Advertisment

ଝିଅକୁ କାନ୍ଧରେ ବସାଇ ଯାଉଥିଲେ, ହଠାତ୍‌ ମୁଣ୍ଡକୁ ହେଲା ଗୁଳିମାଡ଼

ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୨୮ ବର୍ଷୀୟ ସୋଏବ। ଘଟଣା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସୋଏବଙ୍କୁ ବେରଲୀ ସ୍ଥାନାନ୍ତର କରାଯାଇଛି।

author-image
Hemant Lenka
CCTV

CCTV

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ଛୋଟ ଝିଅକୁ କାନ୍ଧରେ ବସାଇ ଯାଉଥିବା ବ୍ୟକ୍ତିଙ୍କ ମୁଣ୍ଡକୁ ହଠାତ୍‌ ହୋଇଛି ଗୁଳିମାଡ଼। ବିଚ୍‌ ରାସ୍ତାରେ ଜଣେ ଯୁବକ ଏପରି ଗୁଳି ମାଡ଼ କରିଛି। ଘଟଣାଟି ଉତ୍ତର ପ୍ରଦେଶର ଶାହଜାହାନପୁରରେ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି।

Advertisment

ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୨୮ ବର୍ଷୀୟ ସୋଏବ। ଘଟଣା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସୋଏବଙ୍କୁ ବେରଲୀ ସ୍ଥାନାନ୍ତର କରାଯାଇଛି।

ଭିଡିଓ ଅନୁଯାୟୀ, ସୋଏବ ନିଜ ଛୋଟ ଝିଅକୁ କାନ୍ଧରେ ବସାଇ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ଏହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ତାଙ୍କୁ ଅତିକ୍ରମ କରି ଅଟକି ଯାଇଥିଲେ। ସୋଏବ ଏହାକୁ ଅଣଦେଖା କରି ଆଗକୁ ଚାଲି ଚାଲି ଯାଇଥିଲେ।

Advertisment

ଏତିକି ବେଳେ ଦୁଇ ବାଇକ ଆରୋହୀ ଗାଡ଼ିକୁ ଅଟକାଇ ପଛକୁ ଚାହିଁଥିଲେ। ଏହି ସମୟରେ ସୋଏବଙ୍କ ସାମ୍ନା ପଟୁ ଚାଲଚାଲି ଆସୁଥିବା ଆଉ ଜଣେ ଯୁବକ ବନ୍ଧୁକ କାଢ଼ିଥିଲେ ଓ ଅତି ନିକଟରୁ ସୋଏବଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଏହାପରେ ସେ ଦୌଡ଼ି ଯାଇ ପୂର୍ବରୁ ବାଇରେ ବସିଥିବା ୨ ଯୁବକଙ୍କ ସହ ମିଶି ସେଠାରୁ ଚମ୍ପଟ ମାରିଥିଲେ।

ଗୁଳିମାଡ଼ ଯୋଗୁ ସୋଏବ ରାସ୍ତାରେ ପଡ଼ି ଯିବା ସହ କାନ୍ଧରେ ବସିଥିବା ଛୋଟ ଝିଅ ମଧ୍ୟ ସେଠାରେ କଚାଡ଼ି ହୋଇ ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ଦୌଡ଼ାଦୌଡ଼ି ହୋଇ ସେଠାରେ ପହଞ୍ଚିଥିଲେ। ଏହାପରେ ମିଳିତ ଭାବେ ସୋଏବ ଓ ତାଙ୍କ ଝିଅକୁ ହସ୍ପିଟାଲ ନେଇଥିଲେ।

ଶାହଜାହାନପୁର ଏସ୍‌ପି ଅଶୋକ ମୀନା କହିଛନ୍ତି, ଘଟଣାଟି ଅଗଷ୍ଟ ୧୩ ତାରିଖ ସନ୍ଧ୍ୟା ୭.୩୦ରେ ଘଟିଛି।  ସିସିଟିଭିକୁ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଚାଲିଥିବା ସେ କହିଛନ୍ତି। 

Uttar Pradesh Crime Shooting