Advertisment

ଡେରିରେ ଘରକୁ ଫେରୁଥିବାରୁ ଗାଳି କଲେ ବାପା, ଜୀବନରୁ ମାରି ଦେଲା ଝିଅ

ଝିଅ ବେକରେ ଭଙ୍ଗା ବୋତଲ ପୂରାଇ ଦେଇବାରୁ ଜଗଦୀଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଟିମ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ରବିବାର ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି।

author-image
Hemant Lenka
Police

Police

ଯେଉଁ ବାପା ଦିନ ରାତି ଖଟି ଛୋଟରୁ ବଡ଼ କରିଥିଲେ, ତାଙ୍କୁ ହିଁ ଜୀବନରୁ ମାରି ଦେଇଛି ଝିଅ। ବାରମ୍ବାର ୨୦ ବର୍ଷୀୟ ଝିଅ ଘରକୁ ଡେରିରେ ଫେରୁ ଥିବାରୁ ବାପା ହିସାବରେ ସେ ତା’କୁ ପାଟି କରିଥିଲେ। ବାସ୍‌ ଏଥିରେ ରାଗି ଯାଇ ଝିଅ ଜଣକ ଗୋଟିଏ ଭଙ୍ଗା କାଚ ବୋତଲରେ ବାପାଙ୍କ ବେକକୁ ଭୁଷି ଦେଇଥିଲା। ଏଥିଯୋଗୁ ୪୫ ବର୍ଷୀୟ ବାପାଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦର ଅମ୍ବରପେଟ ଅଞ୍ଚଳରେ ଏପରି ଘଟଣା ଘଟିଛି।

Advertisment

ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜଗଦୀଶ। ଶନିବାର ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିବା ବେଳେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଝିଅ ବେକରେ ଭଙ୍ଗା ବୋତଲ ପୂରାଇ ଦେଇବାରୁ ଜଗଦୀଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଟିମ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ରବିବାର ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି।

ପୁଲିସ୍‌ ସେଲ୍ସପର୍ସନ ଭାବେ କାମ କରୁଥିବା ତାଙ୍କ ଝିଅ ନିକିତାକୁ ଗିରଫ କରିଛି। ଶ୍ରମିକ ଭାବେ କାମ କରୁଥିବା ଜଗଦୀଶ ଶନିବାର ପ୍ରଚୁର ମଦ ପିଇ ଘରକୁ ଆସିଥିଲେ। ନିକିତା ମଧ୍ୟ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ପ୍ରତିଦିନ ସେ ଡେରିରେ ଘରକୁ ଆସୁଥିବାରୁ ଜଗଦୀଶ ତାଙ୍କୁ ଗାଳିଗୁଲଜ କରିଥିଲେ।

Advertisment

ଏହାକୁ ନେଇ ବାପା-ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଏଥିରେ ରାଗି ଯାଇ ନିକିତା ଗୋଟିଏ ଭଙ୍ଗା କାଚ ବୋତଲ ଧରି ଜଗଦୀଶଙ୍କ ବେକରେ ପୂରାଇ ଦେଇଥିଲେ। ସେ ତଳେ ପଡ଼ି ଚିତ୍କାର କରିବାରୁ ପଡ଼ୋଶୀ ତୁରନ୍ତ ତାଙ୍କୁ ଓସମାନିଆ ଜେନେରାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗିରଫ ନିକିତାର କହିବା କଥା ଯେ ଜଗଦୀଶ ସବୁ ଦିନ ମଦ ପିଇ ଘରକୁ ଆସିବା ସହ ତା’କୁ ବାରମ୍ବାର ଗାଳି ଗୁଲଜ କରୁଥିଲେ ଓ ମାଡ଼ ମାରୁଥିଲେ। ପୁଲିସ୍‌ ଏବେ ଆଇପିସିର ଧାରା ୩୦୨ରେ ମାମଲା କରି ନିକିତାକୁ ଗିରଫ କରିଛି।

ଘଟଣା ଘଟିବା ବେଳେ ନିକିତାର ମା’ ମଧ୍ୟ ଘର ଭିତରେ ରହିଥିଲେ। ସେ ବାପା-ଝିଅକୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ କିଛି ବି ସୁଫଳ ମିଳି ନଥିଲା।

Daughter Hyderabad