Advertisment

ନିଜ ସୁଖ ପାଇଁ ଦୁଇ ଝିଅଙ୍କୁ ସାବତ-ବାପ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ମା'

ନିଷ୍ଠୁର, ନୃଶଂସ, ନାରକୀୟ... ଏ ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ପଡିଯିବ। ଦ୍ୱିତୀୟ ସ୍ୱାମୀର ଶାରୀରିକ ସୁଖ ପାଇଁ ଦୁଇ ଝିଅଙ୍କ ଜୀବନ ନଷ୍ଟ କରିଦେଲା ମାଆ !

ଅଦ୍ୟତନ ହୋଇଛି
undefined

Rape

Advertisment

ନିଷ୍ଠୁର, ନୃଶଂସ, ନାରକୀୟ... ଏ ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ପଡ଼ିଯିବ। ଜଣେ ମାଆ ନିଜ ଝିଅ ସହ ଏପରି କରିପାରେ, ଭାବିଲେ ଲୋମ ଟାଙ୍କୁରି ଉଠୁଛି। ଦ୍ୱିତୀୟ ସ୍ୱାମୀର ଶାରୀରିକ ସୁଖ ପାଇଁ ଦୁଇ ଝିଅଙ୍କୁ ବଳି ପକାଇବାକୁ ବି ପଛାଇ ନାହିଁ। ତାଙ୍କର ଦୁଇ ଝିଅ ମା’ ହେବା ପରେ ଏପରି ନାରକୀୟ ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ସମ୍ପୃକ୍ତ ମହିଳା ଓ ତାଙ୍କ ଦ୍ୱିତୀୟ ସ୍ୱାମୀକୁ ଗିରଫ କରିଛି।

Advertisment

ଏ ଲୋମହର୍ଷଣକାରୀ ଘଟଣା ଆନ୍ଧ୍ରପ୍ରଦେଶ ଇଲୁରର। ସ୍ୱାମୀ ଚାଲିଯିବା ପରେ ବାପଘରର ସମ୍ପର୍କୀୟ ଜଣେ ବ୍ୟକ୍ତିକୁ ବିବାହ କରିଥିଲେ ଏହି ମହିଳା। ପ୍ରଥମ ସ୍ୱାମୀଙ୍କ ଔରଷରୁ ଦୁଇଟି କନ୍ୟା ସନ୍ତାନ ହେବା ପରେ ସେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇ ନେଇଥିଲେ। ଫଳରେ ପୁନର୍ବାର ଗର୍ଭବତୀ ହେବାର କୌଣସି ଉପାୟ ନଥିଲା। ଏହି କାରଣରୁ ତାଙ୍କ ଦ୍ୱିତୀୟ ସ୍ୱାମୀ ଛାଡ଼ପତ୍ର ଦେଇ ଅନ୍ୟତ୍ର ବିବାହ କରିବାକୁ ଧମକ ଦେଉଥିଲେ।

ଏସବୁ ମଧ୍ୟରେ ଦୁଇ ଝିଅଙ୍କୁ ଛୁଇଁଥିଲା କିଶୋରାବସ୍ଥା। ତେଣୁ ବଡ଼ ଝିଅକୁ ସାବତ-ବାପ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ବଡ଼ ଝିଅର ଏକ କନ୍ୟା ସନ୍ତାନ ହୋଇଥିଲା। ଝିଅ ଜନ୍ମ ହେବାରୁ ପୁନର୍ବାର ଅନ୍ୟତ୍ର ବିବାହ କରିବାକୁ କହିଥିଲେ ଦ୍ୱିତୀୟ ସ୍ୱାମୀ। କାରଣ ତାଙ୍କୁ ଝିଅ ନୁହେଁ ପୁଅ ଦରକାର ଥିଲା।

Advertisment

ଏହାପରେ ନିଜର ସାନ ଝିଅକୁ ଏପରି ଏକ ପିଶାଚ ହାତରେ ଟେକି ଦେଇଥିଲା ମାଆ। କିଛିଦିନ ପରେ ସାନ ଝିଅ କୋଳକୁ ଆସିଥିଲା ଏକ ପୁତ୍ର ସନ୍ତାନ। କିନ୍ତୁ ବର୍ଷେ ପରେ ସେ ଆଖି ବୁଜି ଦେଇଥିଲା। ମହିଳା ଜଣଙ୍କ ତାଙ୍କ ଦ୍ୱିତୀୟ ସ୍ୱାମୀ ସହ ମିଶି ଶିଶୁଟିର ମୃତ ଶରୀରକୁ କେନାଲକୁ ଫିଙ୍ଗି ଦେଇଥିଲେ। ସବୁଠୁ ବଡ଼ କଥା ହେଉଛି, ଏସବୁ ଘଟଣା ବାବଦରେ ପରିବାରର ଅନ୍ୟ କୌଣସି ସଦସ୍ୟ ଜାଣି ପାରି ନଥିଲେ। ପଡ଼ୋଶୀମାନେ ମଧ୍ୟ କୌଣସି ସୁରାଗ ପାଇନଥିଲେ।

କିଛି ଦିନ ତଳେ ଉଭୟଙ୍କ ସମ୍ପର୍କରେ ଫାଟ ହେବାରୁ ସମ୍ପୃକ୍ତ ମହିଳା ଜଣକ ତାଙ୍କ ବାପ ଘରେ ରହିବାରୁ ଘଟଣା ସାମ୍ନାକୁ ଆସିଛି। ପୁଲିସର କହିବା ଅନୁସାରେ, ଦ୍ୱିତୀୟ ସ୍ୱାମୀ ନିର୍ଯାତନା ଦେଉଥିବା ନେଇ ମହିଳା ଜଣଙ୍କ ପୂର୍ବରୁ ଅଭିଯୋଗ କରିଥିଲେ। ପୁଲିସ ଆହୁରି କହିଛି ଯେ, ଏହି ନାରକୀୟ କାଣ୍ଡ ସମୟରେ ଦୁଇ ନାବାଳିକା ଝିଅ ଯଥାକ୍ରମେ ଦଶମ ଏବଂ ନବମ ଶ୍ରେଣୀରେ ପଢୁଥିଲେ। ପୋକ୍ସ ଆଇନ ଆଧାରରେ ଉକ୍ତ ମହିଳା ଓ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।

Crime News Man Rape Minor Step Daughters
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe