମ ପାଖକୁ ତାଙ୍କ ଶାଶୁ ଘର ଲୋକଙ୍କ ଫୋନ ଆସିଥିଲା। ସ୍ମିତା ଘରୁ କେଉଁ ଆଡ଼େ ଫେରାର ହୋଇ ଯାଇଥିବା ସେମାନେ ଆମକୁ ଜଣାଇଥିଲେ। ଏହାପୂର୍ବରୁ ଏପ୍ରିଲ ୯ରେ ମୁଁ ମୋ ଭଉଣୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି। ହେଲେ କୌଣସି ଖୋଜ ଖବର ମିଳି ନଥିଲା। ସେବେଠାରୁ ଆମର ସନ୍ଦେହ ସୃଷ୍ଟି ହୋଇଥିଲା। ପରିବାର ଲୋକ ପୁଲିସର ଦ୍ୱାରସ୍ଥ ହୋଇଥିଲେ ହେଁ ବେଶ କିଛି ସପ୍ତାହ ଧରି କେହି ବି ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ।”

ପୁଲିସ୍‌ ଘଟଣାର ତଦନ୍ତ କରି ୨ ମାସ ପରେ ୧୦ ଫୁଟ ଗାତ ଭିତରୁ ସ୍ମିତାଙ୍କ ଗଳିତ ମୃତଦେହକୁ ଜବତ କରିଥିଲା। ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକ ପୁଲିସ୍‌ ଓ ସାମ୍ବାଦିକମାନଙ୍କୁ କହିଛି ଯେ ଏପ୍ରିଲ ମାସରେ ସ୍ମିତାଙ୍କ ଶ୍ୱଶୁର ଘର ପାଖରେ ଗୋଟିଏ ଗାତ ଖୋଳିଥିଲା। ଉପଯୁକ୍ତ ଡ୍ରେନଜ ବ୍ୟବସ୍ଥା ନଥିବାରୁ ସେ ଗାତ ଖୋଳୁଥିବା ସମସ୍ତଙ୍କୁ ଜଣାଇଥିଲା। ଏହାପରେ ତରବରିଆ ଭାବେ ଉକ୍ତ ଗାତକୁ ସିମେଣ୍ଟ ସ୍ଲାବ ଦ୍ୱାରା ପୋତି ଦେଇଥିଲା।

Crime Haryana News Stop Rape