Advertisment

ବିଲ କାମ ସାରି ଘରକୁ ଫେରୁଥିଲେ ବ୍ୟକ୍ତି, ହାଣିଦେଲେ ଦୁର୍ବୃତ୍ତ

ବିଲ କାମ ସାରି ଘରକୁ ଫେରୁଥିଲେ ବ୍ୟକ୍ତି। ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ। ମାତ୍ର ତାହା ପୂର୍ବରୁ ଘଟିଲା ଅଘଟଣ ।

author-image
Niharika Rout
Injured

Injured

ବିଲ କାମ ସାରି ଘରକୁ ଫେରୁଥିଲେ ବ୍ୟକ୍ତି। ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ। ମାତ୍ର ତାହା ପୂର୍ବରୁ ଘଟିଲା ଅଘଟଣ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ କାତିରେ ହାଣିଲେ ଦୁର୍ବୃତ୍ତ । ଆଉ ଘରକୁ ଫେରିବା ପରିବର୍ତ୍ତେ ବ୍ୟକ୍ତିଜଣକ ସିଧାସଳଖ ମେଡିକାଲରେ ପହଞ୍ଚିଲେ।

Advertisment

ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ହଂସରାଳିରେ ଘଟିଛି। ଆହତ ବ୍ୟକ୍ତିଜଣକ ହେଲେ ସୁଦର୍ଶନ ସାହୁ । ସୁଦର୍ଶନ ଡେଙ୍ଗାଡି ବିଦ୍ୟୁତ୍‌ ବିଭାଗରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ ।

ଗତକାଲି ସୁଦର୍ଶନ ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ। ସେଠାରୁ ସେ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

Advertisment

ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ଆଡ଼ପଡା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଆକ୍ରମଣର କାରଣ ଅଶ୍ୱଷ୍ଟ ରହିଥିବା ବେଳେ ଦୁର୍ବୃତ୍ତଙ୍କ ଚିହ୍ନଟ ହୋଇ ପାରିନି। ଗାଁରେ ଭୟରେ କେହି ମଧ୍ୟ ପାଟି ଖୋଲୁନଥିବା ଜଣାଯାଇଛି।

Ganjam