Advertisment

୩ ହଜାର ଟଙ୍କା ପାଇଁ ଯୁବକଙ୍କୁ ବିଚ୍‌ ରାସ୍ତାରେ ବାରମ୍ବାର ଛୁରୀ ଭୁଷି ହତ୍ୟା

ବିଚ୍‌ ରାସ୍ତାରେ ଯୁବକଙ୍କୁ ତଳେ ପକାଇ ବାରମ୍ବାର ଛୁରୀ ଭୁଷିବାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ସର୍ବସମ୍ମୁଖ ଓ ସ୍ପଷ୍ଟ ଦିବାଲୋକରେ ଏତେ ବଡ଼ ଘଟଣା ଘଟିଥିଲେ ହେଁ ଏଥିରେ କେହି ଠିକଣା ସମୟରେ ହସ୍ତକ୍ଷେପ ନ କରିବା ସମସ୍ତଙ୍କୁ ବିଚଳିତ କରିଛି।

Delhi

Delhi

Advertisment

ପୁଣିଥରେ ରକ୍ତରଞ୍ଜିତ ହୋଇଛି ରାଜଧାନୀର ରାଜରାସ୍ତା। ମାତ୍ର ୩ ହଜାର ଟଙ୍କା ପାଇଁ ରାଜଧାନୀ ଦିଲ୍ଲୀର ଟିଗ୍ରୀ ଅଞ୍ଚଳରେ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ନିର୍ମମ ଭାବେ ହତ୍ୟା କରାଯାଇଛି।

Advertisment

ବିଚ୍‌ ରାସ୍ତାରେ ଯୁବକଙ୍କୁ ତଳେ ପକାଇ ବାରମ୍ବାର ଛୁରୀ ଭୁଷିବାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ସର୍ବସମ୍ମୁଖ ଓ ସ୍ପଷ୍ଟ ଦିବାଲୋକରେ ଏତେ ବଡ଼ ଘଟଣା ଘଟିଥିଲେ ହେଁ ଏଥିରେ କେହି ଠିକଣା ସମୟରେ ହସ୍ତକ୍ଷେପ ନ କରିବା ସମସ୍ତଙ୍କୁ ବିଚଳିତ କରିଛି।

ସାମ୍ନାକୁ ଆସିଥିବା ଭିଡିଓରେ ୟୁସୁଫ ଅଲୀଙ୍କୁ ହତ୍ୟା କରାଯାଉଥିବା ଦେଖିବାକୁ ମିଳୁଛି। ଆଜି ସକାଳେ ଛୁରୀ ଭୁଷାଯିବା ଘଟଣା ସମ୍ପର୍କରେ ଟିଗ୍ରୀ ପୁଲିସ୍‌ ଷ୍ଟେସନର ପିସିଆର କଲ୍‌ ପାଇଥିଲା।

Advertisment

ତୁରନ୍ତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ସଙ୍ଗମ ବିହାରର ୟୁସୁଫ ଅଲୀ ଓ ତାଙ୍କୁ ଆକ୍ରମଣ କରିଥିବା ଶାହରୁଖକୁ  ଉଦ୍ଧାର କରିଥିଲା। ଏହାପରେ ଉଭୟଙ୍କୁ ବାତ୍ରା ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ୟୁସୁଫଙ୍କୁ ମୃତ ଘୋଷଣା କରିଥିଲେ।

ୟୁସୁଫଙ୍କ ବାପା ସାହିଦ ଅଲୀ କହିବା କଥା ଯେ ଶାହରୁଖ ଆର୍ଥିକ କାରବାରକୁ ନେଇ ୩ରୁ ୪ ମାସ ତଳେ ତାଙ୍କ ପୁଅଙ୍କୁ ଧମକ ଦେଇଥିଲା। ୟୁସୁଫ ତା’ ଠାରୁ ୩ ହଜାର ଟଙ୍କା ଧାର ନେଇଥିଲେ। ଏହି ଟଙ୍କାକୁ ନେଇ ଦୁହିଁଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା।

ସାମ୍ନାକୁ ଆସିଥିବା ୨ ମିନିଟରୁ ଅଧିକ ସମୟର ଭିଡିଓରେ ୟୁସୁଫଙ୍କୁ ଗୋଟିଏ ଦୋକାନ ବାହାରେ ଶାହରୁଖ ତଳେ ପକାଇ ବାରମ୍ବାର ଛୁରୀ ଭୁଷିବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ଯେ ଘଟଣା ବେଳେ ସେହି ବାଟ ଦେଇ ଅନେକ ଲୋକ ଯିବା ଆସିବା କରୁଛନ୍ତି। କିନ୍ତୁ କେହି ବି ଏଥିରେ ହସ୍ତକ୍ଷେପ କରୁ ନାହାନ୍ତି।

ୟୁସୁଫଙ୍କ ଦେହରୁ ରକ୍ତ ବୋହି ଚାଲିଥିବା ବେଳେ ସେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ହେଲେ ଶାହରୁଖ ତାଙ୍କୁ ବାରମ୍ବାର ଛୁରୀ ଭୁଷି ଚାଲିଥିଲା। ବେଶ କିଛି ମିନିଟ ପରେ କିଛି ଲୋକ ସାହାସ କରି ଶାହରୁଖକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେମାନେ ମିଳିତ ଭାବେ ତା’କୁ କାବୁ କରିବା ସହ ପ୍ରବଳ ପିଟିଥିଲେ।

ସେ ମଧ୍ୟ ଘଟଣା ସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ନିସ୍ତେଜ ହୋଇ ପଡ଼ି ଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ପୁଲିସ୍‌ ଦୁଇ ଯୁବକଙ୍କୁ ହସ୍ପିଟାଲ ନେଇଥିଲ ହେଁ ୟୁସୁଫକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏବେ ଶାହରୁଖର ଚିକିତ୍ସା ଚାଲିଛି। ଅଭିଯୁକ୍ତ ଶାହରୁଖ ସଙ୍ଗମ ବିହାରର କେ୨ ବ୍ଲକରେ ରୁହେ। ପୁଲିସ୍‌ ତା’ ନାଁରେ ହତ୍ୟା ମାମଲା ରୁଜୁ କରିଛି।

Murder Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe