Advertisment

ମଣ୍ଡିକୁ ଯାଇଥିଲେ, କିନ୍ତୁ ଦିନକ ପରେ କେନାଲରୁ ମିଳିଲା ମୃତଦେହ

ଆଜି ଆଜି ସକାଳୁ ଗାଁର କିଛି ଲୋକ କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଡିଙ୍ଗର ହାତୀଙ୍କୁ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

author-image
Hemant Lenka
Bike

Bike

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଅଏଁଲାଯୋର ଇନ୍ଦ୍ରାବତୀ କେନାଲ ଭିତରୁ ଆଜି ବାଇକ ସହ ଜଣେ ଯୁବକଙ୍କ ମୄତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଅଏଁଲାଯୋର ଗାଁର ଡିଙ୍ଗର ହାତୀ। ଶନିବାର ସେ ମଣ୍ଡିରେ କାମ ଥିବା କହି ଅପରାହ୍ନରେ ଘରୁ ବାହାରିଥିଲେ। କିନ୍ତୁ ସନ୍ଧ୍ୟା ଯାଇ ରାତି ହୋଇଥିଲେ ମଧ୍ୟ ସେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ରାତିସାରା ଖୋଜା ଖୋଜି କରି ଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା।

Advertisment

ଆଜି ଆଜି ସକାଳୁ ଗାଁର କିଛି ଲୋକ କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଡିଙ୍ଗର ହାତୀଙ୍କୁ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଡିଙ୍ଗରଙ୍କ ସହ ତାଙ୍କ ବାଇକ ମଧ୍ୟ କେନାଲ ଭିତରେ ପଡ଼ିଥିଲା। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଲିସ୍‌ ଏହି ଦିଗରେ ମଧ୍ୟ ତଦନ୍ତ ଚଳାଇଛି।

ମୃତକଙ୍କ ଭାଇ କୁନୁ ହାତୀ କହିଛନ୍ତି, “କାଲି ମୋ ଭାଇ ମଣ୍ଡିକୁ ଯାଇଥିଲା। କିନ୍ତୁ ସେଠାରୁ ସେ ଆଉ ଫେରି ନଥିଲା। ଆଜି ସକାଳୁ ଆମେ ଗାଧୋଇବାକୁ ଆସିଲା ବେଳେ ସେ କେନାଲ ଭିତରେ ପଡ଼ିଥିବା ଦେଖିବାକୁ ପାଇଛୁ। ଏହାପରେ ଆମେ ଥାନାକୁ ଯାଇ ଅଭିଯୋଗ କରିଛୁ।

Advertisment

ମୋ ଭାଇକୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି। ତା’ର କେହି ଶତ୍ରୁ ଥିଲେ କି ନାହିଁ, ସେକଥା ଆମେ ଜାଣିନୁ। କିନ୍ତୁ ପୁଲିସ୍‌ ତଦନ୍ତ କରି ହତ୍ୟାକାରୀଙ୍କୁ ଧରୁ। ତା’ର ଦୁଇ ଝିଅ ଓ ସ୍ତ୍ରୀ ପୂରା ଏକା ହୋଇଯାଇଛନ୍ତି। ତେଣୁ ପୁଲିସ୍‌ ଯଥାଶୀଘ୍ର ଦୋଷୀଙ୍କୁ ଧରୁ ଓ ସେମାନେ କାହିଁକି ମୋ ଭାଇକୁ ମାରିଛନ୍ତି, ତା’ର ପର୍ଦ୍ଦାଫାସ କରୁ।”

Odisha Murder Police Kalahandi