Advertisment

ପ୍ରେମ ପାଇଁ ସଂସାର ଛାରଖାର କରିଥିଲେ ମହିଳା; ପ୍ରେମିକକୁ ଗୁଳି କରି ଦେଲେ ସ୍ୱାମୀ

୧୦ ବର୍ଷ ତଳେ ଚାରମାଳ ଥାନା ଝାଙ୍କରପଡା ଗାଁର ସ୍ୱାଧୀନ ରିମା (ଛଦ୍ମ ନାମ)ଙ୍କୁ ବିବାହ କରିଥିଲେ।

ଅଦ୍ୟତନ ହୋଇଛି
Gun

GUN

Advertisment

 ନିଜ ପ୍ରେମ ପାଇଁ ଦୁଇ ଛୁଆଙ୍କୁ ପର କରି ଦେଇଥିଲା ମା’। ସ୍ୱାମୀ ସହ କାଟିଥିବା ୮ବର୍ଷର ସମ୍ପର୍କକୁ ଭୁଲି ଯାଇ ପ୍ରେମିକ ସହ ପଳାଇଥିଲେ । ଏନେଇ ପ୍ରତିଶୋଧ ନିଆଁରେ ଜଳୁଥିଲେ ସ୍ୱାମୀ। ସ୍ତ୍ରୀର ପ୍ରେମିକକୁ ବାଟରୁ ହଟାଇ ଦେବାକୁ ସୁଯୋଗ ଖୋଜୁଥିଲେ। ଗତକାଲି ସୁଯୋଗ ପାଇ ସ୍ତ୍ରୀର ପ୍ରେମିକକୁ ଗୁଳି  କରିଛି ସ୍ୱାମୀ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡନୂଆପଡା ର କ୍ଷେତିନାଳି ଗାଁରେ।

Advertisment

ଆହତ ବ୍ୟକ୍ତି ଜଣଙ୍କ ହେଲେ ଟେମ୍ପୁ ଚାଳକ ପଙ୍କଜ ଦେହୁରୀ। ତାଙ୍କ ଘର କ୍ଷେତିନାଳି ଗାଁର ବୋଲି ଜଣାପଡ଼ିଛି। ଘଟଣାପରେ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନ ଫେରାର ହୋଇଯାଇଛନ୍ତି।

୧୦ ବର୍ଷ ତଳେ ଚାରମାଳ ଥାନା ଝାଙ୍କରପଡା ଗାଁର ସ୍ୱାଧୀନ ରିମା (ଛଦ୍ମ ନାମ)ଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ସୁଖର ସଂସାର ଗଢ଼ିଥିଲେ। ସେମାନଙ୍କ ୨ଟି ସନ୍ତାନ ଥିଲା। ହଠାତ୍ ସ୍ୱାଧୀନ ଓ ରିମା ଗଢ଼ିଥିବା ସୁନାର ସୁନାର ସଂସାର ଉପରେ କାହାର ନଜର ଲାଗି ଯାଇଥିଲା। ରିମା ପଙ୍କଜଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଦିନ ଗଡ଼ିବା ସହ ରିମା ପଙ୍କଜଙ୍କ ପ୍ରେମ ସମ୍ପର୍କ ନିବିଡି ହେବାର ଲାଗିଥିଲା। ପରେ ଉଭୟ କେହି କାହାକୁ ଛାଡ଼ି ରହି ପାରିନଥିଲେ। ଶେଷରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ରିମା ମଧ୍ୟ ଦୁଇ ଛୁଆ ଓ ନିଜ ସ୍ୱାମୀ ସ୍ୱାଧୀନଙ୍କୁ ଭୁଲି ପଙ୍କଜଙ୍କ ସହ ସଂସାର ବସାଇବାକୁ ନିଷ୍ପତ୍ତି ନେଇଥିଲେ। ୨ବର୍ଷ ତଳେ ରିମା ଦୁଇ ଛୁଆ ଓ ନିଜ ସ୍ୱାମୀଙ୍କୁ ଛାଡ଼ି ପଙ୍କଜ ସହ ପଳାଇଯାଇଥିଲେ।

Advertisment

୨ ବର୍ଷ ହେବ ପଙ୍କଜ ଓ ରିମା ସାଥି ହୋଇ ବାହାର ରାଜ୍ୟରେ ରହୁଥିଲେ। ହେଲେ ସ୍ୱାଧୀନ ସ୍ତ୍ରୀ ପଳାଇଯିବାଠାରୁ ପ୍ରତିଶୋଧ ନିଆଁରେ ଜଳୁଥିଲେ। ପଙ୍କଜଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରୁଥିଲେ। କିଛି ଦିନ ତଳେ ପଙ୍କଜ ରିମାଙ୍କୁ ଧରି ନିଜ ଗାଁକୁ ଫେରିଥିଲେ। ଏହି ଖବର ସ୍ୱାଧୀନ ପାଇଥିଲେ। ପଙ୍କଜଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଗତକାଲି ରାତି ସମୟରେ ପଙ୍କଜ ଖାଇସାରି ଅଗଣାରେ ହାତ ଧୋଉଥିଲେ। ଏହି ସମୟରେ ସ୍ୱାଧୀନ ଦେଶୀ ବନ୍ଧୁକରେ ପଙ୍କଜଙ୍କ ଉପରକୁ ୩ରୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ପରିବାର ଲୋକ ଶବ୍ଦ ଶୁଣି ବାହାରକୁ ପଳାଇ ଆସିଥିଲେ। ପଙ୍କଜଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ୱାଧୀନ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ତୁରନ୍ତ ସ୍ୱାଧୀନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଘଟଣାକୁ ନେଇ ତଦନ୍ତ ଚାଲିଛି ବୋଲି ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ ମେହେର କହିଛନ୍ତି।

Murder Sambalpur , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe