Advertisment

ନାବାଳିକା ଦୁଷ୍କର୍ମକାରୀକୁ ଜେଲ ଓ ଜରିମାନା

ପରିବାର ଲୋକେ ଏନେଇ ପଚାରିବାରୁ ପୀଡ଼ିତା ସବୁକଥା କହିଦେଇଥିଲା। ଏହା ପରେ ପରିବାର ଲୋକେ ଏନେଇ ଜି.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Court

Court

Advertisment

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀ ପୋସ୍କୋ କୋର୍ଟ। ମାମଲାକୁ ବିଚାର କରି ଅଭିଯୁକ୍ତ ବିଜୟ ନାୟକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ ହାଜର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।ଏଥିସହ ପୀଡ଼ିତାଙ୍କ ପରିବାରକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ DLSAକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

୨୦୨୦ ମସିହା ଡିସେମ୍ବର ମାସରେ ପୀଡ଼ିତା ନାବାଳିକା ତାଙ୍କ ଘର ସମ୍ମୁଖରେ ଖେଳୁଥିଲା। ଠିକ ସେହି ସମୟରେ ଅଭିଯୁକ୍ତ ବିଜୟ ନାୟକ ତାକୁ ନିଜ ହୋଟେଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ। ଭୟରେ ପୀଡ଼ିତା ଏନେଇ କାହାକୁ କହିନଥିଲା। ତେବେ ରାତିରେ ପୀଡ଼ିତା ଯନ୍ତ୍ରଣା ପାଇଥିଲେ।

ପରିବାର ଲୋକେ ଏନେଇ ପଚାରିବାରୁ ପୀଡ଼ିତା ସବୁକଥା କହିଦେଇଥିଲା। ଏହା ପରେ ପରିବାର ଲୋକେ ଏନେଇ ଜି.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବିଜୟ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୧୪ ଜଣ ସାକ୍ଷୀ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଆଧାରରେ ବିଚାରପତି ରାୟ ଶୁଣାଇଛନ୍ତି। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment

ରିପୋର୍ଟ-ଫୁଲବାଣୀରୁ ତ୍ରିପାଥ ସାହୁ

Minor Raped Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe