Advertisment

ବିଚ୍‌ ରାସ୍ତାରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କଲେ ଗର୍ଲଫ୍ରେଣ୍ଡର ପରିବାର ଲୋକ

ପୁଲିସ୍‌ କହିଛି ଯେ ସଲମାନ ଓ ଜଣେ ଯୁବତୀଙ୍କ ମଧ୍ୟରେ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ଏହାକୁ ଯୁବତୀଙ୍କ ପରିବାର ଲୋକ ବିରୋଧ କରୁଥିଲେ। ତଥାପି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପୂର୍ବଭଳି ଜାରି ରହିଥିଲା।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀର ଜାଫ୍ରାବାଦରେ ଘଟିଛି ଭୟଙ୍କର ଘଟଣା। ସର୍ବସମ୍ମୁଖ ଓ ବିଚ୍‌ ରାସ୍ତାରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଛି। ଯୁବକ ଜଣଙ୍କ ଭଲ ପାଉଥିବା ଯୁବତୀଙ୍କ ପରିବାର ଲୋକମାନେ ହିଁ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେହିପରି ଘଟଣାର ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

Advertisment

ପୁଲିସ୍‌ କହିଛି ଯେ ସଲମାନ ଓ ଜଣେ ଯୁବତୀଙ୍କ ମଧ୍ୟରେ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ଏହାକୁ ଯୁବତୀଙ୍କ ପରିବାର ଲୋକ ବିରୋଧ କରୁଥିଲେ। ତଥାପି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପୂର୍ବଭଳି ଜାରି ରହିଥିଲା।

ଏଥିପାଇଁ ସୋମବାର ରାତିରେ ଯୁବତୀଙ୍କ ବାପା ମନଜୁର, ଭାଇ ମୋଶିନ ଓ ଆଉ କିଛି ନାବାଳକ ସମ୍ପର୍କୀୟ ଭାଇମାନେ ବାଇକରେ ଯାଉଥିବା ସଲମାନଙ୍କୁ ଅଟକାଇଥିଲେ। ସେ କିଛି ବୁଝିବା ଆଗରୁ ସମସ୍ତେ ମିଳିତ ଭାବେ ତାଙ୍କୁ ବାରମ୍ବାର ଛୁରୀ ମାଡ଼ କରି ଚାଲିଥିଲେ। ତାଙ୍କ ବେକ ଓ ଛାତିରେ ଛୁରା ମାଡ଼ ହେବାରୁ ଘଟଣା ସ୍ଥଳରେ ହିଁ ସଲମାନଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ୍ କହିଛି।

Advertisment

ସାମ୍ନାକୁ ଆସିଥିବା ସିସିଟିଭି ଦୃଶ୍ୟ ଅନୁଯାୟୀ, ଜାଫ୍ରାବାଦାର ଗୋଟିଏ ଛୋଟିଆ ଗଳିରେ ସଲମାନ ବାଇକରେ ଆଉ ଦୁଇ ଜଣଙ୍କ ସହ ଯାଉଥିଲେ। ଏହି ସମୟରେ ସେମାନଙ୍କ ଗାଡ଼ିକୁ ସଲମାନ ଭଲ ପାଉଥିବା ଯୁବତୀଙ୍କ ପରିବାର ଲୋକ ଅଟକାଇଥିଲେ। ଗାଡ଼ି ସେ ରଖିବା କ୍ଷଣି ସେମାନେ ଧାରୁଆ ଅସ୍ତ୍ରରେ ସଲମାନଙ୍କୁ ଆକ୍ରମଣ କରି ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ଆକ୍ରମଣକୁ ଦେଖି ସଲମାନଙ୍କ ସହ ଥିବା ଦୁଇ ବନ୍ଧୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ୍‌ ଘଟଣାରେ ହତ୍ୟା ମାମଲା ରୁଜୁ କରିବା ସହ ଫେରାର ଥିବା ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

Murder Delhi