Advertisment

ମେଳଣରେ ସାପ ଖେଳ ଦେଖାଇଲେ, ଖୋଜୁଛି ବନ ବିଭାଗ

ମୁଣ୍ଡରେ ଲମ୍ବା ଜଟାକୁ ଗଳାରେ ଖପୁରି ମାଳ । ଏହି ସମୟରେ ଡିଜେ ତାଳେ ତାଳେ ଏକ ଜୀବନ୍ତ ସାପକୁ ଧରି ଦୁଃସାହସିକ ଖେଳ ଦେଖାଉଥିଲେ ଅଘୋରୀ ବେଶରେ ଥିବା କଳାକାର ।

Viral Video

Viral Video

Advertisment

ମୁଣ୍ଡରେ ଲମ୍ବା ଜଟାକୁ ଗଳାରେ ଖପୁରି ମାଳ । ଏହି ସମୟରେ ଡିଜେ ତାଳେ ତାଳେ ଏକ ଜୀବନ୍ତ ସାପକୁ ଧରି ଦୁଃସାହସିକ ଖେଳ ଦେଖାଉଥିଲେ ଅଘୋରୀ ବେଶରେ ଥିବା କଳାକାର । ଏପରି ଦୃଶ୍ୟ ଦେଖିବାକୁ ଭୟଙ୍କର ଲାଗୁଥିଲେ ବି ଦେଖିବାକୁ ଜମୁଥିଲା ଲୋକ ଗହଳି । ପୁରୀ ସଦରଥାନା ଅନ୍ତର୍ଗତ ଛଇତନାରୁ ଆସିଛି ଏଭଳି ଘଟଣା ଯାହାକି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହା ଖୁଲମଖୁଲା ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ କରୁଥିବାରୁ ବନ ବିଭାଗ ଏହାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଘୋରୀ ବେଶରେ ଥିବା କଳାକାର ଏକ ଜୀବନ୍ତ ସାପକୁ ଧରି ଦେଖାଉଥିଲେ ଦୁଃସାହସିକ କ୍ରୀଡ଼ା। କେତେବେଳେ ତାହାକୁ ନିଜ ପାଟି ଉପରେ ତ କେତେବେଳେ ନାକରେ ବୁଲାଉଥିଲେ। ଉକ୍ତ ସମୟରେ ସାପଟି ତାଙ୍କ ନାକକୁ କାମୁଡ଼ିଥିବା ଜଣାଯାଇଛି। ଏଥିଯୋଗୁ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିବା ବେଳେ ସେ ଥକା ହୋଇ ବସି ପଡ଼ିଥିଲେ। ପରେ ଲୋକେ ପଚାରିବାରୁ ସାପର ବିଷ ଦାନ୍ତ କଢ଼ା ଯାଇଥିବା କହିଥିଲେ।

Advertisment

ରାମ ନବମୀଠାରୁ ପୁରୀରେ ଅନୁଷ୍ଠିତ ସାହି ଯାତରେ ବି ଅଘୋରି ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିଥିବା ଜଣାଯାଇଛି। ତେବେ ସେମାନେ କେଉଁଠୁ ଆସିଥିଲେ, ପ୍ରକୃତ ପରିଚୟ କ’ଣ, ଏଥିପାଇଁ କିଏ ତାଙ୍କୁ ଟଙ୍କା ଦେଇଛି ତାହାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।

ଏପରିକି ବନ ବିଭାଗ ଟିମ୍‌ ଛଇତନାରେ ପହଞ୍ଚି ଲୋକଙ୍କୁ ପଚରାଉଚରା କରିଛି। ମାତ୍ର ଅଘୋରୀ କଳାକାରଙ୍କ କୌଣସି ସନ୍ଧାନ ପାଇ ପାରିନି।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe