Advertisment

ପାର୍କିଂ ବିବାଦକୁ ନେଇ ପଡୋଶୀଙ୍କ କାର ଜାଳିଦେଲେ

ପ୍ରଥମେ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରିବା ପରେ ରାଗରେ ଜାଳିଦେଲା କାର୍। ୬୦୦ କିମି ପିଛା କରି ଅଭିଯୁକ୍ତକୁ ଉତ୍ତରପ୍ରଦେଶର ଆମେଥିରୁ ଗିରଫ କଲା ପୁଲିସ।

Man set fire in neighbour’s car

Man set fire in neighbour’s car

Advertisment

ପାର୍କିଂ ବିବାଦକୁ ନେଇ ଚଢ଼ିଲା ରାଗ। ପଡୋଶୀଙ୍କ କାରରେ ନିଆଁ ଲଗାଇ ଦେଲେ ଯୁବକ। ଏଭଳି ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀର ଲଜପତ ନଗର ଅଞ୍ଚଳରୁ। ଏହି ଘଟଣାରେ ୨୮ ବର୍ଷୀୟ ଅଭିଯୁକ୍ତ ରାହୁଲ ଭାସିନଙ୍କୁ ସୋମବାର ଉତ୍ତରପ୍ରଦେଶର ଆମେଥିରୁ ଗିରଫ କରାଯାଇଛି। ପ୍ରାୟ ୬୦୦ କିମି ପିଛା କରି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ଦିଲ୍ଲୀ ପୁଲିସ।

Advertisment

ପୁଲିସ ସୂଚନା ଅନୁସାରେ ଅଭିଯୁକ୍ତ ରାହୁଲ ଭାସିନ୍ ଇଭେଣ୍ଟ ମ୍ୟାନେଜମେଣ୍ଟରେ କାର୍ଯ୍ୟ କରେ ଏବଂ ଲଜପତ ନଗରରେ ପରିବାର ସହିତ ରୁହେ। ପାର୍କିଂକୁ ନେଇ ପଡ଼ୋଶୀ କନୱର ରଣଜିତ ସିଂହ ଚୌହାନ(୪୮) ଓ ରାହୁଲ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ନଭେମ୍ବର ୨୯ରେ ରଣଜିତ ସିଂହ ଅଭିଯୋଗ କରିଥିଲେ ଯେ ରାହୁଲ ତାଙ୍କ କାରକୁ ଭଙ୍ଗାରୁଜା କରିଛି। ସିସିଟିଭି ଫୁଟେଜରେ ରାହୁଲ ଏହି କାରର ମିରରକୁ ଫୋଲ୍ଡିଂ କରି ନିଜ କାରକୁ ରାସ୍ତା ମଝିରେ ପାର୍କିଂ କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ରାହୁଲର କାର୍ ଜବତ କରି ତଦନ୍ତ ଆରମ୍ଭ କରିଥିଲା।

ଏହି ରାଗରେ ୩୦ ନଭେମ୍ବର ବିଳମ୍ବିତ ରାତିରେ ରାହୁଲ ରଣଜିତ ସିଂହଙ୍କ କାର୍ ବୋନେଟରେ ନିଆଁ ଲଗାଇ ଦେଇଥିଲା। ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହାପରେ ରାହୁଲ ସେଠାରୁ ଫେରାର ହୋଇଯାଇଥିଲା। ରଣଜିତ ସିଂହ ଚୌହାନଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହାପରେ ପୁଲିସ ରାହୁଲ ଭାସିନକୁ ଖୋଜି ଆମେଥିରୁ ଗିରଫ କରିଥିଲା ​​ଏବଂ ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା।

Advertisment

ଏହି ଘଟଣା ନେଇ ଦକ୍ଷିଣ-ପୂର୍ବ ଦିଲ୍ଲୀର ଡିସିପି କହିଛନ୍ତି ଯେ ଆମେ ଦୀର୍ଘ ୬୦୦ କିମି ପିଛା କରିବା ପରେ ମୁଖ୍ୟ ଅଭିଯୁକ୍ତ ରାହୁଲ ଭାସିନଙ୍କୁ ଉତ୍ତରପ୍ରଦେଶର ଆମେଥିରୁ ଗିରଫ କରିଛୁ। ସେ ଚଳାଇ ଯାଇଥିବା କାର ମଧ୍ୟ ଜବତ କରାଯାଇଛି। ଅଧିକ ତଦନ୍ତ ଚାଲିଛି। ଗତ ଅଗଷ୍ଟ ମାସରେ ମଧ୍ୟ ସମାନ ଅଭିଯୋଗକାରୀ ସମାନ ଅଭିଯୁକ୍ତ ବିରୋଧରେ ଅସଦାଚାରଣ ଓ ଆକ୍ରମଣ ଅଭିଯୋଗ ଆଣିଥିଲେ, ଏପରିକି ପୁଲିସ ସେତେବେଳେ ମଧ୍ୟ ଏହି ଅଭିଯୁକ୍ତକୁ ଗିରଫ କରିଥିଲା। ଏବେ ତାକୁ ପୁଣିଥରେ ଗିରଫ କରାଯାଇ ତଦନ୍ତ କରାଯାଉଛି।

Parking Dispute Man Set Fire In Neighbour Car Fire In Car Car Parking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe