Crime
ସ୍ୱାମୀଙ୍କୁ ହତ୍ୟା କରି ଡ୍ରମରେ ଭର୍ତ୍ତି କରିବା ପରେ ଫେରାର ହୋଇଯାଇଥିବା ପତ୍ନୀ ଓ ତାଙ୍କ ପ୍ରେମିକାଙ୍କୁ ଶେଷରେ ଧରିବାକୁ ସକ୍ଷମ ହୋଇଛି ରାଜସ୍ଥାନ ପୁଲିସ୍। ରବିବାର ସେମାନେ ଭଡ଼ାରେ ରହୁଥିବା ଖୈରଥାଲ-ତିଜାରା ସ୍ଥିତ ଘରର ଛାତ ଉପରୁ ସ୍ୱାମୀଙ୍କ ଗଳିତ ମୃତଦେହ ମିଳିଥିଲା।
ଡ୍ରମ୍ପ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପତ୍ନୀ ଓ ୩ ପିଲା ଫେରାର ଥିଲେ। ବାସ୍ତବରେ ସ୍ୱାମୀଙ୍କୁ ମାରିବା ପରେ ସୁନିତା ନାମକ ମହିଳା ଘର ମାଲିକଙ୍କ ପୁଅ ଜିତେନ୍ଦ୍ର ସହ ଶନିବାର ଠାରୁ ଫେରାର ହୋଇ ଯାଇଥିଲେ। କିନ୍ତୁ ପୁଲିସ୍ ସୁନିତା ଓ ଜିତେନ୍ଦ୍ରକୁ ଗିରଫ କରିବାକୁ ସକ୍ଷମ ହୋଇଛି।
ରବିବାର ସୁନିତାଙ୍କ ସ୍ୱାମୀ ହଂସରାମଙ୍କ ମୃତଦେହକୁ ଛାତ ଉପରେ ଥିବା ଗୋଟିଏ ବ୍ଲୁ ରଙ୍ଗର ଡ୍ରମ ଭିତରୁ ଠାବ କରାଯାଇଥିଲା। ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ତାଙ୍କୁ ହତ୍ୟା କରାଯିବା ପରେ ଡ୍ରମ୍ପରେ ଭର୍ତ୍ତି କରି ଛାତ ଉପରେ ରଖି ଦିଆଯାଇଥିଲା। ତେବେ ରବିବାର ଛାତ ଉପରେ ରହିଥିବା ଡ୍ରମ୍ପ ଭିତରୁ ଦୁର୍ଗନ୍ଧ ଆସୁଥିବା ପଡ଼ୋଶୀମାନେ ଅଭିଯୋଗ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା।
ପୁଲିସ୍ କହିଛି ଯେ ମୃତଦେହକୁ ଡ୍ରମ୍ପରେ ରଖି ଶୀଘ୍ର ପୋଚିବା ପାଇଁ ଏହା ଉପରେ ଲୁଣ ପକାଇଯାଇଥିଲା। ତେଣୁ ଦିନକ ଭିତରେ ମୃତଦେହ ପୋଚି ଯିବା ସହ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। ପଡ଼ୋଶୀମାନେ ଏ ସମ୍ପର୍କରେ ଘର ମାଲିକଙ୍କୁ କହିବା ପରେ ଡ୍ରମ୍ପ ଭିତରୁ ହଂସରାମଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।
ହଂସରାମଙ୍କ ପ୍ରକୃତ ଘର ଉତ୍ତର ପ୍ରଦେଶର ଶାହଜାହାନପୁର। ଏଠାରେ ସେ ନିଜର ପତ୍ନୀ ଓ ୩ ପିଲାଙ୍କ ରହୁଥିଲେ। ସେ ଗୋଟିଏ ଇଟା ଭାଟିରେ କାମ କରିଥିବା ସହ ୨ ମାସ ହେଲା ନୂଆ ଭଡ଼ା ଘରକୁ ଆସୁଥିଲେ। ହଂସରାମ ସବୁ ଦିନ ମଦ ପିଅନ୍ତି। ଏପରି କି ସେ ଭଡ଼ାରେ ରହୁଥିବା ଘରର ମାଲିକଙ୍କ ପୁଅ ଜିତେନ୍ଦ୍ର ସହ ମିଶି ମଦ ପିଇବାକୁ ପଛାଉ ନଥିଲେ।
ଉଭୟ ମଦ ପିଇବା ଭିତରେ ଜିତେନ୍ଦ୍ର ଓ ସୁନିତାଙ୍କ ଭିତରେ ସମ୍ପର୍କ ବଢ଼ିଥିଲା। ଧୀରେଧୀରେ ଏହା ପ୍ରେମର ରୂପ ନେଇଥିଲା। ଜିତେନ୍ଦ୍ର ପୂର୍ବରୁ ବାହା ହୋଇଥିଲେ ହେଁ ୧୨ ବର୍ଷ ତଳେ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା। ଏଥିଯୋଗୁ ସେ ମଧ୍ୟ ସୁନିତାଙ୍କ ପ୍ରେମ ଉବୁଡୁବୁ ହେବାରେ ଲାଗିଥିଲେ।
ଜିତେନ୍ଦ୍ର ଓ ସୁନିତା ପରସ୍ପରକୁ ଭଲ ପାଉଥିବା ବେଳେ ସେମାନଙ୍କ ରାସ୍ତାରେ ହଂସରାମ କଣ୍ଟା ହୋଇ ଛିଡ଼ା ହୋଇଥିଲେ। ଏହି କଣ୍ଟାକୁ ସବୁ ଦିନ ପାଇଁ ହଟାଇବା ପାଇଁ ଉଭୟ ଯୋଜନାବଦ୍ଧ ଭାବେ ହଂସରାମଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Crime_1755593431.jpg)