Advertisment

ଯୁବତୀଙ୍କୁ ଭଡ଼ା ଦେଇଥିଲା ଘର, କିନ୍ତୁ ବାଥରୁମ ଓ ବେଡ ରୁମରେ ଲଗାଇଥିଲା ଗୁପ୍ତ କ୍ୟାମେରା

ଯାଞ୍ଚ ବେଳେ ତାଙ୍କ ବାଥରୁମରେ ଲାଗିଥିବା ବଲବ ହୋଲ୍ଡରରେ ଗୋଟିଏ ଗୁପ୍ତ କ୍ୟାମେରା ଖଞ୍ଜା ଯାଇଥିବା ଯୁବତୀ ଜଣଙ୍କ ଦେଖି ପୂରା ଚକିତ ହୋଇଯାଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
SPY

SPY

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଅତ୍ୟନ୍ତ ସାଂଘାତିକ ଘଟଣା। ଜଣେ ୩୦ ବର୍ଷୀୟ ଯୁବକଙ୍କୁ ପୁଲିସ ଦିଲ୍ଲୀର ଶକରପୁରରୁ ଗିରଫ କରିଛି। ସେ ଭଡ଼ାରେ ଘର ଦେଇଥିବା ଜଣେ ଯୁବତୀଙ୍କ ଉପରେ ନଜର ରଖିବା ପାଇଁ ବେଶ ଚତୁରତାର ସହ ବାଥରୁମ ଓ ବେଡରୁମରେ ଲାଗିଥିବା ବଲବରେ ଗୁପ୍ତ କ୍ୟାମେରା ଖଞ୍ଜି ଥିଲା। ଏକଥା ଜଣାପଡ଼ିବା ପରେ ପୁଲିସ୍‌ ଭଡ଼ାରେ ଘର ଦେଇଥିବା ଯୁବକକୁ ଗିରଫ କରିଛି।

Advertisment

ଯୁବତୀ ଜଣଙ୍କ ସିଭିଲ ସର୍ଭିସ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଶକରପୁରରେ ଗୋଟିଏ ଘର ଭଡ଼ା ନେବା ସହ ସେଠାରେ ଏକୁଟିଆ ରହୁଥିଲେ। ସମାନ ବିଲଡିଂରେ ଘର ମାଲିକଙ୍କ ପୁଅ କରନ ମଧ୍ୟ ଆଉ ଏକ ମହଲାରେ ରହୁଥିଲା। ଯୁବତୀ ଜଣଙ୍କ ଯେତେବେଳେ ନିଜ ଘର ଉତ୍ତର ପ୍ରଦେଶକୁ ଯାଆନ୍ତି ସେତେବେଳେ ରୁମ ଚାବି ମାଲିକଙ୍କ ଘରେ ଦେଇ ଦିଅନ୍ତି।

ଏହାର ଫାଦା ଉଠାଇ କରନ ଯୁବତୀଙ୍କ ବାଥରୁମ ଓ ବେଡରୁମରେ ଲାଗିଥିବା ବଲବ ଭିତରେ ଗୁପ୍ତ କ୍ୟାମେରା ଖଞ୍ଜି ଦେଇଥିଲା। ସେ ଯୁବତୀଙ୍କ ସବୁ ଆଚରଣରକୁ ବସି ଦେଖୁଥିଲା।

Advertisment

ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ନିକଟରେ ସେ ତାଙ୍କ ହ୍ୱାଟସଆପ ଆକାଉଣ୍ଟରେ କିଛି ଅସାଧାରଣ କାର୍ଯ୍ୟକଳାପ ଦେଖିଥିଲେ। ତାଙ୍କ ହ୍ୱାଟସଆପ ସହ ଗୋଟିଏ ଅଜଣା ଲ୍ୟାପଟପ ଲିଙ୍କ ହୋଇଥିବା ଜାଣିବା ପରେ ଏହାକୁ ଲଗଡ ଆଉଟ କରି ଦେଇଥିଲେ।

ଏହି ଘଟଣା ପରେ ଯୁବତୀ ଜଣଙ୍କ ବେଶ ସତର୍କତା ଅବଲମ୍ବନ କରିବା ସହ ତାଙ୍କ ଉପରେ କେହି ନଜର ରଖୁଥିବା ଅନୁଭବ କରିଥିଲେ। ତେଣୁ ସେ ନିଜ ରୁମକୁ ଭଲ ଭାବେ ଯାଞ୍ଚ କରିବା ସହ କିଛି ସର୍ଭେଲାନ୍ସ ଡିଭାଇସ କେହି ଲଗାଇଛି କି ନାହିଁ, ଜାଣିବାକୁ ଚେଷ୍ଟା କରିଥିଲେ।

ଯାଞ୍ଚ ବେଳେ ତାଙ୍କ ବାଥରୁମରେ ଲାଗିଥିବା ବଲବ ହୋଲ୍ଡରରେ ଗୋଟିଏ ଗୁପ୍ତ କ୍ୟାମେରା ଖଞ୍ଜା ଯାଇଥିବା ଯୁବତୀ ଜଣଙ୍କ ଦେଖି ପୂରା ଚକିତ ହୋଇଯାଇଥିଲେ। ସେ ତୁରନ୍ତ ପିସିଆରକୁ କଲ କରି ଡାକିଥିଲେ। ‌ଖବର ପାଇ ଜଣେ ସବ ଇନସପେକ୍ଟର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ପୁଣିଥରେ ସବୁ ଜିନିଷକୁ ଯାଞ୍ଚ କରିଥିଲେ। ଏହି ସମୟରେ ବେଡ ରୁମରେ ଥିବା ବଲବ ହୋଲ୍ଡରରୁ ଆଉ ଗୋଟିଏ କ୍ୟାମେରା ମିଳିଥିଲା।

ରୁମକୁ ତାଙ୍କ ଛଡ଼ା ଆଉ କିଏ ବ୍ୟବହାର କରିବାର ସୁଯୋଗ ରହିଛି କି ବୋଲି ପୁଲିସ୍‌ ଯୁବତୀଙ୍କୁ ପ୍ରଶ୍ନ କରିବାରୁ ସେ କରନ ପାଖରେ ଛାବି ଛାଡ଼ି ଯାଆନ୍ତି ବୋଲି କହିଥିଲେ। ବାସ୍‌ ପୁଲିସ୍‌ ଏହା ପରେ କରନକୁ ଉଠାଇ ନେଇ ଜେରା ଆରମ୍ଭ କରିଥିଲା। ଏହି ସମୟରେ କରନ ନିଜର ଅପରାଧକୁ ସ୍ୱୀକାର କରିଥିଲା।

ଜେରା ବେଳେ କରନ ପୁଲିସକୁ କହିଛି ଯେ ୩ ମାସ ତଳେ ଯୁବତୀ ଜଣଙ୍କ ଯେତେବେଳେ ଉତ୍ତର ପ୍ରଦେଶ ଯାଇଥିଲେ ସେତେବେଳେ ଚାବି ତା’ ପାଖରେ ରହିଥିଲା। ଏହାର ଫାଇଦା ଉଠାଇବା ପାଇଁ କରନ ୩ଟି ଗୁପ୍ତ କ୍ୟାମେରା କିଣିଥିଲା। ଏହା ମଧ୍ୟରୁ ଗୋଟିଏ ସେ ଯୁବତୀଙ୍କ ବାଥରୁମ ଓ ଆଉ ଗୋଟିଏ ବେଡ ରୁମରେ ଲଗାଇ ଦେଇଥିଲା।

ଏହି ଗୁପ୍ତ କ୍ୟାମେରାକୁ ଅନଲାଇନ ଦ୍ୱାରା ପରିଚାଳନା କରାଯାଇ ନଥାଏ। ଏହାର ଫୁଟେଜ ମେମୋରି କାର୍ଡରେ ସଂରକ୍ଷିତ ହୋଇ ରୁହେ। ତେଣୁ କରନ ଯୁବତୀଙ୍କ ବିଭିନ୍ନ ସମୟରେ ଇଲେକ୍ଟ୍ରିକାଲ ମରାମତି ପାଇଁ ରୁମର ଚାବି ମାଗିଥାଏ। ଏହି ସମୟରେ ସେ କ୍ୟାମେରାରେ କଏଦ ଭିଡିଓକୁ ନିଜ ଲ୍ୟାପଟପକୁ ସ୍ଥାନାନ୍ତର କରିଥାଏ।

ତଦନ୍ତ ବେଳେ ପୁଲିସ୍‌ କରନ ରୁମରକୁ ଅପରାଧରେ ବ୍ୟବହାର ହୋଇଥିବା ଲ୍ୟାପଟପ ଓ ଆଉ ଗୋଟିଏ ଗୁପ୍ତ କ୍ୟାମେରା ଜବତ କରିଛି। କରନ ଜଣେ ଦିବ୍ୟାଙ୍ଗ। ତଥାପି ପୁଲିସ୍‌ ତା’କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Delhi