Advertisment

ବାହାଘର ପ୍ରସ୍ତାବକୁ ମନା କଲେ ଗୁରୁମା, ସ୍କୁଲରେ ପଶି ତଣ୍ଟି କାଟିଦେଲା ପାଗଳ ପ୍ରେମୀ

ଘର ଲୋକଙ୍କ ଦ୍ୱାରା ଗୁରୁମାଙ୍କ ପାଖକୁ ବାହାଘର ପ୍ରସ୍ତାବ ଆସିଥିଲେ ହେଁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ବାସ୍‌ ଏଥିରେ ରାଗି ଯାଇ ପାଗଳ ପ୍ରେମିକ ଜଣକ ସ୍କୁଲରେ ପଶି ଗୁରୁମାଙ୍କ ତଣ୍ଟି କାଟି ହତ୍ୟା କରିଛି।

author-image
Hemant Lenka
Tamilnadu

Tamilnadu

ଏକତରଫା ଭଲ ପାଇବାର ଭୟଙ୍କର ରୂପ ସାମ୍ନାକୁ ଆସିଛି। ଗୋଟିଏ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ତାଙ୍କର ଜଣେ ଏକତରଫା ପ୍ରେମିକ ନିର୍ମମ ଭାବେ ହତ୍ୟା କରିଛି। ସେ ଗୁରୁମାଙ୍କୁ ପାଗଳଙ୍କ ଭଳି ଭଲ ପାଇବା ସହ ତାଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଇଥିଲା।

Advertisment

ଘର ଲୋକଙ୍କ ଦ୍ୱାରା ଗୁରୁମାଙ୍କ ପାଖକୁ ବାହାଘର ପ୍ରସ୍ତାବ ଆସିଥିଲେ ହେଁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ବାସ୍‌ ଏଥିରେ ରାଗି ଯାଇ ପାଗଳ ପ୍ରେମିକ ଜଣକ ସ୍କୁଲରେ ପଶି ଗୁରୁମାଙ୍କ ତଣ୍ଟି କାଟି ହତ୍ୟା କରିଛି।

ତାମିଲନାଡୁର ତାଞ୍ଜାଭୁର ଅଞ୍ଚଳରେ ଏପରି ଘଟଣା ଘଟିଛି। ମାଲ୍ଲିପଟନମ ସରକାରୀ ସ୍କୁଲରେ ଆଜି ୨୬ ବର୍ଷୀୟ ଗୁରୁମା ରମଣୀ ରହିଥିବା ବେଳେ ୩୦ ବର୍ଷୀୟ ମଦନ ପ୍ରବେଶ କରିଥିଲା। ଏହାପରେ ସେ ରମଣୀଙ୍କୁ ଗୋଟିଏ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ତାଙ୍କ ତଣ୍ଟିକୁ କାଟି ଦେଇଥିଲା। ଗୁରୁତର ଅବସ୍ଥାରେ ରମଣୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି।

Advertisment

ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତ ମଦନକୁ ଗିରଫ କରି ଜେରା ଆରମ୍ଭ କରିଛି। ଜେରା ବେଳେ ମଦନ ନିଜର ଅପରାଧକୁ ସ୍ୱୀକାର କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ମଦନ ଏକତରଫା ଭାବେ ରମଣୀଙ୍କୁ ଭଲ ପାଉଥିଲା। ନିକଟରେ ମଦନର ପରିବାର ଲୋକ ବାହାଘର ପ୍ରସ୍ତାବ ନେଇ ରମଣୀଙ୍କ ଘରା ପହଞ୍ଚିଥିଲେ। ଉଭୟ ପରିବାର ଏକାଠି ବସିବା ସହ ଉଭୟଙ୍କ ବାହାଘର ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ ରମଣୀ ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ।

ରମଣୀ ସିଧାସଳଖ ବାହା ହେବାକୁ ମନା କରିଦେବାରୁ ମଦନକୁ ଏହା ବେଶ ବାଧିଥିଲା। ତେଣୁ ଏହାର ପ୍ରତିଶୋଧ ନେବାକୁ ସେ ସ୍କୁଲରେ ପଶି ରମଣୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Murder Tamilnadu