Advertisment

ମରିଗଲା ମଣିଷ ପଣିଆ! ହସ୍ପିଟାଲରେ ଯୁବତୀଙ୍କ ହତ୍ୟାକୁ ସମସ୍ତେ ଦେଖିଲେ, କିନ୍ତୁ କେହି ବିରୋଧ କଲେନି

ଯୁବକ ଜଣଙ୍କ ଜଣେ ଯୁବତୀଙ୍କୁ ହସ୍ପିଟାଲ ଭିତରେ ତଣ୍ଟି କାଟି ହତ୍ୟା କରିଛନ୍ତି। ଏହାକୁ ସମସ୍ତେ ଦେଖିଥିଲେ। ହେଲେ କେହି ବି ଆପତ୍ତି ନ କରିବା ସମସ୍ତଙ୍କୁ ଚକିତ କରିଛି।

author-image
Hemant Lenka
Murder

Murder

ଆଧୁନିକ ଯୁଗରେ ମଣିଷ ପଣିଆ ବୋଲି ସମ୍ଭବତଃ କିଛି ନାହିଁ। ଜଣେ ଯୁବକ ସର୍ବସମ୍ମୁଖରେ ହସ୍ପିଟାଲ ଭଳି ଗୋଟିଏ ଭିଡ଼ ସ୍ଥାନରେ ହତ୍ୟାକାଣ୍ଡ ଘଟାଇ ହାଇଡ୍ରାମ କରିଥିଲେ ହେଁ କେହି ବି ପ୍ରତିବାଦ କରି ନାହାନ୍ତି। ଯୁବକ ଜଣଙ୍କ ଜଣେ ଯୁବତୀଙ୍କୁ ହସ୍ପିଟାଲ ଭିତରେ ତଣ୍ଟି କାଟି ହତ୍ୟା କରିଛନ୍ତି। ଏହାକୁ ସମସ୍ତେ ଦେଖିଥିଲେ। ହେଲେ କେହି ବି ଆପତ୍ତି ନ କରିବା ସମସ୍ତଙ୍କୁ ଚକିତ କରିଛି। ସେହିପରି ହସ୍ପିଟାଲର ଡାକ୍ତର ଏହାର ଭିଡିଓ ରେକର୍ଡିଂ କରିବା ଆହୁରି ଚିନ୍ତାଜନକ।

Advertisment

ଏହି ଭୟଙ୍କର ହତ୍ୟାକାଣ୍ଡ ସାଧାରଣ ସୁରକ୍ଷା ଓ ହସ୍ପିଟାଲ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଜୁନ ୨୭ରେ ମଧ୍ୟପ୍ରଦେଶରେ ଏଭଳି ଘଟଣା ନରସିଂହପୁର ଜିଲ୍ଲା ହସ୍ପିଟାଲରେ ଘଟିଛି। ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ୧୯ ବର୍ଷୀୟ ଛାତ୍ରୀ ସନ୍ଧ୍ୟା ଚୌଧୁରୀଙ୍କୁ ସର୍ବସମ୍ମୁଖରେ ଜଣେ ଯୁବକ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଛନ୍ତି। ସମସ୍ତେ ହତ୍ୟାକାଣ୍ଡର ତାଜା ଚିତ୍ର ଦେଖିଥିଲେ ହେଁ ଏହାକୁ ବିରୋଧ କରି ନଥିଲେ।

ଜୁନ ୨୭ରେ ଘଟିଥିବା ଏହି ଭୟଙ୍କର ଘଟଣାର ଭିଡିଓ ସୋମବାର ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ଅଭିଷେକ କୋଶତି ହସ୍ପିଟାଲ ଭିତରେ ସନ୍ଧ୍ୟାଙ୍କ ତଣ୍ଟି କାଟି ହତ୍ୟା କରୁଛନ୍ତି। ଏହି ସମୟରେ ସାଧାରଣ ଲୋକ ଠାରୁ ହସ୍ପିଟାଲର କର୍ମଚାରୀ ସେଠାରେ ରହିଥିଲେ ହେଁ କେହି କିଛି କରୁ ନାହାନ୍ତି। ହସ୍ପିଟାଲ ଚଟଣାରେ ସନ୍ଧ୍ୟା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ବେଳେ କିଛି ଲୋକ ସେହି ପଟେ ଚାଲି ଚାଲି ଯାଉଛନ୍ତି।

Advertisment

ଅଭିଯୁକ୍ତ ଅଭିଷେକ ଗୋଟିଏ କଳା ରଙ୍ଗର ଶାର୍ଟ ପିନ୍ଧି ଥିବା ଦେଖାଯାଉଛି। ସେ ପ୍ରଥମେ ସନ୍ଧ୍ୟାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ଏହାପରେ ତାଙ୍କୁ ତଳେ ପକାଇ ଦେଇ ଛାତି ଉପରେ ବସି ପଡ଼ିଥିଲେ। ଶେଷରେ ଗୋଟିଏ ଛୁରୀ ଦ୍ୱାରା ତାଙ୍କ ତଣ୍ଟିକୁ କାଟି ଦେଇଥିଲେ।

ସବୁ କିଛି ସ୍ପଷ୍ଟ ଦିବାଲୋକ ଓ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡ ନିକଟରେ ଘଟିଛି। ସେଠାରେ ଡାକ୍ତର ଓ ହସ୍ପିଟାଲର ସୁରକ୍ଷାକର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ। ଆକ୍ରମଣ ଓ ହତ୍ୟାକାଣ୍ଡ ୧୦ ମିନିଟ ଧରି ଚାଲିଥିଲା। ସନ୍ଧ୍ୟାଙ୍କୁ ମାରିବା ପରେ ଅଭିଷେକ ନିଜର ତଣ୍ଟି ମଧ୍ୟ କାଟିବାକୁ ଚେଷ୍ଟା କରିଥିଲେ। ହେଲେ ନିଜକୁ ମାରିବାକୁ ସେ ସାହାସ ଦେଖାଇ ପାରି ନଥିଲା। ସେ ତୁରନ୍ତ ସେଠାରୁ ନିଜର ବାଇକ ଧରି ଦ୍ରୁତ ଗତିରେ ଚାଲି ଯାଇଥିଲା।

ହତ୍ୟାକାଣ୍ଡ ବେଳେ ଦୁଇ ଜଣ ସୁରକ୍ଷାକର୍ମୀ ଟ୍ରମା ସେଣ୍ଟର ବାହାରେ ଉପସ୍ଥିତ ଥିଲେ। ଡାକ୍ତର, ନର୍ସ, ୱାର୍ଡ ବୟଙ୍କ ଠାରୁ ଏକାଧିକ ହସ୍ପିଟାଲ କର୍ମଚାରୀ ମଧ୍ୟ ରହିଥିଲେ। କିନ୍ତୁ କେହି ବି ଆକ୍ରମଣକାରୀକୁ ଅଟକାଇବାକୁ ଚେଷ୍ଟା କରି ନଥିଲେ। ହସ୍ପିଟାଲ ଭିତରେ ଏପରି ଘଟଣା ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଚକିତ କରିଛି। ଘଟଣା ଦିନ ୧୧ ଜଣ ରୋଗୀ ଟ୍ରମା ସେଣ୍ଟରରେ ଆଡମିଟ ହୋଇଥିଲେ। କିନ୍ତୁ ସେହି ଦିନ ୮ ଜଣ ଡିସଚାର୍ଜ ହୋଇ ଯାଇଥିବା ବେଳେ ବାକି ରୋଗୀ ପରଦିନ ସକାଳୁ ଚାଲି ଯାଇଛନ୍ତି।

ସନ୍ଧ୍ୟା ଜୁନ ୨୭ ତାରିଖ ମଧ୍ୟାହ୍ନ ୨ଟାରେ ଘରୁ ବାହାରିଥିଲେ। ସେ ତାଙ୍କର ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ହସ୍ପିଟାଲ ଯାଉଥିବା କହି ଘରୁ ବାହାରି ଥିଲେ। ତେବେ ମଧ୍ୟାହ୍ନ ୧୨ଟାରୁ ଅଭିଷେକ ହସ୍ପିଟାଲ ପାଖରେ ବୁଲୁଥିଲେ। ସମ୍ଭବତଃ ସେ ସନ୍ଧ୍ୟାଙ୍କୁ ଅପେକ୍ଷା କରିଥିଲେ। ସନ୍ଧ୍ୟା ୨ଟା ପରେ ହସ୍ପିଟାଲରେ ପହଞ୍ଚିବା କ୍ଷଣି ଦୁଇ ଜଣ ରୁମ ନମ୍ବର ୨୨ ବାହାରେ କିଛି ସମୟ କଥା ହୋଇଥିଲେ।

ହଠାତ୍‌ କଥାବାର୍ତ୍ତା ଭୟଙ୍କର ରୂପ ନେଇଥିଲା। ଅଭିଷେକ ସର୍ବସମ୍ମୁଖରେ ସନ୍ଧ୍ୟାଙ୍କୁ ମାଡ଼ ମାରିବା ସହ ଛୁରୀରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲେ। ଘଟଣାସ୍ଥଳରେ ସନ୍ଧ୍ୟାଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସନ୍ଧ୍ୟାଙ୍କ ପରିବାର ଲୋକଙ୍କୁ ଦିନ ୩.୩୦ରେ ଖବର ଦିଆଯାଇଥିଲା। ସେମାନେ ହସ୍ପିଟାଲରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ରକ୍ତାକ୍ତ ଅବସ୍ଥାରେ ଚଟାଣରେ ପଡ଼ି ରହିଥିଲେ।

Murder Crime Madhya Pradesh