Advertisment

ଗୁଳି ଫୁଟାଇଲେ ଦୁର୍ବୃତ୍ତ, ଝାଡୁ ଧରି ଗୋଡାଇଲେ ମହିଳା

ସିସିଟିଭି ଫୁଟେଜ ଆଧାରରେ ପୁଲିସ ମାମଲାର ତଦନ୍ତ ଚଳାଇଛି।

ଅଦ୍ୟତନ ହୋଇଛି
bhiwani-shooting

bhiwani-shooting

Advertisment

ଦିନ ଦ୍ୱିପହରେ ଘର ବାହାରେ ଫୁଟିଲା ଗୁଳି। ତିନିରୁ ଚାରି ଦୁର୍ବୃତ୍ତ ବାଇକ୍‌ରେ ଆସି ଜଣେ ବ୍ୟକ୍ତିଙ୍କ ଉପରେ କଲେ ଆଖିବୁଜା ଗୁଳିମାଡ଼। ତେବେ ଦୁର୍ବୃତ୍ତଙ୍କୁ ଘଉଡାଇବା ପାଇଁ ଝାଡ଼ୁ ଧରି ଗୋଡାଇଲେ ମହିଳା। ଏଭଳି କିଛି ଚକିତ କଲା ଭଳି ଘଟଣା ଘଟିଛି ହରିୟାଣାରେ।

Advertisment

ହରିୟାଣା ଭିବାନୀ ଅଞ୍ଚଳ। ସମୟ ସକାଳ ୭ଟା। ବାଇକରେ ୪ ଜଣ ଦୁର୍ବୃତ୍ତ ଆସିଲେ। ଏହି ସମୟରେ ଘର ବାହାରେ ଠିଆ ହୋଇଥିଲେ ହରିକୃଷ୍ଣ ନାମକ ଜଣେ ବ୍ୟକ୍ତି। ତାଙ୍କ ସହ କିଛି କଥାବାର୍ତ୍ତା ହେବା ପରେ ଦୁର୍ବୃତ୍ତମାନେ ହଠାତ୍‌ ହରିକୃଷ୍ଣଙ୍କ ଉପରେ ୪ରୁ ୫ ରାଉଣ୍ଡ ଗୁଳିମାଡ଼ କରିଥିଲେ। ହେଲେ ଜୀବନ ବିକଳରେ ଘର ଭିତରକୁ ଦୌଡି ପଳାଇଥିଲେ ହରିକୃଷ୍ଣ। ସେପଟେ ଗୁଳି ଫୁଟିବା ଶବ୍ଦ ଶୁଣି ପଡୋଶୀ ଘର ଜଣେ ମହିଳା ଅତି ସାହସର ସହ ଝାଡୁ ଧରି ଦୁର୍ବୃତ୍ତଙ୍କ ଉପରକୁ ମାଡ଼ି ଆସିଥିଲେ। ଏହା ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ୪ ଦୁର୍ବୃତ୍ତ। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ମଧ୍ୟ ହେଉଛି।

ପୁଲିସ ସୂଚନା ମୁତାବକ ଗୁଳିମାଡ଼ ପରେ ହରିକୃଷ୍ଣ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପିଜିଆଇଏମ୍‌ଏସ୍‌ ରୋହତକ ସ୍ଥାନାନ୍ତର କରାଯାଇଛି। ସେପଟେ ସିସିଟିଭି ଫୁଟେଜ ଆଧାରରେ ପୁଲିସ ମାମଲାର ତଦନ୍ତ ଚଳାଇଛି। ଗୁଳି ଚଳାଉଥିବା ଓ ତାଙ୍କ ସହ ଆସିଥିବା ଦୁଇ ଦୁର୍ବୃତ୍ତଙ୍କ ପତା ଲଗାଇବା ପାଇଁ ପୁଲିସ ଚେଷ୍ଟା ଜାରି ରହିଛି।

Advertisment

ହରିକୃଷ୍ଣ ହେଉଛନ୍ତି ରବି ବକ୍ସରଙ୍କ ହତ୍ୟା ମାମଲାର ଅଭିଯୁକ୍ତ। କୁହାଯାଉଛି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ହରିକୃଷ୍ଣଙ୍କ ସମ୍ବନ୍ଧ ମଧ୍ୟ ରହିଛି। ସେ ବର୍ତ୍ତମାନ ଜାମିନରେ ବାହାରକୁ ଆସିଛନ୍ତି। ତିନି ମାସ ପୂର୍ବେ ଭିବାନୀ ପୁଲିସ ହରିକୃଷ୍ଣଙ୍କ ଉପରେ ଆକ୍ରମଣ ଯୋଜନା କରୁଥିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Firing Shot Out Crime Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe