Advertisment

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା

ଘଟଣାସ୍ଥଳରୁ ପୁଲିସ୍ କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କ ବନ୍ଧୁକ ଜବତ କରିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Vikash Srivastava

Vikash Srivastava

କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ନୂଆ ଘରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ।

Advertisment

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ବନ୍ଧୁକକୁ ପୁଲିସ ଜବତ କରିଛି। ପୁଲିସ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଉଛନ୍ତି- ଅଜୟ ରାୱତ, ଅଙ୍କିତ ବର୍ମା ଓ ଶମିମ ଗାଜି। 

ପୁଲିସ୍ କହିଛି, ବିନୟଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭାଇଙ୍କୁ ଫୋନ୍ କରି ଅଙ୍କିତ ବର୍ମା ଜଣାଇଥିଲେ। 

Advertisment

କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର କହିଛନ୍ତି ଯେ ଏହି ଘଟଣା ବେଳେ ତାଙ୍କ ପୁଅ ଘରେ ଉପସ୍ଥିତ ନଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଆଇନ ଅନୁସାରେ ସବୁ କିଛି ହେବ। ଯେଉଁମାନେ ଏହି କାଣ୍ଡ କରିଛନ୍ତି, ସେମାନଙ୍କୁ ଛଡ଼ା ଯିବନାହିଁ। ଏହି ଘଟଣା ଘଟିବା ବେଳେ ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ, ସେମାନଙ୍କୁ ପୁଲିସ ଅଟକ ରଖିଛି।

Murder Shot Dead